Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରଘୁନାଥ ବିଦ୍ୟାପୀଠ ଛାତ୍ରଙ୍କ ବାର୍ଷିକ ବନ୍ଧୁମିଳନ

by ସଞ୍ଜୟ ସ୍ୱାଇଁ
December 30, 2024
in Nayagarh, State
ରଘୁନାଥ ବିଦ୍ୟାପୀଠ ଛାତ୍ରଙ୍କ ବାର୍ଷିକ ବନ୍ଧୁମିଳନ
143
VIEWS
Share on FacebookShare on Twitter

ଓଡ଼ଗାଁ, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ବିଦ୍ୟାପୀଠ ୧୯୮୩ ମାଟ୍ରିକ୍ ବ୍ୟାଚ୍ ଛାତ୍ର ମାନଙ୍କର ଷଷ୍ଠ ବାର୍ଷିକ ବନ୍ଧୁମିଳନ କାର୍ଯ୍ୟକ୍ରମ ଓଡ଼ଗାଁ ସନ୍ନିକଟ ବୁଢ଼ାବୁଢ଼ୀ ଆଣି ଡ଼୍ୟାମ ଠାରେ ଆନନ୍ଦ ଓ ଉଦ୍ଦୀପନାର ସହ ଅନୁଷ୍ଠିର ହୋଇଯାଇଛି । ଏଥିରେ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଛାତ୍ର ଏକାଠି ହୋଇ କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିଥିଲେ । ଉକ୍ତ ବନ୍ଧୁ ମିଳନ କାର୍ଯ୍ୟକ୍ରମକୁ ପ୍ରାକ୍ତନ ଛାତ୍ର ପ୍ରମୋଦ କୁମାର ପାତ୍ର, ଉପେନ୍ଦ୍ର ଗନ୍ତାୟତ, ପ୍ରଦୀପ୍ତ କୁମାର ବିଶ୍ଵାଳ ଓ ପ୍ରଦୀପ ମହାପାତ୍ର ଓ ମିନକେତନ ସାହୁଙ୍କ ତତ୍ବାବଧାନରେ ପରିଚାଳିତ ହୋଇଥଲା । ସମସ୍ତ ଛାତ୍ର ମିଳିତ ହୋଇ ଅତୀତର ସ୍ମୃତିକୁ ମନେ ପକାଇ ବାଲ୍ୟ ଜୀବନ ଶୈଳୀକୁ ପୁନଃ ଉଦଯିବିତ କରିଥିଲେ । ସେହିପରି ଉକ୍ତ ବିଦ୍ୟାଳୟର ୧୯୮୭ ମସିହା ବ୍ୟାଚ ଛାତ୍ରମାନେ ଓଡ଼ଗାଁ ରାମ ସାଗର ପାର୍କ ମଣ୍ଡପରେ ସଭାପତି ସୁଶାନ୍ତ ପାତ୍ରଙ୍କ ତତ୍ବାବଧାନରେ ୮୦ରୁ ଉର୍ଦ୍ଧ୍ବ ଛାତ୍ରଙ୍କୁ ନେଇ ବନ୍ଧୁମିଳନ ଉତ୍ସବର ମଜା ଉଠାଇଥିବା ବେଳେ ସେହି ବିଦ୍ୟାଳୟର ୧୯୮୮ ମସିହାର ଛାତ୍ର ମାନେ ଓଡ଼ଗାଁ ସରକାରୀ କଲ୍ୟାଣୀ ମଣ୍ଡପ ମଧ୍ୟରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଆଗାମୀ ଦିନରେ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମକୁ ଅବ୍ୟାହତ ରଖି ଅଧିକରୁ ଅଧିକ ସାଥିଙ୍କୁ ସାମିଲ କରିବାକୁ ସମସ୍ତେ ନିଷ୍ପତ୍ତି ଗ୍ରହଣ କରିଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!