ଭୁବନେଶ୍ବର, (ବାଘୁଆବାର୍ତ୍ତା): ମେ’ ୨୯ ତାରିଖରୁ ଯୁକ୍ତ ୨ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ସାମସ୍ ପୋର୍ଟାଲରେ ଅନ୍ଲାଇନ୍ରେ ଛାତ୍ରଛାତ୍ରୀ ଆବେଦନ କରିପାରିବେ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁସାରେ ଜୁନ୍ ୨୦ ତାରିଖ ଯାଏଁ ଛାତ୍ରଛାତ୍ରୀ ଆବେଦନ କରିପାରିବେ । ଜୁନ୍ ୨୮ ତାରିଖରେ ପ୍ରଥମ କଟ୍ ଅଫ୍ ତାଲିକା ପ୍ରକାଶ ପାଇବ । ଜୁନ୍ ୨୯ ତାରିଖରୁ ଜୁଲାଇ ୫ ତାରିଖ ଯାଏଁ ପ୍ରଥମ ପର୍ୟ୍ୟାୟ ନାମଲେଖା ହେବ । ଜୁଲାଇ ୧୩ ତାରିଖରେ ଦ୍ବିତୀୟ ପର୍ୟ୍ୟାୟ କଟ୍ ଅଫ୍ ତାଲିକା ପ୍ରକାଶ ପାଇବ । ଚଏସ୍ ଲକିଂ ବା ସ୍ଲାଇଡ଼ ଅପ୍ ୧୯ ଜୁଲାଇ ସୁଦ୍ଧା କରିବେ । ୨୬ ଜୁଲାଇରୁ ୨୭ ଜୁଲାଇ ସ୍ପଟ୍ ସିଲେକ୍ସନ ହେବ । ସ୍ପଟ୍ ସିଲେକ୍ସନ ଏଥର ଅନଲାଇନରେ ହୋଇପାରିବ । ୧୦୬ଟି ଅପଗ୍ରେଡଡ଼ ହାୟର ସେକେଣ୍ଡାରୀ ସ୍କୁଲ ଅନୁମୋଦନ ହୋଇଛି । ସେଥିରେ ୧୩୦୦୦ ସିଟ୍ ରହିଛି । ଜୁଲାଇ ୨୯ରୁ ଯୁକ୍ତ ଦୁଇ ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହେବ ।





