ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଆସନ୍ତା ୩୦ ତାରିଖରୁ ଯୁକ୍ତ ଦୁଇ ଖାତା ପୁନଃଯାଞ୍ଚ ଓ ପୁନଃମୂଲ୍ୟାୟନ ପାଇଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ। କେତେକ ବିଷୟ ପାଇଁ ଅଫ୍ଲାଇନ୍ରେ ଓ ଆଉ କେତେକ ପେପର୍ ପାଇଁ ଅନ୍ଲାଇନ୍ରେ ଆବେଦନ କରିବାକୁ ପଡିବ । ଅନ୍ଲାଇନ୍ ଖାତା ଦେଖାରେ କିଛି ତ୍ରୁଟି ରହିଥିଲେ ସେ ନେଇ ମଧ୍ୟ ଅଭିଯୋଗ କରିହେବ । ଏହି ଅଭିଯୋଗ ପାଇଁ ଏକ ଲିଙ୍କ୍ ଦିଆଯିବ । ଜୁନ୍ ୪ରୁ ୧୮ ମଧ୍ୟରେ ଏହି ଲିଙ୍କ୍ରେ ଅଭିଯୋଗ କରିହେବ ।






