ନୟାଗଡ (ବାଘୁଆବାର୍ତା ବ୍ୟୁରୋ); ନୟାଗଡ ରକ୍ତ ଭଣ୍ଡାରରେ ରକ୍ତର ଘୋର ଅଭାବ କାରଣରୁ ସ୍ଥାନୀୟ ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ଉଦ୍ୟମରେ ଏକ ପ୍ରସ୍ତୁତି ବୈଠକ ହୋଇ ରକ୍ତ କିପରି ସଂଗ୍ରହ କରାଯିବ ସେଥି ନିମନ୍ତେ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୧୫ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ପତ୍ୟେକ ଦିନ ନୟାଗଡ ରକ୍ତ ଭଣ୍ଡାର ଠାରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଦ୍ୱାରା ରକ୍ତ ସଂଗ୍ରହ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ସୂଚନା ଅନୁସାରେ ଚମ୍ପତିପୁର ଗ୍ରାମ ପଂଚାୟତ ପକ୍ଷରୁ ୧୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ନାଟୁଗାଁ ପଂଚାୟତ ରୁ ୬ ୟୁନିଟ୍ ଓ ଗଦାଧରପ୍ରସାଦ ପଂଚାୟତ ପକ୍ଷରୁ ୪ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି । ସମୁଦାୟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି । ଛାତ୍ର ବିଜେଡି, ଯୁବ ବିଜେଡି ଓ ବିଜୁ ଯୁବ ବାହିନୀ ର ମିଳିତ ଉଦ୍ୟମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଚମ୍ପତିପୁର ସରପଂଚ ରୁବିଲିନ ବେହେରା, ଅଜିତ ପ୍ରସାଦ ସାହୁ, ରମେଶ କୁମାର ସାହୁ, ଦୁର୍ଯ୍ୟେଧନ ବେହେରା ପ୍ରମୁଖ ସହଯୋଗ କରିଥିଲେ ।







