ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ କ୍ରୀଦାଶପୁର ଆଂଚଳିକ ଉଚ୍ଚ ବିଦ୍ୟାଳୟର ୨୦୦୭ ମାଟ୍ରିକ ବ୍ୟାଚ ବନ୍ଧୁ ମିଳନ ପାଣିପୋଇଲା ନିକଟସ୍ଥ ଡ୍ୟାମଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟ କ୍ରମରେ ଉକ୍ତ ବ୍ୟାଚର ବହୁ ଛାତ୍ରଛାତ୍ରୀ ଯୋଗ ଦେଇ ପୁରୁଣା ସ୍ମୃତିକୁ ଉଜ୍ଜିବିତ କରିଛନ୍ତି । ଏହି ଅବସରରେ ଉକ୍ତ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ଆଗାମୀ ଦିନରେ ବିଦ୍ୟାଳୟର ଉନ୍ନତୀ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ସ୍ଥିର କରିଛନ୍ତି । କାର୍ଯ୍ୟକ୍ରମ ଦେବାଶିଷ ମହାପାତ୍ର, ଅଜିତ କୁମାର ସ୍ୱାଇଁ, ମନୋରଂଜନ ପାଣିଗ୍ରାହୀ, ଚିନ୍ମୟ ପାଣିଗ୍ରାହୀ, ଅନୀଲ କୁମାର ପଣ୍ଡା ପରିଚାଳନା କରିଥିବା ବେଳେ ସନ୍ତୋଷ ପଣ୍ଡା, ସଂଜିବନୀ ସୁଧା ପ୍ରିୟଦର୍ଶନୀ, ଚିନ୍ମୟୀ ତ୍ରୀପାଠୀଙ୍କ ସହ ଅନେକ ସହପାଠୀ ଯୋଗ ଦେଇଥିଲେ ।





