ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଆସନ୍ତା ୧୨ ତାରିଖରୁ +୨ ନାମଲେଖା ପାଇଁ ଆବେଦନ ଆରମ୍ଭ ହେବ। ଝଇଗଝ ପୋର୍ଟାଲରେ ନାମଲେଖା ପାଇଁ ଛାତ୍ରଛାତ୍ରୀ ଆବେଦନ କରିବେ। ଚଳିତ ବର୍ଷ ଯୁକ୍ତ ୨ରେ ମୋଟ ୫୪ ହଜାର ୯୦୦ଟି ସିଟ୍ ବୃଦ୍ଧି କରାଯାଇଛି। ତେବେ ୭୨ ହଜାର ସିଟ ବୃଦ୍ଧି ପାଇଁ ଆବେଦନ କରିଥିଲେ ବିଭିନ୍ନ ସ୍କୁଲ। କଳାରେ ସିଟ ବୃଦ୍ଧି ପାଇଁ ୪୦ ହଜାର ଆବେଦନ ଆସିଥିଲା କିନ୍ତୁ ୩୮ହଜାର ସିଟ ବୃଦ୍ଧି ପାଇଁ ଅନୁମତି ଦିଆଯାଇଛି। ସେହିଭଳି ବିଜ୍ଞାନରେ ୨୫ ହଜାର ସିଟ ବୃଦ୍ଧି ପାଇଁ ଆବେଦନ ହୋଇଥିବା ବେଳେ ୧୩ ହଜାର ସିଟ୍ ବୃଦ୍ଧି ପାଇଁ ଅନୁମତି ମଳିଛି। ବାଣିଜ୍ୟରେ ୪ହଜାର ଆବେଦନରୁ ୩୯୦୦ ସିଟକୁ ଅନୁମତି ଦିଆଯାଇଛି। ସେପଟେ କରୋନା ପାଇଁ କୌଣସି ଆଡ଼ମିଶନ ଫି ବୃଦ୍ଧି ହେବନାହିଁ। ଆଡମିସନ ପରେ ଅକ୍ଟୋବରରୁ କ୍ଳାସ ଆରମ୍ଭ ହେବ ବୋଲି ୟୁଜିସି କହିଛି। ଚଳିତ ସପ୍ତାହ ସୁଦ୍ଧା ବାକିଥିବା ଯୁକ୍ତ ଦୁଇ କଳା ପରୀକ୍ଷା ଫଳ ପ୍ରକାଶ ପାଇବ। ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ।






