Tuesday, September 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୨୪୦୦୦ ଟନ୍ ସୁନାର ମାଲିକାଣୀ ଭାରତୀୟ ମହିଳା

by ସଞ୍ଜୟ ସ୍ୱାଇଁ
December 31, 2024
in NATIONAL NEWS, State
୨୪୦୦୦ ଟନ୍ ସୁନାର ମାଲିକାଣୀ ଭାରତୀୟ ମହିଳା
264
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ୨୪୦ ଲକ୍ଷ କେଜି, ଅର୍ଥାତ ୨୪ ହଜାର ଟନ୍ ସୁନା ରଖିଛନ୍ତି ଆମ ଦେଶର ମହିଳା । ବିଶ୍ୱରେ ଏବେ ସମୁଦାୟ ଯେତିକି ସୁନା ଅଛି ତା’ର ୧୧ ପ୍ରତିଶତର ମାଲିକ ହେଲେ ଭାରତୀୟ ମହିଳା । ୱାର୍ଲଡ ଗୋଲ୍ଡ କାଉନ୍‌ସିଲ୍(ଡବ୍ଲ୍ୟୁଜିସି) ର ରିପୋର୍ଟ ମୁତାବକ,ଏହାର ମୂଲ୍ୟ ବର୍ତ୍ତମାନ ଦରରେ ହେବ ପ୍ରାୟ ୧୭୩ ଲକ୍ଷ କୋଟି ଟଙ୍କା । ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ସୁନା ଭଣ୍ଡାର ତୁଳନାରେ ଏହା ୨୭ ଗୁଣା ଅଧିକ । ମହିଳାଙ୍କ ପାଖରେ ଥିବା ସୁନାରେ ଦେଶର ସବୁ ଖର୍ଚ୍ଚ ଚାରି ପାଞ୍ଚ ବର୍ଷ ଚଳିଯିବ । ଆମ ମହିଳାଙ୍କ ସୁନା ମୋହ ଏମିତି । ଭାରତରେ ସମ୍ପତ୍ତି ଏବଂ ସମୃଦ୍ଧିର ପ୍ରତୀକ ସୁନା । ସୁନା ପ୍ରତି ଭାରତୀୟ ମହିଳାଙ୍କ ମୋହ କେଉଁ କାଳରୁ ରହିଆସିଛି । ଛୋଟ ଉତ୍ସବଟିଏ ହେଉ ଅବା ବିବାହ କାର୍ଯ୍ୟକ୍ରମ, ସୁନା ବଖାଣିଥାଏ ଆଭିଜାତ୍ୟ । ଏହି ପରମ୍ପରା ଓ ଆଭିଜାତ୍ୟ ମଧ୍ୟରେ ଭାରତୀୟ ମହିଳାମାନେ ବନିଯାଇଛନ୍ତି ଶହ ଶହ ଲକ୍ଷ କୋଟିର ମାଲିକାଣୀ । ତଥାପି ଆମେ ଗରିବ। ଘରେ ସାଧାରଣ ଚଳିବା ଜିନିଷ ନ ଥିଲେ ବି ସୁନା ମିଳିଯିବ । ଏ ସୁନା କେବେ ବ୍ୟବହାରରେ ଲାଗେ ନାହିଁ । ଅଳଙ୍କାର ଭାବେ ବ୍ୟବହାର କରାଯାଏ କିମ୍ବା ସିନ୍ଦୁକରେ ରହେ । ଯଦି ଏହି ସୁନାକୁ ଟ୍ରକ୍‌ରେ ବୋହିକରି ନିଆଯାଏ ତା’ହେଲେ ଏଥିପାଇଁ ୨୪୦୦ ଟ୍ରକ୍ ଲୋଡ଼ା ପଡ଼ିବ । ରୋଚକ କଥା ହେଲା, ଭାରତୀୟ ମହିଳାମାନଙ୍କ ପାଖରେ ଥିବା ମୋଟ ସୁନା ବିଶ୍ୱର ଶୀର୍ଷ ୫ ଦେଶର ମିଳିତ ସୁନା ଭଣ୍ଡାରଠାରୁ ଅଧିକ। ପ୍ରତିବର୍ଷ ଗୁଣାତ୍ମକ ହାରରେ ବଢ଼ୁଛି ମହିଳାଙ୍କ ସୁନା ଭଣ୍ଡାର । ରିପୋର୍ଟ କହୁଛି ୨୦୨୦-୨୧ରେ ଭାରତୀୟ ମହିଳାଙ୍କ ପାଖରେ ଥିଲା ୨୧ ହଜାର ଟନ୍ ସୁନା । ଗତ ୩ ବର୍ଷ ଭିତରେ ୩ ହଜାର ଟନ୍ ସୁନା କିଣିଛନ୍ତି । ଅର୍ଥାତ ବର୍ଷକୁ ହଜାରେ ଟନ୍ ସୁନା ଯୋଡ଼ୁଛନ୍ତି ନିଜ ଅଳଙ୍କାର ପେଡ଼ିରେ । ଆମେରିକା ପାଖରେ ୮,୦୦୦ ଟନ୍ ସୁନା ଥିବାବେଳେ ଜର୍ମାନୀ ପାଖରେ ୩,୩୦୦ ଟନ୍, ଇଟାଲୀ ପାଖରେ ୨,୪୫୦ ଟନ ଫ୍ରାନ୍ସ ପାଖରେ ୨୪୦୦ ଟନ୍ ଏବଂ ରୁଷ ପାଖରେ ୧୯୦୦ ଟନ୍ ସୁନା ଅଛି । ଏହାର ଅର୍ଥ ଏସବୁ ଦେଶର ସୁନା ଭଣ୍ଡାରଗୁଡ଼ିକୁ ଯଦି ମିଶାଇ ଦିଆଯାଏ ତେବେ ଭାରତୀୟ ମହିଳାମାନଙ୍କ ପାଖରେ ଥିବା ସୁନାଠାରୁ ଏହା କମ୍ ହେବ । ଘରେ ପଡ଼ି ରହିଥିବା ଏହି ସୁନାକୁ ଯଦି ଦେଶର ଆର୍ଥିକ ବ୍ୟବସ୍ଥାକୁ ଅଣାଯାଏ ତା’ହେଲେ ଅର୍ଥନୀତି କ୍ଷୀପ୍ର ବେଗରେ ଦୌଡ଼ିବ । ଏହି ସୁନାକୁ ଘରୁ ଆର୍ଥିକ ବ୍ୟବସ୍ଥାକୁ ଆଣିବା ପାଇଁ ସରକାର ସଭରେନ୍ ଗୋଲ୍ଡ ବଣ୍ଡ୍ ସ୍କିମ୍ ଆଣିଛନ୍ତି । ଏ ସ୍କିମ୍କୁ ନେଇ ମହିଳାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବା ଦରକାର ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ଅକ୍ସଫୋର୍ଡ ଗୋଲ୍ଡ ଗ୍ରୁପ୍ର ଏକ ରିପୋର୍ଟ ଅନୁସାରେ, ଆମେରିକା, ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍), ସୁଇଜର୍‌ଲାଣ୍ଡ୍ ଏବଂ ଜର୍ମାନୀର ମିଳିତ ଭଣ୍ଡାରଠାରୁ ବି ଭାରତୀୟ ମହିଳାଙ୍କ ସୁନା ପରିମାଣ ଅଧିକ । ସୁନାର ମାଲିକାନା କଥା ଯଦି ବିଚାରକୁ ନେବା ତା’ହେଲେ ଦକ୍ଷିଣ ଭାରତର ମହିଳାମାନେ ସବା ଆଗରେ ରହିଛନ୍ତି । ଦକ୍ଷିଣ ଭାରତରେ ଦେଶର ମୋଟ ସୁନାର ୪୦% ଅଂଶ ରହିଛି । ଏଥିରେ କେବଳ ତାମିଲନାଡୁର ଭାଗ ୨୮% । ଭାରତୀୟ ଆଇନ ଅନୁସାରେ, ଜଣେ ବିବାହିତା ମହିଳା ବିନା କୌଣସି ଟିକସ ପୈଠ କରି ପାଖରେ ୫୦୦ ଗ୍ରାମ ସୁନା ରଖିପାରିବେ । ଅବିବାହିତା ମହିଳା ୨୫୦ ଗ୍ରାମ ଏବଂ ପୁରୁଷ କେବଳ ୧୦୦ ଗ୍ରାମ ସୁନା ପାଖରେ ରଖିପାରିବେ । ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଗତ କିଛି ମାସ ହେବ ଲଗାତର ସୁନା କିଣୁଛି। ଆର୍‌ବିଆଇର ମୋଟ ବୈଦେଶିକ ମୁଦ୍ରା ଭଣ୍ଡାରରେ ସୁନା ଅଂଶ ବଢ଼ି ୧୦.୨% ପର୍ଯ୍ୟନ୍ତ ପହଞ୍ଚିଯାଇଛି । କେନ୍ଦ୍ରୀୟ ବ୍ୟାଙ୍କର ନୂଆ ରିପୋର୍ଟ ଅନୁସାରେ, ନଭେମ୍ବର ଶେଷ ସୁଦ୍ଧା ଦେଶର ସୁନା ଭଣ୍ଡାର ବଢ଼ି ୮୭୬.୧୮ ଟନ୍ ହୋଇଛି । ଏହା ପୂର୍ବ ବର୍ଷ ତୁଳନାରେ ୯% ଅଧିକ । ୨୦୨୩ ଡିସେମ୍ବର ୧ରେ ଦେଶର ସୁନା ଭଣ୍ଡାରର ଆକାର ୮୦୩.୫୮ ଟନ୍ ଥିଲା । ବିଶେଷଜ୍ଞଙ୍କ ଅନୁସାରେ, ବର୍ଦ୍ଧିତ ଭୂ-ରାଜନୈତିକ ଅସ୍ଥିରତା ମଧ୍ୟରେ ଭାରତ ଭଳି ବିକାଶଶୀଳ ଦେଶ ନିଜର ସୁନା ଭଣ୍ଡାର ବଢ଼ାଇଚାଲିଛି । ବିତ୍ତୀୟ ସଂକଟ ବେଳେ ଦେଶର ଅର୍ଥବ୍ୟବସ୍ଥାକୁ ସମ୍ଭାଳିବା ପାଇଁ ସୁନା ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଉଲ୍ଲେଖଯୋଗ୍ୟ, ବିଗତ କିଛି ବର୍ଷରେ ସୁନା ଦରରେ ବଡ଼ ଆକାରରେ ବୃଦ୍ଧି ଘଟିଛି । ତଗ୍‌ଡା ରିଟର୍ଣ୍ଣ ଦେଇଛି ହଳଦିଆ ଧାତୁ । ୧୦ ବର୍ଷ ତଳେ ଅର୍ଥାତ୍ ୨୦୧୪ରେ ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍ ସୁନା ଦର ଥିଲା ୨୮,୦୦୦ ଟଙ୍କା । ବର୍ତ୍ତମାନ ଏହା ୭୮,୦୦୦ ଟଙ୍କାରେ ପହଞ୍ଚିଛି । ଅର୍ଥାତ୍ ୧୦ ବର୍ଷରେ ପ୍ରାୟ ୩ ଗୁଣା ମହଙ୍ଗା ହୋଇଛି ସୁନା ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!