ନୟାଗଡ଼, (ବାଘୁଆବାର୍ତ୍ତା): ଆଜି ପ୍ରକାଶ ପାଇଛି +୨ କଳା ଓ ଧନ୍ଦାମୁଳକ ଶିକ୍ଷାର ରେଜଲ୍ଟ । ନୟାଗଡ଼ ଜିଲ୍ଲାରେ କଳାରେ ୮୩.୦୪ ପ୍ରତିଶତ ପାଶ ହାର ହୋଇଛି । ନୟାଗଡ଼ ଜିଲ୍ଲାର ଟପ୍ପର ହୋଇଛନ୍ତି ସୁତୁଲ ସାହୁ । ସେ ଦଶପଲ୍ଲା ବୃନ୍ଦାବନ ସୁବୁଦ୍ଧି ମହାବିଦ୍ୟାଳୟରେ ପାଠ ପଢୁଥିଲେ । ସେ ମୋଟ ୬୦୦ ମାର୍କରୁ ୫୪୪ ମାର୍କ ରଖିଛନ୍ତି । ଦଶପଲ୍ଲା ଶ୍ରୀରାମପୁରର ପିତା ଜଗନ୍ନା ସାହୁ ଓ ମାତା ରଞ୍ଜୁ ସାହୁଙ୍କ ସୁପୁତ୍ର । ତାଙ୍କ ସଫଳତାକୁ ନେଇ ପରିବାରରେ ଖୁସିର ଲହରି । ସେହିପରି ଭାବେ ଇଟାମାଟି ଶିକ୍ଷା ଓ ବୈଶୟିକ ମହାବିଦ୍ୟାଳୟର ଛାତ୍ର ରୁଦ୍ର ପ୍ରସାଦ ନାୟକ ୬୦୦ ରୁ ୫୩୮ ନମ୍ବର ରଖିଛନ୍ତି । ଇଟାମାଟି ନିକଟସ୍ଥ ନୂଆଗାଁ ଗ୍ରାମର ନୀଳମଣି ନାୟକ ଓ ପଦ୍ମଳୟା ନାୟକଙ୍କର ସୁପୁତ୍ର । ତାଙ୍କ କୃତିତ୍ୱକୁ ନେଇ ପରିବାର ମଧ୍ୟରେ ଖୁସିର ଲହରି ଖେଳିଯାଇଛି ।





