Thursday, June 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୨ୟ କନ୍ଧମାଳ ସାହିତ୍ୟ ମହୋତ୍ସବ ଅନୁଷ୍ଠିତ

by ସଞ୍ଜୟ ସ୍ୱାଇଁ
December 16, 2019
in Planning and Development
୨ୟ କନ୍ଧମାଳ ସାହିତ୍ୟ ମହୋତ୍ସବ ଅନୁଷ୍ଠିତ
28
VIEWS
Share on FacebookShare on Twitter

କନ୍ଧମାଳ, (ବାଘୁଆବାର୍ତ୍ତା) : କେଏଲ୍ଏଫ୍ ଦ୍ୱାରା ଆୟୋଜିତ କନ୍ଧମାଳ ସାହିତ୍ୟ ମହୋତ୍ସବ ଦୁଇ ଦନ ବ୍ୟାପି ଅନୁଷ୍ଠିତ ହୋଇଯାଇଛି । ଏହାର ଉଦ୍ଘାଟନି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ସାହିତ୍ୟ ଏକାଡେମୀ ନିର୍ବାହୀ ସଦସ୍ୟ କବି ଅମରେଶ ପଟ୍ଟନାୟକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସନ ବିରେନ୍ଦ୍ର କୁମାର ଦାଶ, ଆଇନଜିବୀ ବିଜୟ କୃଷ୍ଣପଟ୍ଟନାୟକ, ଫୁଲବାଣୀ ଲେଖକ ସାମ୍ମୁଖ୍ୟର ରବିନ୍ଦ୍ର ମିଶ୍ର ପ୍ରମୂଖ ଯୋଗ ଦେଇଥିଲେ । ସେହିଭଳି ଉଦ୍ଯାପନି କାର୍ଯ୍ୟକ୍ରମରେ ସାଂସଦ ଡ. ଅଚ୍ୟୁତା ନନ୍ଦ ସାମନ୍ତ, ବିଧାୟକ ଅଙ୍ଗଦ କହଁର, ସମାଜସେବୀ ଈଶ୍ୱର ନାୟକ ଯୋଗ ଦେଇଥିଲେ । ଦୁଇଦିନ ବ୍ୟାପି ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ କଥାକାର ଜ୍ୟୋତି ନନ୍ଦ, ସମ୍ଭକାର କେଦାର ମିଶ୍ର, ସମ୍ବାଦ ସାହିତ୍ୟ ଘର ରାଜ୍ୟ ସଂଯୋଜିକା ଶୁଭଶ୍ରୀ ଲେଙ୍କା, ଜ୍ୟୋତିମୟୀ କହଁର, କ୍ଷେତ୍ରବାସୀ ମାନସେଠ୍, ବିଦେଶୀ ନାୟକ, କଥାକାର ରଂଜନ ପ୍ରଧାନ, ଗାଳ୍ପିକ ଆଦିତେଶ୍ୱର ମିଶ୍ର, ଚଳଚ୍ଚିତ୍ର ନିର୍ମାତା ଦେବୀଦତ୍ତ ମହାନ୍ତି, ମଦନ ମହାପାତ୍ର୍ର, ହାଡ଼ିବନ୍ଧୁ ମହାକୁଡ଼, ସୁଜିତ ପଣ୍ଡା, ରାମକୃଷ୍ଣ ମହାନ୍ତି, ଆଶିଷ କୁମାର ମିଶ୍ର, କ୍ଷୀରୋଦିନ ବେହେରା, କଥାକାର ଅମରେଶ ବିଶ୍ୱାଳ, ଯୁବ କଥାଶିଳ୍ପୀ ଅନୀଲ କୁମାର ପଣ୍ଡା, ଯୋଗେଶ୍ୱର ପଣ୍ଡା, ଦେବମିତ୍ରା ମିଶ୍ର ପ୍ରମୂଖ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ କବି ଓ ଅନୁବାଦକ ଶରତ ଚନ୍ଦ୍ର ଆଚାଯ୍ୟ ସଂଯୋଜନା କରିଥିବା ବେଳେ ରଶ୍ମିରଂଜନ ପରିଡ଼ା, କଥାକାର ଦେବାଶିଷ ସାମନ୍ତାରାୟ, ସୀତାଂଶୁ ମହାପାତ୍ର ପରିଚାଳନା କରିଥିଲେ ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!