ସୋର, (ବାଘୁଆବାର୍ତ୍ତା): ଘରୋଇ କଳିରୁ ମହିଳାଙ୍କୁ ମାନସିକ ନିର୍ୟାତନା। ବାଲେଶ୍ଵର ଜିଲ୍ଲା ସୋର ଥାନା ସୋର ରେଲୱେ ଷ୍ଟେସନରୁ ଅଭିଯୁକ୍ତ ସ୍ଵାମୀଙ୍କୁ ଉଠାଇନେଲା ସିମୁଳିଆ ପୋଲିସ କ୍ଷ ଯୁବକ ଜଣକ ହେଉଛନ୍ତି ସିମୁଳିଆ ଥାନା ବାଲିହାନ୍ତି ଗାଁର ସଞ୍ଜୟ ସାମଲ କ୍ଷ ସେ ଏବେ ଏକ ଘରୋଇ କମ୍ପାନୀରେ ଚଟାର୍ଡ଼ ଆକାଉଣ୍ଟାଣ୍ଟ ଭାବେ କାର୍ୟ୍ୟ କରୁଛନ୍ତି। ସଞ୍ଜୟ ଦ୍ଵିତୀୟ ବିବାହ କରିବା ବେଳେ ସ୍ତ୍ରୀ ଖବର ପାଇଥିଲେ। ଏହାପରେ ପୀଡିତା ସ୍ତ୍ରୀ ସିମୁଳିଆ ଥାନାରେ ଅଭିଯୋଗ କରିବା ପରେ ଅଭିଯୁକ୍ତ ସ୍ଵାମୀଙ୍କୁ ଗୋଡାଇ ଗୋଡାଇ ଧରିଲା ପୋଲିସ। ସୂଚନାନୁଯାୟୀ, ସିମୁଳିଆ ଥାନା ବାଲିହାନ୍ତି ଗାଁର ସଞ୍ଜୟ ସାମଲ ୧୧ ବର୍ଷ ପୂର୍ବେ ବିବାହ କରିଥିଲେ। ତାଙ୍କର ୯ ବର୍ଷର ଝିଅଟିଏ ମଧ୍ୟ ଅଛି। ହେଲେ ସଞ୍ଜୟ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ସର୍ବଦା ଘରୋଇ କଳି ଲାଗି ରହୁଥିଲା। ସଞ୍ଜୟ ତାଙ୍କ ସ୍ତ୍ରୀଙ୍କୁ ଯୌତୁକଜନିତ ନିର୍ୟାତନା ଦେଉଥିଲେ। ଫଳରେ ଏଥିରେ ଅତିଷ୍ଠ ହୋଇ ତାଙ୍କ ସ୍ତ୍ରୀ ବାପ ଘରକୁ ଚାଲିଯାଇଥିଲେ। ଏହାପରେ ସଞ୍ଜୟ ସାମଲ ଅନ୍ୟ ଏକ ଯୁବତୀଙ୍କୁ ସୋରର ଗୋଟିଏ ମନ୍ଦିରରେ ବିବାହ କରୁଥିବା ନେଇ ସ୍ତ୍ରୀ ଖବର ପାଇଥିଲେ କ୍ଷ ଏହାପରେ ପୀଡିତା ସ୍ତ୍ରୀ ସିମୁଳିଆ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବାପରେ ସିମୁଳିଆ ପୋଲିସ ସେହି ମନ୍ଦିରକୁ ଆସିବା ବେଳକୁ ସଞ୍ଜୟ ସାମଲ ସୋର ରେଳ ଷ୍ଟେସନକୁ ପଳାଇ ଆସିଥିଲେ। ତେବେ ରେଳବାଇ ପୋଲିସଙ୍କ ସହାୟତାରେ ସଞ୍ଜୟ ସାମଲଙ୍କୁ କାବୁ କରିବାରେ ସଫଳ ହୋଇଛି ସିମୁଳିଆ ପୋଲିସ। ଏବେ ସେମାନଙ୍କର ବାଲେଶ୍ଵର ଫ୍ୟାମିଲି କୋର୍ଟରେ ମାମଲାଟି ବିଚରାଧୀନ ରହିଛି କ୍ଷ କିନ୍ତୁ ସେମାନଙ୍କର ଛାଡପତ୍ର ହୋଇନାହିଁ କ୍ଷ ଅନ୍ୟପଟେ ଯୁବକଜଣକୁ ଏହି ବାବଦରେ ପଚାରିବାରୁ ମହିଳା ଜଣକ ତାଙ୍କୁ ଅନେକ ନିର୍ୟାତନା ଦେବାକଥା କହିବା ସହିତ ତାଙ୍କ ବାପାଙ୍କ ଠାରୁ ଅଲଗା ରହିବା ପାଇଁ କହୁଥିଲେ କ୍ଷ






