Wednesday, September 2, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରାଜ୍ୟରେ କରୋନାର ଦ୍ୱିତୀୟ ଲହର: ୨୧ଆଇଏଏସଙ୍କୁ ବିଭିନ୍ନ ଜିଲ୍ଲାର ଦାୟୀତ୍ୱ

by ସଞ୍ଜୟ ସ୍ୱାଇଁ
April 15, 2021
in Breaking, State
ଯାଜପୁର ଗସ୍ତରେ ମୁଖ୍ୟ ଶାସନ ସଚିବ
220
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା):  ଦିନକୁ ଦିନ ମହାମାରୀ କରୋନା ବଢି ଚାଲିଛି । ରାଜ୍ୟରେ କରୋନାର ଦ୍ୱିତୀୟ ଲହର ପ୍ରଭାବ ପଡିଛି । ଯାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଯୁଦ୍ଧଂ ଦେହି ଡାକରା ଦେଇଥିବା ଜଣାପଡିଛି । ଏ ନେଇ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସୂଚନା ଅନୁସାରେ, ରାଜ୍ୟରେ କରୋନା ସ୍ଥିତି ବିଗିଡିବାରେ ଲାଗିଛି । ଏଥି ପାଇଁ ରାଜ୍ୟ ସରକାର ସମସ୍ତ ଜନସାଧାରଣଙ୍କୁ ମାସ୍କ ଓ ସାମାଜିକ ଦୂରତା ବଜାୟ ରଖିବା ପାଇଁ ଅନୁରୋଧ କରିଥିବା ବେଳେ ଆଜି ୧୪ଜଣ ଆଇଏଏସ ଅଧିକାରୀଙ୍କୁ ରାଜ୍ୟର ବିଭିନ୍ନ ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ଦାୟୀତ୍ୱ ଦିଆଯାଇଥିବା ଜଣାପଡିଛି । ପୂର୍ବରୁ ୭ଜଣ ଆଇଏଏସଙ୍କୁ ଦାୟୀତ୍ୱ ଦିଆଯାଇଥିବା ବେଳେ ଆଜି ପୁଣି ୧୪ଜଣ ଆଇଏଏସଙ୍କୁ ଦାୟୀତ୍ୱ ଦିଆଯାଇଛି । ଆଇଏଏସ ଅନୁ ଗର୍ଗ ଓ ଥିରୁମାଲା ନାୟକଙ୍କୁ ଭୁବନେଶ୍ୱର ଦାୟୀତ୍ୱ, ଆଇଏଏସ ମଧୂସୁଧନ ପାଢିଙ୍କୁ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା, ଆଇଏଏସ ବେଣୁଧର ବେହେରା ଓ ସତ୍ୟବ୍ରତ ସାହୁଙ୍କୁ ବରଗଡ଼, ବଲାଙ୍ଗିର ଓ ନୂଆପଡ଼ା ଜିଲ୍ଲା, ଆଇଏଏସ ସୁରେନ୍ଦ୍ର କୁମାର ଓ ଶ୍ରୀକାନ୍ତ ପୃଷ୍ଟିଙ୍କୁ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲା, ଆଇଏଏସ ହେମନ୍ତ ଶର୍ମା ଓ ଡ଼ ସୁରେଶ ଚନ୍ଦ୍ର ଦଳାଇଙ୍କୁ ଯାଜପୁର, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲା, ଆଇଏଏସ ନିକୁଞ୍ଜ ଧଳଙ୍କୁ ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲା, ଆଇଏଏସ ଜି. ମାଥିଭାଟନାନ୍ ଗଞ୍ଜାମ ଓ ଗଜପତି ଜିଲ୍ଲା, ଆଇଏଏସ ବିଷ୍ଣୁପଦ ସେଠୀ ଓ ଗୋପବନ୍ଧୁ ଶତପଥିଙ୍କୁ ଅନୁଗୁଳ, ଦେଓଗଡ଼ ଓ ଢେଙ୍କାନାଳ ଜିଲ୍ଲା, ଆଇଏଏସ ଚିତ୍ରା ଅରୁମୁଗମ୍ଙ୍କୁ ସମ୍ବଲପୁର ଓ ସୋନପୁର ଜିଲ୍ଲା, ଆଇଏଏସ ଶାସ୍ୱତ ମିଶ୍ର ଓ ବିଷ୍ଣୁ ପ୍ରସାଦ ମିଶ୍ରଙ୍କୁ କଳାହାଣ୍ଡି, କନ୍ଧମାଳ ଓ ବୌଦ୍ଧ ଜିଲ୍ଲା, ଆଇଏଏସ ଭି.ଭି ୟାଦବ ଓ ରସିଦ୍ ଖାଁନଙ୍କୁ କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲା, ଆଇଏଏସ ଅନିଲ କୁମାର ସାମଲଙ୍କୁ ନୟାଗଡ଼ ଜିଲ୍ଲା ସହିତ କଟକ ସହର, କଟକ ଗ୍ରମାଞ୍ଚଳ ଓ ଖୋର୍ଦ୍ଧା ଗ୍ରାମାଞ୍ଚଳର ଦାୟୀତ୍ୱ, ଆଇଏଏସ ସୁଶାନ୍ତ ମହାପାତ୍ରଙ୍କୁ ମଧ୍ୟ କଟକ ଗ୍ରାମାଞ୍ଚଳ ଓ କଟକ ସହରାଞ୍ଚଳର ଦାୟୀତ୍ୱ ଦିଆଯାଇଛି । ପୂର୍ବରୁ ୧୦ଟି ଜିଲ୍ଲାରେ ରାତ୍ରୀକାଳିନ କର୍ଫ୍ୟୁ ଜାରି କରାଯାଇଥିବା ବେଳେ ଆଜି ଠାରୁ ଆଉ ୧୦ଟି ଜିଲ୍ଲାରେ ରାତ୍ରୀ କାଳିନ କର୍ଫ୍ୟୁ ଲାଗୁ କରାଯାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!