Saturday, June 6, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆଜିଠୁ ଯୁକ୍ତ୨ ଇଣ୍ଟରନାଲ୍ ଆସେସ୍‌ମେଣ୍ଟ ପରୀକ୍ଷା

by ସଞ୍ଜୟ ସ୍ୱାଇଁ
December 23, 2024
in Education, State
ଆଜିଠୁ ଯୁକ୍ତ୨ ଇଣ୍ଟରନାଲ୍ ଆସେସ୍‌ମେଣ୍ଟ ପରୀକ୍ଷା
34
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଆଜିଠୁ ଯୁକ୍ତ୨ ଇଣ୍ଟରନାଲ୍ ଆସେସ୍‌ମେଣ୍ଟ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବା ସିଏଚ୍ଏସଇ ଦ୍ଵାରା ପରିଚାଳିତ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମର ଇଣ୍ଟରନାଲ୍ ଆସେସ୍‌ମେଣ୍ଟ ଆଜିଠାରୁ ଆରମ୍ଭ ହୋଇଛି। ଡିସେମ୍ବର ୩୦ ପର୍ଯ୍ୟନ୍ତ ହେବାକୁ ଥିବା ଆସେସ୍‌ମେଣ୍ଟ ୧୦ କିମ୍ବା ୨୦ ମାର୍କ ବିଶିଷ୍ଟ ରହିବ। ବିଜ୍ଞାନ, କଳା, ବାଣିଜ୍ୟ, ଧନ୍ଦାମୂଳକ ଓ କରେସ୍ପୋଣ୍ଡେନ୍ସ ପାଠ୍ୟକ୍ରମର ପ୍ରାକ୍ଟିକାଲ କିମ୍ବା ପ୍ରୋଜେକ୍ଟ ନ ଥିବା ବିଷୟଗୁଡ଼ିକରେ ୧୦ ଓ ୨୦ ମାର୍କ ବିଶିଷ୍ଟ ପରୀକ୍ଷା କରା‌ଯିବ। ଯାହାର ଅବଧି ୪୫ ମିନିଟ୍ ରଖାଯାଇଛି। ପ୍ରାକ୍ଟିକାଲ ତ‌ଥା ପ୍ରୋଜେକ୍ଟ ଥିବା ବିଷୟଗୁଡ଼ିକରେ ୨୦ ମାର୍କର ପରୀକ୍ଷା ହେବ ଏବଂ ସମୟ ଅବଧି ଦୁଇ ଘଣ୍ଟା ରହିବ। ସରକାରୀ ଛୁଟି ଦିନ ବ୍ୟତୀତ ଅନ୍ୟ ଦିନରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା କରାଇବାକୁ ସିଏଚ୍ଏସ୍‌ଇ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି। ସେପଟେ ଯୁକ୍ତ୨ ଥିଓରି ପରୀକ୍ଷା ଫେବ୍ରୁଆରୀ ୧୮ରୁ ମାର୍ଚ୍ଚ ୨୭ ପର୍ଯ୍ୟନ୍ତ ଚାଲିବା ସମସ୍ତ ବିଷୟର ପରୀକ୍ଷା ପ୍ରତିଦିନ ପୂର୍ବାହ୍ଣ ୧୦ଟାରୁ ଆରମ୍ଭ ହେବ ଚଳିତବର୍ଷ ଉଭୟ ରେଗୁଲାର ଏକ୍ସ-ରେଗୁଲାରରେ ଦେବାକୁ ୩ଲକ୍ଷ ୯୨ ହଜାର ୮୬୭ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି। କଳା ବିଭାଗରେ ସର୍ବାଧିକ ୨ଲକ୍ଷ ୪୬ ହଜାର ପରୀକ୍ଷାର୍ଥୀ ରହିଥିବା ବେଳେ ବିଜ୍ଞାନରେ ପ୍ରାୟ ୧ଲକ୍ଷ ୧୫ ହଜାର, ବାଣିଜ୍ୟରେ ୨୫ ହଜାର ଓ ଧନ୍ଦାମୂଳକ ବିଭାଗରେ ୫,୭୦୦ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି । ଥିଓରି ପରୀକ୍ଷା ଆରମ୍ଭ ହେବାର ୩୦ ମିନିଟ୍ ପୂର୍ବରୁ ପରୀକ୍ଷାର୍ଥୀ କେନ୍ଦ୍ର ଭିତରକୁ ପ୍ରବେଶ କରିବେ ୧୫ ମିନିଟ୍ ପୂର୍ବରୁ ହଲ୍‌ରେ ପ୍ରବେଶ ସହ ସିଟ୍‌ରେ ବସିବେ ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ବାଧ୍ୟତାମୂଳକ କରାଯାଇଛି। ଯେଉଁ ସିସିଟିଭି ଲାଗିବ ତାହାର ସଂଯୋଗ ସିଏଚ୍ଏସ୍‌ମ୍ଭର ମୁଖ୍ୟ କାର୍ଯ୍ୟାଳୟ ସହ ରହିବ। ପରିଣାମ ସ୍ବରୂପ ଭୁବନେଶ୍ୱର ସ୍ଥିତ କାର୍ଯ୍ୟାଳୟରୁ ସିଧା ମନିଟରିଂ କରାଯାଇପାରିବ। ପରିଷଦ କାର୍ଯ୍ୟାଳୟରେ ୫୫ ଇଞ୍ଚର ୧୦ଟି ଏଲ୍‌ଇଡି ଟିଭି, ୧୦ଟି ଡେକ୍ସଟପ୍ ସହ ଆବଶ୍ୟକୀୟ ସରଞ୍ଜାମ, ୬ଜଣ ଲୋକ ଓ ଦୁଇଟି ପ୍ରିଣ୍ଟର ଲଗାଯିବା କେନ୍ଦ୍ରଗୁଡ଼ିକରେ କିଭଳି ପରୀକ୍ଷା ଚାଲିଛି ତାହାର ସିଧାସଳଖ ନଜର ରହିବ। ଥିଓରି ପୂର୍ବରୁ ଜାନୁଆରି ୨ରୁ ୧୨ ତାରିଖ ମଧ୍ୟରେ ପ୍ରାକ୍ଟିକାଲ ପରୀକ୍ଷା ଅନୁଷ୍ଠିତ ହେବ। ୩୦, ୫୦ ଓ ୬୦ ମାର୍କର ପ୍ରାକ୍ଟିକାଲ ବିଷୟ ପରୀକ୍ଷା ପାଇଁ ୩ ଘଣ୍ଟା ସମୟ ଧାର୍ଯ୍ୟ ହୋଇଛି। ଯେତେବେଳେ କି ୧୫ ମାର୍କ ଥିବା ବିଷୟର ପ୍ରାକ୍ଟିକାଲ୍‌କୁ ୨ ଘଣ୍ଟା ଦିଆଯିବ। ଏଣିକି ବାର୍ଷିକ ପରୀକ୍ଷାରେ ପରୀକ୍ଷାର୍ଥୀଙ୍କୁ ୮୦ ମାର୍କର ଥିଓରି ପରୀକ୍ଷା ଦେବାକୁ ପଡ଼ିବ ସେଥିରୁ ୨୪ ମାର୍କ ରଖିଲେ ଜଣେ ପରୀକ୍ଷାର୍ଥୀ ପାସ୍‌ କରିବେ । ଇଣ୍ଟରନାଲ୍ ଆସେସ୍‌ମେଣ୍ଟରେ ପରୀକ୍ଷାର୍ଥୀ ଯେତିକି ମାର୍କ ରଖିବେ ତାହାକୁ ମୋଟ ମାର୍କ ସହ ସଂଯୋଗ କରାଯିବ। ହେଲେ ଥିଓରି ମାର୍କ ସହ ମିଶ୍ରଣ କରାଯାଇ ପାସ୍‌ ବୋଲି ଗଣାଯିବ ନାହିଁ । ଇଂରାଜୀ, ଇତିହାସ, ରାଜନୀତି ବିଜ୍ଞାନ ବିଷୟରେ ମୋଟ ୮୦ ମାର୍କର ପରୀକ୍ଷା ହେବ ସେଥିରୁ ପରୀକ୍ଷାର୍ଥୀ ୨୪ ମାର୍କ ଅର୍ଥାତ୍ ୩୦% ମାର୍କ ରଖିଲେ ହିଁ ଉତ୍ତୀର୍ଣ୍ଣ ହେବେ। ଯଦି ଜଣେ ପରୀକ୍ଷାର୍ଥୀ ଇଣ୍ଟରନାଲ୍ ପରୀକ୍ଷାରେ ୨୦ରୁ ୧୮ ମାର୍କ ପାଇଥିବେ, ହେଲେ ଥିଓରି ପରୀକ୍ଷାରେ ୮୦ରୁ ୨୦ ମାର୍କ ରଖିବେ ତାହା ହେଲେ ତାଙ୍କୁ ଫେଲ୍ ବୋଲି ଘୋଷଣା କରାଯିବ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!