ଭୁବନେଶ୍ୱର, (ବାଘୁଆବାର୍ତ୍ତା): ରାଜ୍ୟରେ ଯୁକ୍ତ ତିନି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖାପାଇଁ ଆବେଦନ ସମୟସୀମା ବୃଦ୍ଧି କରାଯାଇଛି । ପୂର୍ବରୁ ଆବେଦନର ଶେଷ ତାରିଖ ଚଳିତ ମାସ ୧୩ ଥିବାବେଳେ ଏବେ ଏହାକୁ ୧୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ସେହିପରି ଚଳିତ ମାସ ୨୬ରେ ପ୍ରଥମ ମେଧାତାଲିକା ପ୍ରକାଶ ପାଇବା ସହ ଅକ୍ଟୋବର ୬ରେ ସ୍ପଟ୍ ଆଡ୍ମିିଶନ୍ ପାଇଁ ମେଧାତାଲିକା ପ୍ରକାଶ ପାଇବ । ତେବେ ଦ୍ୱିତୀୟ ପର୍ୟ୍ୟାୟ ଆବେଦନ କାଳରେ, ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇଥିବା ଛାତ୍ରଛାତ୍ରୀମାନେ ପୁନଃ ଆବେଦନ କରିପାରିବେ । ଦ୍ୱିତୀୟ ପର୍ଯ୍ୟାୟ ସ୍ନାତକୋତ୍ତର ନାମଲେଖାପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିଲାଗି ଅନ୍ଲା୍ଇନ୍ ମାଧ୍ୟମରେ ଚଳିତ ମାସ ୧୩ରୁ ୨୨ ତାରିଖ ମଧ୍ୟରେ ଆବେଦନ କରିପାରିବେ । ଏହି ପର୍ୟ୍ୟାୟରେ ଚଳିତ ମାସ ୨୮ରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ ବୋଲି ଜଣାପଡ଼ିଛି । ଅନ୍ୟପକ୍ଷରେ ଯୁକ୍ତ ଦୁଇ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଲାଗି ଚଳିତ ମାସ ୧୫ରେ ସ୍ପଟ୍ ନାମଲେଖା ତାଲିକା ପ୍ରକାଶ ପାଇବ ।





