ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଚଳିତ ବର୍ଷ ଯୁକ୍ତ ୨ ପରୀକ୍ଷା ପାଇଁ ଆଜି ତାରିଖ ଘୋଷଣା କରାଯିବା ସହିତ ପରୀକ୍ଷାର କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ସୂଚନାନୁସାରେ, ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ପାଇଁ ଆସନ୍ତା ମେ ୧୮ ତାରିଖରୁ ଜୁନ୍ ୧୨ତାରିଖ ଯାଏଁ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗ ସହ ଧନ୍ଦାମୂଳକ ଶିକ୍ଷାର ହେବ ପରୀକ୍ଷା । ତେବେ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ମେ ୨୮ରୁ ଆରମ୍ଭ ହେବ । ତେବେ ଚଳିତ ବର୍ଷ ବିଜ୍ଞାନ ବିଭାଗରେ ପ୍ରଥମେ ଫିଜିକ୍ସି ପରୀକ୍ଷା ହେବା ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ । କରୋନା ମହାମାରୀକୁ ଦୃଷ୍ଟିରେ ରଖି ଯୁକ୍ତ ୨ ପରୀକ୍ଷା ପାଇଁ ଭିନ୍ନ ରଣନୀତି ଆପଣାଇଛି ଗଣଶିକ୍ଷା ବିଭାଗ । କିଛିଦିନ ହେଲା ମହାମାରୀ କରୋନା ପ୍ରକୋପ କମିବା ପରେ ଯୁକ୍ତ ୨ ଛାତ୍ରଛାତ୍ରୀଙ୍କର କ୍ଲାସ ଆରମ୍ଭ ହୋଇଥିଲା ।





