Friday, May 23, 2025
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୨୭ ତାରିଖରେ କେରଳ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

by ସଞ୍ଜୟ ସ୍ୱାଇଁ
May 10, 2025
in State
୨୭ ତାରିଖରେ କେରଳ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ
37
VIEWS
Share on FacebookShare on Twitter

ଭୁବନେଶ୍ବର, (ବାଘୁଆବାର୍ତ୍ତା): ମେ’ ୨୭ ତାରିଖରେ କେରଳ ଛୁଇଁବ ମୌସୁମୀ ! ଏଥର ଦେଶକୁ ଶୀଘ୍ର ମୌସୁମୀ ଛୁଇଁବା ସମ୍ଭାବନା ରହିଛି । ମେ’୨୭ ତାରିଖରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା ନେଇ ସମ୍ଭାବନା ରହିଛି । ମଡେଲଜନିତ ତ୍ରୁଟି ପାଇଁ ୪ ଦିନ ଆଗପଛ ହୋଇପାରେ । ଏ ନେଇ ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସ ‘ଏକ୍ସ’ ଜରିଆରେ ସୂଚନା ପ୍ରଦାନ କରିଛନ୍ତି । ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସ ଲେଖିଛନ୍ତି, ଏଥର ସଅଳ ମୌସୁମୀ । ୨୭ ମେ’ (ମଡେଲ ଜନିତ ତ୍ରୁଟି ±୪ ଦିନ) ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦେଶର ମୁଖ୍ୟ ଭୂଖଣ୍ଡକୁ କେରଳ ନିକଟରେ ଛୁଇଁବା ସମ୍ଭାବନା । ତେବେ ୨୦୨୪ ମସିହାରେ ମେ’ ୩୦ ତାରିଖରେ କେରଳ ଛୁଇଁଥିବା ବେଳେ ୨୦୨୩ ମସିହାରେ ଜୁନ୍ ୮ ତାରିଖ, ୨୦୨୨ ମସିହାରେ ମେ’ ୨୯ ତାରିଖ, ୨୦୨୧ ମସିହାରେ ଜୁନ୍ ୩ ତାରିଖ, ୨୦୨୦ ମସିହାରେ ଜୁନ୍ ୧ ତାରିଖରେ କେରଳ ଛୁଇଁଥିଲା । ସେପଟେ ଆସନ୍ତା ୫ ଦିନ ରାଜ୍ୟରେ ଭୀଷଣ ଗ୍ରୀଷ୍ମଲହରୀ ବହିବ। ଗୁଳୁଗୁଳି ବି ଅଣନିଃଶ୍ୱାସୀ କରିବ । ୧୪ ତାରିଖ ଯାଏ ପ୍ରଚଣ୍ଡ ତାତିରୁ ନିସ୍ତାର ମିଳିବନି। ଶନିବାର ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ତାତି ଓ ଗୁଳୁଗୁଳି ରହିବ। ୧୧, ୧୨ ଓ ୧୩ ତାରିଖରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମଲହରି ବହିପାରେ। ୧୪ ତାରିଖ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ଗ୍ରୀଷ୍ମଲହରି ବହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ୧୦ ତାରିଖରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ ଗରମ ଓ ଗୁଳୁଗୁଳି ହୋଇପାରେ। ୧୧ ତାରିଖରେ ସମ୍ବଲପୁର, ଝାରସୁଗୁଡ଼ା, ବଲାଙ୍ଗୀର ଓ ବୌଦ୍ଧରେ ଗ୍ରୀଷ୍ମଲହରୀ ବହିପାରେ। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ଓ ମୟୂରଭଞ୍ଜରେ ଭୀଷଣ ଗରମ ଓ ଗୁଳୁଗୁଳି ଆଶଙ୍କା ଅଛି। ୧୨ ତାରିଖରେ ସମ୍ବଲପୁର, ଝାରସୁଗୁଡ଼ା, ବଲାଙ୍ଗିର, ବୌଦ୍ଧ ଓ ସୁନ୍ଦରଗଡ଼ର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମଲହରୀ ବହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ୧୩ ତାରିଖରେ ସମ୍ବଲପୁର, ଝାରସୁଗୁଡ଼ା, ବଲାଙ୍ଗିର, ବୌଦ୍ଧ ଓ ସୁନ୍ଦରଗଡ଼ରେ ଗ୍ରୀଷ୍ମଲହରୀ କଲବଲ କରିବ। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର ଓ ଢେଙ୍କାନାଳରେ ଅସମ୍ଭାଳ ଗରମ ଓ ଗୁଳୁଗୁଳି ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ଜୁନ ପହିଲାରେ ଖୋଲିବ ହୀରାକୁଦ ଡ୍ୟାମ୍, ଆଲର୍ଟରେ ୧୫ ଜିଲା

ଜୁନ ପହିଲାରେ ଖୋଲିବ ହୀରାକୁଦ ଡ୍ୟାମ୍, ଆଲର୍ଟରେ ୧୫ ଜିଲା

May 23, 2025
ଯୁବକଙ୍କ ଜୀବନ ନେଲା ଫ୍ରି ଫାୟାର

ଯୁବକଙ୍କ ଜୀବନ ନେଲା ଫ୍ରି ଫାୟାର

May 23, 2025
କଫ ସିରପ ଚୋରି, ଏଏସଆଇ ନିଲମ୍ବିତ

କଫ ସିରପ ଚୋରି, ଏଏସଆଇ ନିଲମ୍ବିତ

May 23, 2025
ପୁଣି ଭିଜିବ ନୟାଗଡ, ୨୭ ରେ ଆସୁଛି ଲଘୁଚାପ

ପୁଣି ଭିଜିବ ନୟାଗଡ, ୨୭ ରେ ଆସୁଛି ଲଘୁଚାପ

May 23, 2025
ଆଜି ବସିବ କଂଗ୍ରେସର ଜରୁରୀ ବୈଠକ

ଆଜି ବସିବ କଂଗ୍ରେସର ଜରୁରୀ ବୈଠକ

May 23, 2025

© 2025 Baghuabarta. Designed & Developed by WHI Digital Pvt. Ltd.

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!