Thursday, October 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନୟାଗଡ଼ରେ ପ୍ରଥମ କରୋନା ଯୋଦ୍ଧାଙ୍କ ମୃତ

ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ପ୍ରଦାନ

by Sanjay Swain
August 6, 2020
in Breaking, Health, Nayagarh
ନୟାଗଡ଼ରେ ପ୍ରଥମ କରୋନା ଯୋଦ୍ଧାଙ୍କ ମୃତ
2.2k
VIEWS
Share on FacebookShare on Twitter

ନୟାଗଡ଼ : ନୟାଗଡ଼ ଜିଲ୍ଲାରେ ପ୍ରଥମ କରୋନା ଯୋଦ୍ଧା ଜଣେ କାର୍ଯ୍ୟରତ ପୁଲିସ ଏଏସ୍‌ଆଇ ରବିନ୍ଦ୍ର କବି (୫୮)ଙ୍କର ବୁଧବାର ରାତିରେ ଚିକିତ୍ସାଧିନ ଅବସ୍ଥାରେ ଭୁବନେଶ୍ୱରସ୍ଥିତ ସମ୍ କୋଭିଡ୍ ହସ୍‌ପିଟାଲରେ ମୃତ୍ୟୁ ହୋଇଛି । ପ୍ରାଣ ହରାଇଥିବା ପୋଲିସ ଅଧିକାରୀଙ୍କର ଘର ଦଶପଲ୍ଲା ସାତପାଟଣାସ୍ଥିତ ହାଟଗାଁ ଦନ୍ତ ମାଟିରେ ଶୋକ ଛାୟା ଖେଳିଯାଇଛି । ସେ ଚାନ୍ଦପୁର ଥାନାରେ ଚାକିରି କରିଥିଲେ । ଗତ ୧୦ଦିନ ହେବ କରୋନା ସଂକ୍ରମଣରେ ଆକ୍ରାନ୍ତ ହୋଇ ସମ୍ ହସ୍‌ପିଟାଲରେ ଚିକିତ୍ସିତ ହେଉଥିଲେ । ମୃତ ରବିନ୍ଦ୍ରଙ୍କର ଦୁଇଟି ଝିଅ ଓ ଏକମାତ୍ର ପୁଅ ଏବଂ ଧର୍ମପତ୍ନୀ ଅଛନ୍ତି । ଜଣେ ସଚ୍ଚୋଟ ପୁଲିସ ଅଫିସର ଭାବେ ଜିଲ୍ଲାରେ ତାଙ୍କର ଖୁବ୍ ଖ୍ୟାତି ଥିଲା । ଗୁରୁବାର ସନ୍ଧ୍ୟାରେ କରୋନା ଯୋଦ୍ଧା ରବିନ୍ଦ୍ରଙ୍କ ମରଶରୀର ନୟାଗଡ଼ରେ ପହଞ୍ଚିବା ପରେ ପୋଲିସ୍ ଟ୍ରେନିଂ ସ୍କୁଲ ପରିସରରେ ନୟାଗଡ଼ ପୋଲିସ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡ. ପୋମା ଟୁଡୁ, ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିୱାକର, ଅତିରିକ୍ତ ଜିଲ୍ଲାପାଳ ବିଧାନଚନ୍ଦ୍ର ରାୟ, ପ୍ରକଳ୍ପ ନିର୍ଦ୍ଦେଶକ ସୁବାଷ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଲଗ୍ନଜିତ୍ ରାଉତଙ୍କ ସମେତ ବହୁ ବରିଷ୍ଠ ପୁଲିସ ଅଧିକାରୀ ଓ ପ୍ରଶାସନିକ ଅଧିକାରୀମାନେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସେ ଜଣେ ମେଳାପି, ବନ୍ଧୁବତ୍ସଳ ବ୍ୟକ୍ତି ଥିଲେ । ଜିଲ୍ଲାର ସଦରଥାନା, ଇଟାମାଟି ଥାନା ସମେତ ବିଭିନ୍ନ ଥାନାରେ ତାଙ୍କ କାର୍ଯ୍ୟ ସୁଚାରୁରୂପେ ତୁଲାଇଥିଲେ । ଶବକୁ ନୟାଗଡ଼ ସହର ରତନପୁରସ୍ଥିତ ଶ୍ମଶାନରେ ଅନ୍ତେଷ୍ଟି କ୍ରିୟା କରାଯାଇଛି । ଯେହେତୁ କରୋନାରୋ ପ୍ରାଣ ହରାଇଛନ୍ତି ତେଣୁ ତାଙ୍କ ପରିବାର ସଦସ୍ୟମାନଙ୍କୁ ଶେଷ ଦର୍ଶନ କରିବାର ସୁଯୋଗ ଦିଆଯାଇଥିଲା । ଶବକୁ ପ୍ରଶାସନ ପକ୍ଷରୁ ସଂସ୍କାର କରାଯାଇଥିଲା । ଏହି ଶୋକାକୁଳ ଖବର ସମଗ୍ର ପୁଲିସ ବିଭାଗକୁ ହତ୍‌ବାକ୍ କରିବା ସହିତ ଦଶପଲ୍ଲାରେ ଥିବା ଜ୍ଞାତି କୁଟୁମ୍ବଙ୍କୁ ମ୍ରିୟମାଣ କରିପକାଇଛି । ନୟାଗଡ଼ ଜିଲ୍ଲାରେ ପ୍ରଥମ କାର୍ଯ୍ୟରତ ପୁଲିସ ଅଧିକାରୀଙ୍କ କରୋନା ମୃତ୍ୟୁ ହୋଇଛି ।

 

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!