ବାଂଶପାଳ, (ବାଘୁଆବାର୍ତ୍ତା): ଭାରସାମ୍ୟ ହରାଇ ଓଲଟିଲା ପିକଅପ୍ ଭ୍ୟାନ୍ । ଦୁର୍ଘଟଣାରେ ୨୫ରୁ ଅଧିକ ଆହତ ହୋଇଛନ୍ତି । କେନ୍ଦୁଝର ଜିଲ୍ଲା ବାଂଶପାଳ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ଅନୁଗୋଳ ଜିଲ୍ଲା ପାଲଲହଡ଼ା ଅଞ୍ଚଳ ରଡା ଗାଁର ଲୋକମାନେ ତଳଯାଗର ଗାଁକୁ ଭୋଜି ଖାଇବାକୁ ଯିବା ସମୟରେ ଭାରସାମ୍ୟ ହରାଇ ପିକଅପ୍ ଭ୍ୟାନ୍ ଓଲଟିପଡିଛି । ରବିବାର ମଧ୍ୟାହ୍ନରେ ପାଲଲହଡ଼ା ନିକଟ ରଡା ଗାଁର ୫୦ରୁ ଅଧିକ ଲୋକ ଭୋଜି ଖାଇବାକୁ ଯାଉଥିଲେ । ଏହି ସମୟରେ ବାଂଶପାଳ ITI ନିକଟରେ ପିକଅପ୍ ଭ୍ୟାନ୍ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ ୨୫ରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ଆହତ ହୋଇଥିଲେ । ସେମାନଙ୍କୁ ଉଦ୍ଧାର କରି ବାଂଶପାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୪ ଜଣ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।





