ନୟାଗଡ଼,(ବାଘୁଆବାର୍ତ୍ତା): ବଢି ଚାଲିଛି ଲୁଟେରାମାନଙ୍କ ପାର୍ଦୁଭାବ । ଆଇନ୍ ଆଖିରେ ଧୂଳି ଦେଇ ଦିନ ଦ୍ୱିପ୍ରହରରେ ଘଟାଇ ଚାଲିଛନ୍ତି ଡକାୟତି । ଆଖି ପିଛୁଳାକେ ବନ୍ଧୁକ ଦେଖାଇ ଲୁଟି ନେଲେ ୨୧ଲକ୍ଷ ଟଙ୍କା । ଏଭଳି ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବାଘଲପୁର ଅଂଚଳରେ । ସୂଚନାନୁସାରେ, ସୁବର୍ଣ୍ଣପୁର ଜିଲ୍ଲା ବାଘଲପୁର ଅଂଚଳରେ ଥିବା ବ୍ୟାଙ୍କ ଅଫ୍ ବରୋଦା ଜଣେ ବ୍ୟାଙ୍କ କର୍ମଚାରୀ ଟଙ୍କା ଉଲୁଣ୍ଡା ଏଟିଏମକୁ ଭରିବାକୁ ଯିବା ବେଳେ ୩ଟି ବାଇକରେ ଆସିଥିବା ୬ଜଣ ବନ୍ଧୁକ ଓ ବିଭିନ୍ନ ପ୍ରକାରର ମାରଣସ୍ତ୍ର ଦେଖାଇ ୨୧ଲକ୍ଷ ଲୁଟି ନେଇଥିବା ବେଳେ ଲୁଟେରାମାନେ ଗୋଟିଏ ବାଇକ ଛାଡ଼ି ଯାଇଥିବା ଜଣାପଡିଛି । ସେପଟେ ପୁଲିସ ଖବର ପାଇ ତନାଘନା ଆରମ୍ଭ କରିଥିବା ସୂଚନା ମିଳିଛି ।