ଭୁବନେଶ୍ୱର, (ବାଘୁଆବାର୍ତ୍ତା): ୧୮ ଜିଲ୍ଲାକୁ ମିଳିଲା ବିଜେଡି ସଭାପତି । ବିଜେଡି ସାଙ୍ଗଠନିକ ନିର୍ବାଚନରେ ୧୮ ଜିଲ୍ଲାର ସଭାପତି ଚୟନ ସରିଛି । ଆଉ ଏହା ପରେ କିଏ କେଉଁ ଜିଲ୍ଲାର ବିଜେଡି ସଭାପତି ହୋଇଛନ୍ତି, ସେ ନେଇ ଆସିଛି ସୂଚନା । ମିଳିଥିବା ସୂଚନା ମୁତାବକ, ପୁରୀ ଜିଲ୍ଲା ବିଜେଡି ସଭାପତି ଭାବେ ଉମା ସାମନ୍ତରାୟ ନିର୍ବାଚିତ ହେଇଛନ୍ତି । ସେହିପରି ବରଗଡ଼ ଜିଲ୍ଲା ପାଇଁ ସୁଶାନ୍ତ ମହାପାତ୍ର, ଭଦ୍ରକ ଜିଲ୍ଲା ପାଇଁ ଜଗନ୍ନାଥ ସ୍ୱାଇଁ, ବୌଦ୍ଧ ଜିଲ୍ଲା ପାଇଁ ପୂର୍ବତନ ବାଚସ୍ପତି ପ୍ରଦୀପ ଅମାତ ବିଜେଡି ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ଏହାସହ ଦେବଗଡ଼ ଜିଲ୍ଲାର ବିଜେଡି ସଭାପତି ଭାବେ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ଗଜପତି ପାଇଁ ପ୍ରଦୀପ ନାୟକ, ଜଗତସିଂହପୁର ପାଇଁ ପ୍ରଶାନ୍ତ ମୁଦୁଲି, ଯାଜପୁର ପାଇଁ ସରୋଜ ମହାପାତ୍ର, ଝାରସୁଗୁଡା ପାଇଁ ହରିଶ ଗଣତ୍ରା, କନ୍ଧମାଳ ପାଇଁ ପଦ୍ମନାଭ ବେହେରା ଆଉ ମାଲକାନଗିରି, ଜିଲ୍ଲା ପାଇଁ ମାନସ ମାଡକାମୀ, ମୟୁରଭଞ୍ଜ-୧ ଜିଲ୍ଲା ପାଇଁ ସୁଦାମ ମାରାଣ୍ଡି, ନବରଙ୍ଗପୁର ଜିଲ୍ଲା ପାଇଁ ମନୋହର ରାନ୍ଧାରୀ, ନୟାଗଡ଼ ଜିଲ୍ଲା ପାଇଁ ରମେଶ ଚନ୍ଦ୍ର ବେହେରା, ନୂଆପଡା ଜିଲ୍ଲା ପାଇଁ ଅବନୀ ରଞ୍ଜନ ଜୋଶୀ, ପୁରୀ ଜିଲ୍ଲା ପାଇଁ ଉମାକାନ୍ତ ସାମନ୍ତରାୟ, ସୁବର୍ଣ୍ଣପୁର ଜିଲ୍ଲା ପାଇଁ ସରୋଜ କୁମାର କମ୍ପ, ସୁନ୍ଦରଗଡ଼ ଜିଲ୍ଲା ପାଇଁ ଯୋଗେଶ ସିଂ ବିଜେଡି ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।