ନୟାଗଡ଼,(ବାଘୁଆବାର୍ତ୍ତା): ନିର୍ଗୁଣ୍ଡ ଟୋଲ ଗେଟ ନିକଟରୁ ଗଞ୍ଜେଇ ଜବତ । ଜବତ ହୋଇଥିବା ଗଞ୍ଜେଇ କନ୍ଧମାଳରୁ ପଶ୍ଚିମବଙ୍ଗର ମେଦିନପୁରାକୁ ଚାଲାଣ ହେଉଥିଲା । କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଚଢଉ କରାଯାଇ ୮୧କେଜି ଗଞ୍ଜେଇ ଜବତ କରାଯାଇଛି । ଯାହାର ମୂଲ୍ୟ ୮ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଇଛି । ଏକ ମାରୁତି କାରରେ ଏହି ଗଞ୍ଜେଇ ଚାଲାଣ ହେଉଥିଲା । ଗୁଇନ୍ଦା ବିଭାଗ ବିଶେଷ ସୁତ୍ରରୁ ଖବର ପାଇ ୩ଜଣଙ୍କୁ ଗିରଫ୍ କରିଛି । ଏ ସମସ୍ତ କଲେଜ୍ ଛାତ୍ର ବୋଲି ଜଣାପଡିଛି ।






