Friday, April 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମିନିଟ୍ରକ୍ ଦୁର୍ଘଟଣାଗ୍ରସ୍ତ, ୨ ମୃତ, ୬ ଗୁରୁତର

by ସଞ୍ଜୟ ସ୍ୱାଇଁ
October 3, 2018
in Feature News
30
VIEWS
Share on FacebookShare on Twitter

ଦଶପଲ୍ଲା (ବାଘୁଆବାର୍ତ୍ତା ବ୍ୟୁରୋ): ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ କଳସାଖମଣ ଗ୍ରାମ ପଞ୍ଚାୟତର ଠୁକେଇନାଳ ନିକଟରେ ଆଜି ମଧ୍ୟାହ୍ନରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଆଦିବାସୀ ସମ୍ପ୍ରଦାୟର ଏକ ଝିଅ ବିବାହର କନ୍ୟାଯାତ୍ରୀମାନଙ୍କୁ ନେଇ ଯାଉଥିବା ମିନିଟ୍ରକ୍ ଓଡି୨୯ଏ-୧୧୬୩ ଭାରସାମ୍ୟ ହରାଇ ଡାହାଣ ପାର୍ଶ୍ଵରେ ଥିବା ୩୦ଫୁଟ ନାଳ ଭିତରକୁ ଖସି ପଡିବାରୁ ଘଟଣାସ୍ଥଳରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩୨ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୬ଜଣଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଖବରପାଇ ଦଶପଲ୍ଲାରୁ ଦମକଳ ବାହିନୀ ଓ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାସ୍ଥଳକୁ ଯାଇ ଆହତମାନଙ୍କୁ ଉଦ୍ଧାର କରି ଦଶପଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଛି ।

ପ୍ରାପ୍ତ ଖବରରୁ ପ୍ରକାଶ ଯେ, ବାଣିଗୋଚ୍ଛା ଥାନା ଅନ୍ତର୍ଗତ କଳସାଖମଣ ପଞ୍ଚାୟତ ଗେଣ୍ଡାଳି ଗ୍ରାମର ସୁରେନ୍ଦ୍ର ମାଝୀଙ୍କ ଝିଅ ନିକଟସ୍ଥ ଶ୍ରୀଖରପଙ୍କା ଗ୍ରାମ ଚିତ୍ରସେନ ମଳିକଙ୍କ ପୁଅ ଭରତକୁ ବିବାହ କରିଥିଲେ । ଆଜି କନ୍ୟାଘର ପକ୍ଷରୁ ବାହାଘର ସଜନେଇ ୩୫ଜଣ ପୁରୁଷ ଓ ମହିଳା ମିନିଟ୍ରକ୍ ଯୋଗେ ଯାଉଥିବା ବେଳେ ଗାଡିଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଘଟଣାସ୍ଥଳରେ ମିନିଟ୍ରକ୍ ତଳେ ଚାପିହୋଇ ଗେଣ୍ଡାଳି ଗ୍ରାମର ସତ୍ୟନାରାୟଣ ମଲ୍ଲିକ(୧୮)ଙ୍କର ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଆହତ ଅବସ୍ଥାରେ ସେହି ଗ୍ରାମର ସୁକୁଟା ମାଝୀ(୪୫) ନାମକ ଜଣେ ମହିଳା ୧୦୮ରେ ଆସିବା ବେଳେ ବାଟରେ ମୃତ୍ୟୁବରଣ କରିଛନ୍ତି । ଉଦବେଗଜନକ ଅବସ୍ଥାରେ ଦଶପଲ୍ଲା ଡାକ୍ତରଖାନାରୁ ୬ଜଣଙ୍କୁ ନୟାଗଡ଼ ସ୍ଥାନାନ୍ତରିତ କରାଯାଇଛି । ଗୁରୁତରମାନେ ହେଲେ ଗେଣ୍ଡାଳି ଗାଁର ସଂଜୀତ ମଳିକ (୩୦), ତଅପୋଇ କହଁର(୨୫), ଓଷାମସ୍କାର ସୁରେନ୍ଦ୍ର ନାୟକ(୨୫), ତୁଳସୀ(୪), ସୋନାଲି(୩), ପ୍ରତିମା ପ୍ରଧାନ(୪୫) ବୋଲି ଜଣାପଡିଛି । କିନ୍ତୁ ୪ଜଣଙ୍କ ଅବସ୍ଥା ଅତିଗୁରୁତର ହେବାରୁ ସେମାନଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

ଅନ୍ୟ ଆହତମାନେ ହେଲେ ପୁରସ୍ତମ ମଳିକ(୪୦), ଶୁକଦେବ ମଳିକ(୪୫), ସତ୍ୟବାନ କହଁର (୨୦), ରୁନା କହଁର (୨୦), ମଙ୍ଗୁଳୁ ନାୟକ (୩୦), ଗଦାଧର ନାୟକ (୪୫), ପ୍ରକାଶ ନାଏକ (୧୪), ସୁରଥ ମଳିକ (୪୭), ନକୁଳ କହଁର (୨୨), ଶ୍ରୀକାନ୍ତ କହଁର (୧୨) , କିଶୋର ମଳିକ (୨୮) , ବଳର।ମ ନ।ୟକ (୨ ୦) , ସତ୍ୟବାନ କହଁର (୨୫), ହେମନ୍ତ କହଁର (୧୭), ବିଶ୍ୱନାଥ ମଳିକ (୨୦), ଇନ୍ଦ୍ରଜିତ କହରଁ (୨୨), ପ୍ରଭାତ ପ୍ରଧାନ (୨୪), ପ୍ରଶାନ୍ତ ନାୟକ (୧୫), ଅଜୟ ମଳିକ (୧୭) , ପଙ୍କଜ ନ।ୟକ (୧୮) , ରାଜୀବ ନାୟକ (୨୧), ପ୍ରତାପ ମଳିକ (୩୦). ପଙ୍କଜିନି କହଁର (୧୮), ଲତା ମଳିକ (୧୯) , ପ୍ରଭାସିନୀ ମଳିକ (୬୮), ରଶ୍ମିତା ମାଝୀ (୧୫), ନମିତା ମଳିକ (୨୫), ବାସନ୍ତି ମାଝୀ (୨୦) , ସରୋଜ ନାୟକ (୧୯) ଏବଂ ପ୍ରଫୁଲ୍ଲ ନାୟକ (୨୧) ଙ୍କୁ ଚିକିତ୍ସା କରାଯାଇଛି ।

ଆହତଙ୍କ ମଧ୍ୟରୁ ୧୫ ଜଣଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇ ନିଜଗାଁକୁ ସ୍ୱତନ୍ତ୍ର ଗାଡି କରି ପଠାଇ ଦିଆଯାଇଛି । ଅନ୍ୟ ଗୁରୁତର ୧୧ଜଣଙ୍କୁ ଦଶପଲ୍ଲାରେ ହିଁ ଚିକିତ୍ସା କରାଯାଉଛି ବୋଲି ଦଶପଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ନବକୃଷ୍ଣ ସାହୁଙ୍କ ଠାରୁ ପ୍ରକାଶ । ଆହତମାନଙ୍କୁ ଆଶୁ ଚିକିତ୍ସାରେ ସ୍ଥାନୀୟ ସୀତାରାମ ୟୁଥ୍ କ୍ଳବ୍ର ୧୫ଜଣ ଯୁବକ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ କିଶୋର ଚନ୍ଦ୍ର ଦଳବେହେରାଙ୍କ ଉଦ୍ୟମ ଜାରି ରହିଥିବା ବେଳେ “ରାମସେନା’ର ଆମ୍ବୁଲାନ୍ସ “ଅମରଯାତ୍ରା’ ଗାଡିଟି ଆହତ ଓ ମୃତକଙ୍କୁ ନେବା ଅଣିବାରେ ସହାୟତା କରୁଛି ।

Leave a Reply Cancel reply

Your email address will not be published. Required fields are marked *

ମୁଖ୍ୟମନ୍ତ୍ରୀ ସାମୂହିକ କନ୍ୟା ବିବାହ ଯୋଜନା:ଏପ୍ରିଲ୍ ୨୧ରେ ହେବ ୨୨ଜଣ କନ୍ୟାଙ୍କ ଗଣବିବାହ

ମୁଖ୍ୟମନ୍ତ୍ରୀ ସାମୂହିକ କନ୍ୟା ବିବାହ ଯୋଜନା:ଏପ୍ରିଲ୍ ୨୧ରେ ହେବ ୨୨ଜଣ କନ୍ୟାଙ୍କ ଗଣବିବାହ

April 16, 2026
ନୟାଗଡରେ ସିଏମ ଟ୍ରଫି: ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଖୋଖୋ ପ୍ରତିଯୋଗିତା

ନୟାଗଡରେ ସିଏମ ଟ୍ରଫି: ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଖୋଖୋ ପ୍ରତିଯୋଗିତା

April 16, 2026
ପ୍ରକାଶ ପାଇଲା କେନ୍ଦ୍ରୀୟ ଉଚ୍ଚ ମାଧ୍ୟମିକ ପରୀକ୍ଷା ଫଳ:ଡ଼ି.ଏ.ଭି ପବ୍ଲିକ୍ ସ୍କୁଲର ଅଭୂତପୂର୍ବ ସଫଳତା

ପ୍ରକାଶ ପାଇଲା କେନ୍ଦ୍ରୀୟ ଉଚ୍ଚ ମାଧ୍ୟମିକ ପରୀକ୍ଷା ଫଳ:ଡ଼ି.ଏ.ଭି ପବ୍ଲିକ୍ ସ୍କୁଲର ଅଭୂତପୂର୍ବ ସଫଳତା

April 16, 2026
କଣ୍ଟିଲୋ-ଖଣ୍ଡପଡାକୁ ରେଳ ସଂଯୋଗିକରଣ:ଦାବି ପତ୍ର ନେଇ ଖଣ୍ଡପଡା ବିଧାୟକଙ୍କ ଦିଲ୍ଲୀ ଗସ୍ତ

କଣ୍ଟିଲୋ-ଖଣ୍ଡପଡାକୁ ରେଳ ସଂଯୋଗିକରଣ:ଦାବି ପତ୍ର ନେଇ ଖଣ୍ଡପଡା ବିଧାୟକଙ୍କ ଦିଲ୍ଲୀ ଗସ୍ତ

April 16, 2026
ସନ୍ଦେହ ଘେରରେ ଇଟାମାଟି ସିଆରସିସିଙ୍କ ଭୂମିକା

ସନ୍ଦେହ ଘେରରେ ଇଟାମାଟି ସିଆରସିସିଙ୍କ ଭୂମିକା

April 16, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!