Thursday, June 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କାଲିଠାରୁ ଯୁକ୍ତ ୨ ବୋର୍ଡ ପରୀକ୍ଷା

by ସଞ୍ଜୟ ସ୍ୱାଇଁ
February 17, 2025
in Education, State
କାଲିଠାରୁ ଯୁକ୍ତ ୨ ବୋର୍ଡ ପରୀକ୍ଷା
115
VIEWS
Share on FacebookShare on Twitter

ଭୁବନେଶ୍ଵର, (ବାଘୁଆବାର୍ତ୍ତା): ମଙ୍ଗଳବାରଠୁ ଯୁକ୍ତ ୨ ବୋର୍ଡ ପରୀକ୍ଷା। ମୋଟ ୧୨୭୬ କେନ୍ଦ୍ରରେ ପରୀକ୍ଷା ଦେବେ ୩ ଲକ୍ଷ ୯୩ ହଜାର ୬୧୮ ପରୀକ୍ଷାର୍ଥୀ। କଳାରେ ୨,୪୭,୩୯୧ , ବିଜ୍ଞାନରେ ୧,୧୪,୯୮୦, ବାଣିଜ୍ୟରେ ୨୫,୫୨୬ ଏବଂ ଧନ୍ଦାମୂଳକ ବିଷୟରେ ୫୭୨୧ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଏଥିପାଇଁ ୨୦୫ ହବ୍‌ରେ ମହଜୁଦ ରହିଛି ପ୍ରଶ୍ନପତ୍ର। ସୂଚନାନୁଯାୟୀ, ସକାଳ ସାଢେ ୮ଟାରେ ହବ୍‌ରୁ ପ୍ରଶ୍ନପତ୍ର ବାହାରି ସେଣ୍ଟରରେ ପହଞ୍ଚିବ। ସାଢେ ୯ଟା ସୁଦ୍ଧା ଛାତ୍ରଛାତ୍ରୀ ସେଣ୍ଟରରେ ପହଞ୍ଚିବେ। ସକାଳ ୧୦ଟାରୁ ୧ଟା ଯାଏଁ ପରୀକ୍ଷା ହେବ। ପ୍ରଥମ ଦିନ ବିଜ୍ଞାନ ବିଭାଗ ବିଭାଗ ଛାତ୍ରଛାତ୍ରୀ ସାହିତ୍ୟ ପରୀକ୍ଷା ଦେବେ। ହିଟ୍ ୱେଭ୍ ପାଇଁ ସାଙ୍ଗରେ ପାଣି ନେଇଯାଇ ପାରିବେ। ହେଲେ ପରୀକ୍ଷା ହଲ୍‌ ଭିତରକୁ ନେଇ ପାରିବେ ନାହିଁ। ସମ୍ପୂର୍ଣ୍ଣ ସ୍କ୍ରିନିଂ ପରେ ପିଲାଙ୍କୁ ପରୀକ୍ଷା ହଲ୍‌କୁ ଛଡାଯିବ। ୯ଟା ୫୦ରେ ଉତ୍ତର ଖାତା ପାଇବେ। ୯ଟା ୫୫ରେ ପ୍ରଶ୍ନପତ୍ର ଦିଆଯିବ। ୩୨ ପେଜ୍‌ର ଉତ୍ତର ଖାତା ଚେକ୍ କରି ସାରିବା ପରେ ୧୦ଟାରୁ ଉତ୍ତର ଲେଖିବା ଆରମ୍ଭ କରିବେ। ସିସିଟିଭି କ୍ୟାମେରାରେ ପଞ୍ଚ ସ୍ତରୀୟ ସ୍କ୍ଵାର୍ଡ ବ୍ୟବସ୍ଥାରେ ସ୍ଵଚ୍ଛତାର ସହ ପରୀକ୍ଷା କରାଯିବ। ଏଥିପାଇଁ ସିଏଚ୍‌ଏସଇ ପକ୍ଷରୁ ପ୍ରସ୍ତୁତି କରାଯାଇଛି। ପ୍ରଶ୍ନପତ୍ର ଭାଇରାଲ୍ ଭଳି ଗୁଜବ ଉପରେ ବିଶ୍ୱାସ ନକରିବାକୁ ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!