ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଡିଏଭି ସ୍କୁଲର ପ୍ରତିଷ୍ଠାତା ଅଭୟ କୁମାର ପ୍ରଧାନଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ପାଳିତ ହୋଇଯାଇଛି । ନୟାଗଡ଼ ଡିଏଭି ସ୍କୁଲ ପରିସରରେ କୋଭିଡ୍ ନିୟମକୁ ପାଳନକରି ତାଙ୍କ ସ୍ମୃତିଚାରଣ କରାଯାଇଛି । ପୁଷ୍ପମାଲ୍ୟ ଅର୍ପଣ, ହୋମଯଜ୍ଞ ଏବଂ ଏକ ସ୍ମରଣିକା \”ଅଭୟ ସାର୍ଙ୍କ ସ୍ମୃତିରେ\’ ଉନ୍ମୋଚନ କରାଯାଇଛି । ନୟାଗଡ଼ ସହରର ବୁଦ୍ଧିଜୀବୀ, ସାମ୍ବାଦିକ, ସମାଜସେବୀ, ପୁରାତନ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଡ. ବିଜୟ ଚୌଧୁରୀ, ବିଶ୍ୱନାଥ ମହାପାତ୍ର, ରାମକୃଷ୍ଣ ରଥ ପ୍ରମୁଖ ଯୋଗଦେଇ ଅଭୟଙ୍କ ସ୍ମୃତିଚାରଣ କରିଥିଲେ । ଡିଏଭି ସ୍କୁଲ କର୍ତ୍ତୃପକ୍ଷ ପକ୍ଷରୁ ଡ. ସବିତା ପଣ୍ଡା ଏହାକୁ ପରିଚାଳନା କରିଥିଲେ ।







