ନୟାଗଡ଼, (ବାଘୁଆବାର୍ତ୍ତା): ବ୍ରାଉନ୍ ସୁଗାର ବେପାର କରି ପୁଲିସ୍ ହାତରେ ଧରା ପଡିଲେ ଅଭିଯୁକ୍ତ । ଅଭିଯୁକ୍ତଙ୍କ ଠାରୁ ୧୧.୫ଗ୍ରାମ ବ୍ରାଉନ୍ ସୁଗାର ଜବତ ହୋଇଥିବା ବେଳେ ଦୁଇ ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଥିଲା ପୁଲିସ୍ । ତଦନ୍ତ ସତ୍ୟତା ଥିବା ଜଣାପଡିବା ପରେ ଥାନାରେ ମାମଲା ଋଜୁକରି ଉଭୟଙ୍କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି । ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଞ୍ଚଳରେ ବ୍ରାଉନ୍ ସୁଗାର କାରବାର ହେଉଥିବା ଖବର ପାଇ ପୁଲିସ୍ ବିଶେଷ ସୁତ୍ରରୁ ଖବର ପାଇଁ ଦର୍ପନାରାୟଣ ପାଣ୍ଡି ଅଞ୍ଚଳରେ ଆସି ଧରିଥିଲେ । ଅଭିଯୁକ୍ତ ୨ଜଣ ହେଲେ ମାନସ ସ୍ୱାଇଁ ଓ ପ୍ରଫୁଲ୍ଲ ମହାରଣା । ଉଭୟ ଖୋର୍ଦ୍ଧାରୁ ନୟାଗଡ଼ ବ୍ରାଉନ୍ ସୁଗାର ବିକ୍ରି କରିବାକୁ ଆଣିଲା ବେଳକୁ ପୁଲିସ୍ ଅଟକାଇ ସ୍କୁଟି ଯାଞ୍ଚ କରିଥିଲା । ସ୍କୁଟିରୁ ୨୨୦ଟି ପ୍ୟାକେଟ୍ ଜବତ କରିବା ଥାନାର ଅଟକ ରଖି ତଦନ୍ତ ଚଲାଇଥିଲା ପୁଲିସ୍ । ୨୨୦ଟି ପ୍ୟାକେଟରୁ ୧୧.୫ଗ୍ରାମ ବ୍ରାଉନ୍ ସୁଗାର ଓ ସ୍କୁଟିକୁ ଜବତ କରିବା ସହ ଉଭୟ ଅଭିଯୁକ୍ତଙ୍କ ନାମରେ ମାମଲା ଋଜୁ କରି ଆଜି କୋର୍ଟ ଚାଲାଣ କରାଯାଇଥିବା ନେଇ ରଣପୁର ଥାନା ଅଧିକାରୀ ଜ୍ୟୋତିପ୍ରକାଶ ପଣ୍ଡା ସୂଚନା ଦେଇଛନ୍ତି ।






