ନୟାଗଡ଼, (ବାଘୁଆବାର୍ତ୍ତା) : ରାଜ୍ୟରେ ଆଜି +୨ ଖାତା ଦେଖା ଆରମ୍ଭ ହୋଇଛି । ଭୂବନେଶ୍ୱର ଓ କଟକ ପରି ସହରରେ ଅନ୍ଲାଇନ୍ ମାଧ୍ୟମରେ ଖାତା ଦେଖା ଆରମ୍ଭ ହୋଇଛି । ଖାତା ଦେଖା କେନ୍ଦ୍ର ଗୁଡ଼ିକୁ ବିଶୋଧନ କରାଯିବା ସହ ସାମାଜିକ ଦୂରତା ଅବଲମ୍ବନ କରାଯାଇ ଖାତା ଦେଖା ଆରମ୍ଭ ହୋଇଛି । ୩ ତାରିଖରୁ ନୟାଗଡ଼ରେ ଅନ୍ଲାଇନ୍ ମାଧ୍ୟମରେ ଖାତା ଦେଖା ଆରମ୍ଭ ହେବାକୁ ଥିବା ବେଳେ ୮ ତାରିଖରୁ ଅଫ୍ଲାଇନ୍ ଖାତା ଦେଖା ଆରମ୍ଭ ବୋଲି ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷା ମେଜର୍ ମଂଜୁଶ୍ରୀ ପତି ସୂଚନା ଦେଇଛନ୍ତି । ଏଥି ନିମନ୍ତେ ମହାବିଦ୍ୟଳୟକୁ ଆଜିଠାରୁ ବିଶୋଧନ ପ୍ରକିୟା ଆରମ୍ଭ କରାଯାଇଛି । ସାମାଜିକ ଦୂରତା ରକ୍ଷା କରି ଖାତା ଦେଖାର ବ୍ୟବସ୍ଥା କରାଯିବାର ବ୍ୟବସ୍ଥା ଆରମ୍ଭ କରାଯାଇଥିବା ଅଧ୍ୟକ୍ଷ ସୂଚନା ଦେଇଛନ୍ତି ।






