Tuesday, June 2, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଯୁକ୍ତ ଦୁଇରେ ବିକଳ୍ପ ମୂଲ୍ୟାୟନକୁ ନେଇ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀ ଦେଇପାରିବେ ଅଫଲାଇନ୍‌ ପରୀକ୍ଷା, ଆସନ୍ତାକାଲିଠାରୁ କରିହେବ ଆବେଦନ

by ସଞ୍ଜୟ ସ୍ୱାଇଁ
September 2, 2021
in Education, State
ଯୁକ୍ତ ଦୁଇରେ ବିକଳ୍ପ ମୂଲ୍ୟାୟନକୁ ନେଇ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀ ଦେଇପାରିବେ ଅଫଲାଇନ୍‌ ପରୀକ୍ଷା, ଆସନ୍ତାକାଲିଠାରୁ କରିହେବ ଆବେଦନ
42
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଯୁକ୍ତ ଦୁଇରେ ବିକଳ୍ପ ମୂଲ୍ୟାୟନକୁ ନେଇ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀ ଦେଇପାରିବେ ଅଫଲାଇନ୍‌ ପରୀକ୍ଷା । ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏଥିନିମନ୍ତେ ଆସନ୍ତାକାଲିଠାରୁ ଆବେଦନ କରିହେବ । ଅଗଷ୍ଟ ୭ ତାରିଖ ହେଉଛି ଆବେଦନର ଶେଷ ଦିନ । ଯେତେ ପିଲା ଆବେଦନ କରିବେ, ସେହି ଅନୁସାରେ ପରୀକ୍ଷା ସୂଚୀ ଓ ପରୀକ୍ଷା କେନ୍ଦ୍ର ନିର୍ଦ୍ଧାରଣ କରାଯିବ । ଛାତ୍ରଛାତ୍ରୀମାନେ ବିନା ଦେୟରେ ପରୀକ୍ଷା ଦେବେ । ତାରିଖ ଧାର୍ୟ୍ୟ ହୋଇ ନ ଥିଲେ ମଧ୍ୟ ସେପ୍ଟେମ୍ବର ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହରେ ପରୀକ୍ଷା କରାଯିବ । ଆସନ୍ତା କାଲିଠୁ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ପଞ୍ଜୀକରଣ ଆରମ୍ଭ ହେବ । ଏଥିପାଇଁ କଲେଜଗୁଡ଼ିକୁ ଏକ ଲିଙ୍କ୍‌ ପ୍ରଦାନ କରାଯିବ। ଯାହା ମାଧ୍ୟମରେ ଛାତ୍ରଛାତ୍ରୀ ପଞ୍ଜୀକରଣ କରିପା‌ରିବେ । କରୋନା ପାଇଁ ଏଥର ଯୁକ୍ତ ଦୁଇ ପରୀକ୍ଷା ହୋଇ ପାରିନଥିଲା । ତେଣୁ ବିକଳ୍ପ ଉପାୟ ଭାବେ ମାଟ୍ରିକ ମାର୍କକୁ ଆଧାର କରି ଛାତ୍ରଛାତ୍ରୀଙ୍କୁ ମାର୍କ ଦିଆଯାଇଥିଲା । ଏଥିରେ ବହୁ ଛାତ୍ରଛାତ୍ରୀ ଅସନ୍ତୋଷ ପ୍ରକାଶ କରିଥିଲେ । ତେଣୁ ଅଫଲାଇନ୍‌ ପରୀକ୍ଷା କରାଯିବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି। ଅଫଲାଇନ୍‌ ପରୀକ୍ଷା ଦେଲେ ବିକଳ୍ପ ମୂଲ୍ୟାୟନରେ ମିଳିଥିବା ମାର୍କ କାଏମ୍ ରହିବ ନାହିଁ । ଅଫଲାଇନ୍‌ ମାର୍କ ହିଁ ଚୂଡ଼ାନ୍ତ ହେବ । ଯୁକ୍ତ୨ରେ ବିଷୟ ସଂଖ୍ୟା ଅଧିକ ଥିବାରୁ ସବୁ ବିଷୟରେ ପରୀକ୍ଷା କଲେ ଅଧିକ ସମୟ ଲାଗିବ । ତେଣୁ ସମସ୍ତ ବିଷୟର ପରୀକ୍ଷା ହେବନି। । ଆବେଦନକାରୀଙ୍କ ସଂଖ୍ୟ।କୁ ଦୃଷ୍ଟିରେ ରଖି କିଭଳି ଓ କେଉଁ ପ୍ରମୁଖ ବିଷୟରେ ପରୀକ୍ଷା କରାଯିବ ସେନେଇ ନିଷ୍ପତ୍ତି ନିଆଯିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!