ପୁରୀ (ବାଘୁଆବାର୍ତ୍ତା): ତିନି ରଥରେ ଅଧିଷ୍ଠିତ ହୋଇଛନ୍ତି ୨୭ ପାର୍ଶ୍ୱ ଦେବତା। ମହାପ୍ରଭୁଙ୍କ ନବକଳେବର ସମୟରେ ମୂର୍ତ୍ତି ନିର୍ମାଣ କରାଯାଏ । ପ୍ରତି ବର୍ଷ ରଥ ଯାତ୍ରାରେ ମୂର୍ତ୍ତିରେ ରଙ୍ଗ ଦିଆଯାଏ । ରଥରେ ୯ଜଣ ଲେଖାଏଁ ପାଶ୍ୱର୍ ଦେବଦେବୀଙ୍କୁ ସ୍ଥାପନ କରାଯାଏ । ତାଳଧ୍ୱଜ ରଥରେ ପ୍ରଳମ୍ୱାରି ମହାଦେବ, ବାଇଶି ଭୁଜ ନୃସିଂହ, ବଳରାମ, ନଟବର ଗଣେଶ, ଅଙ୍ଗଦ, ନାଟାମ୍ୱର, ଷଡାନନ କାର୍ତ୍ତିକେଶ୍ୱର, ମଧୁ କୈଟଭ ଓ ଅନନ୍ତ ବାସୁଦେବ ଠାକୁରେ ଅବସ୍ଥାନ କରିଛନ୍ତି । ଦେବଦଳନ ରଥରେ ଅଧିଷ୍ଠିତ ଦେବୀ ବିମଳା, ମଙ୍ଗଳା, ବାରାହୀ, ଭଦ୍ରକାଳୀ, ଉମା,କାତାୟାନୀ, ହରଚଣ୍ଡୀ , ରାମଚଣ୍ଡୀ ଓ ଅଘୋରା । ନନ୍ଦିଘୋଷ ରଥରେ ଲାଗି ହୋଇଛନ୍ତି ଠାକୁରେ ହରିହର , ପଣ୍ଡୁ ନୃସିଂହ, ଗିରି ଗୋବର୍ଦ୍ଧନଧାରୀ, ରାବଣ ଛତ୍ରଭଙ୍ଗ, ଚିନ୍ତାମଣି କୃଷ୍ଣ, ନାରାୟଣ, ମଧୁସୂଦନ, ଲକ୍ଷ୍ମଣ ଓ ପଞ୍ଚମୁଖୀ ମହାବୀର । ରଥରେ ଶିଖରଡ଼ମ୍ଭରୁ ସ୍ଥାପନ କରାଯାଇ ପାଶ୍ୱର୍ ଦେବଦେବୀଙ୍କୁ ବିଜେ କରାଯାଏ । ନନ୍ଦିଘୋଷ ରଥରେ ଲାଗି ହୋଇଛନ୍ତି ଠାକୁରେ ହରିହର , ପଣ୍ଡୁ ନୃସିଂହ, ଗିରି ଗୋବର୍ଦ୍ଧନଧାରୀ, ରାବଣ ଛତ୍ରଭଙ୍ଗ, ଚିନ୍ତାମଣି କୃଷ୍ଣ, ନାରାୟଣ, ମଧୁସୂଦନ, ଲକ୍ଷ୍ମଣ ଓ ପଞ୍ଚମୁଖୀ ମହାବୀର । ରଥରେ ଶିଖରଡ଼ମ୍ଭରୁ ସ୍ଥାପନ କରାଯାଇ ପାର୍ଶ୍ୱ ଦେବଦେବୀଙ୍କୁ ବିଜେ କରାଯାଏ ।





