Saturday, June 6, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅନ୍‌‌ଲାଇନ୍‌ରେ ହେବ +୩ ସ୍ପଟ୍‌‌ ନାମଲେଖା

by ସଞ୍ଜୟ ସ୍ୱାଇଁ
July 13, 2024
in Education, State
ଅନ୍‌‌ଲାଇନ୍‌ରେ ହେବ +୩ ସ୍ପଟ୍‌‌ ନାମଲେଖା
128
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଚଳିତଥର ଅନ୍‌‌ଲାଇନ୍‌‌ରେ ହେବ +୩ ସ୍ପଟ୍‌‌ ନାମଲେଖା। ସମସ୍ତ ପ୍ରକ୍ରିୟା ଅନ୍‌‌ଲାଇନ୍‌‌ରେ ହିଁ କରାଯିବ। ଛାତ୍ରଛାତ୍ରୀଙ୍କୁ କଲେଜକୁ ଯିବାକୁ ପଡ଼ିବ ନାହିଁ। ନିଜର ଷ୍ଟୁଡେଣ୍ଡ ଲଗ୍‌‌-ଇନ୍‌‌ ଆଇଡି ବ୍ୟବହାର କରି ଆବେଦନ ଓ ନାମ ଲେଖାଇ ପାରିବେ। ତିନୋଟି ପର୍ଯ୍ୟାୟରେ ନାମଲେଖା ସରିବା ପରେ ସ୍ପଟ୍‌‌ ନାମଲେଖା ହେବ। ଏଥିପାଇଁ ଆସନ୍ତା ୨୫ରୁ ୨୮ତାରିଖ ମଧ୍ୟରେ ଆବେଦନ ହେବ। ୩୧ ତାରିଖରେ ମେଧା ତାଲିକା ପ୍ରକାଶ ପାଇବ। ଅଗଷ୍ଟ ୧ରେ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ନୋଟିସ୍‌‌ ବୋର୍ଡରେ ମେଧା ତାଲିକା ପ୍ରକାଶ କରିବା ସହ ଫୋନ୍‌‌, ଏସ୍‌‌ଏମ୍‌‌ଏସ୍‌‌, ମେଲ୍‌‌ ଓ ହ୍ୱାଟସ୍‌‌ଆପ୍‌‌ ଜରିଆରେ ଚୟନ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଅବଗତ କରିବେ। ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏକ ପରିବର୍ତ୍ତିତ ଗାଇଡ୍‌‌ଲାଇନ୍‌‌ ପ୍ରକାଶ ପାଇଛି। ଶିକ୍ଷାନୁଷ୍ଠାନରେ ଭିଡ଼ କମାଇବା ପାଇଁ ଓ ଛାତ୍ରଛାତ୍ରୀ ଯେପରି ହଇରାଣ ନ ହେବେ, ତାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି। ସୂଚନା ଅନୁଯାୟୀ, ସ୍ପଟ୍‌‌ ନାମଲେଖା ପାଇଁ ସମସ୍ତ ଛାତ୍ରଛାତ୍ରୀ ଆବେଦନ କରିପାରିବେ। ପ୍ରଥମ ତିନୋଟି ପର୍ଯ୍ୟାୟରେ ନାମ ଲେଖାଇଥିବା ଛାତ୍ରଛାତ୍ରୀ ସ୍ପଟ୍‌‌ ନାମଲେଖା ପାଇଁ ଚୟନ ହେଲେ, ପୂର୍ବରୁ ନାମ ଲେଖାଇଥିବା କଲେଜରୁ ସି.ଏଲ୍‌‌.ସି ଆଣି ଚୟନ ହୋଇଥିବା ଶିକ୍ଷାନୁଷ୍ଠାନରେ ତୁରନ୍ତ ଦାଖଲ କରିବେ। ସେମାନେ ସମ୍ପୂର୍ଣ୍ଣ ନାମଲେଖା ଫି’ ଦାଖଲ ନ କରି କେବଳ ଫରକ ଥିବା ଫି’ ହିଁ ପୈଠ କରିବେ। ସେହିପରି ଆଦୌ ନାମ ଲେଖାଇନଥିବା ଛାତ୍ରଛାତ୍ରୀମାନେ ମଧ୍ୟ ଏଥିପାଇଁ ଆବେଦନ କରିପାରିବେ। ଚୟନ ହେବା ପରେ ଅନ୍‌‌ଲାଇନ୍‌‌ରେ ହିଁ ଆବଶ୍ୟକ ଫି’ ଦାଖଲ କରି ନାମ ଲେଖାଇ ପାରିବେ। ଏହି ନାମଲେଖା ପର୍ଯ୍ୟାୟରେ କୌଣସି ସଂରକ୍ଷଣ ବ୍ୟବସ୍ଥା ରହିବ ନାହିଁ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!