ନୟାଗଡ଼଼, (ବାଘୁଆବାର୍ତ୍ତା) : ମହାନଦୀ ବନ୍ୟପ୍ରାଣୀ ଡ଼ିଭିଜନରେ ଥିବା ପ୍ରସିଦ୍ଧ ସାତକୋଶିଆ ସ୍ୟାଣ୍ଡ ରିସୋର୍ଟ ଆସନ୍ତା ୧୬ତାରିଖରେ ଶୁଭାରମ୍ଭ ହେବ ବୋଲି ସୂଚନା ମିଳିଛି । ଏହି ପରିପ୍ରେକ୍ଷୀରେ, ଯୁଦ୍ଧକାଳୀନ ଭିତ୍ତିରେ ମହାନଦୀ ବାଲୁକା ଶର୍ଯ୍ୟାରେ ୧୨ଟି ଟେଣ୍ଟ କାର୍ଯ୍ୟ ଚାଲିଥିବା ଦେଖିବାକୁ ମିଳୁଛି । ଗତବର୍ଷ ବାଲୁକା ଶର୍ଯ୍ୟାରେ ୯ଟି ଟେଣ୍ଟ ସ୍ଥାପନ କରାଯାଇଥିଲା ଚଳିତବର୍ଷ ଏହା ୧୨କୁ ବୃଦ୍ଧି ପାଇଛି । ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଏସବୁ ଟେଣ୍ଟ ଗୁଡ଼ିକ ମହାନଦୀ ବାଲିରେ ରହିବ । ଅନ୍ୟପକ୍ଷରେ,ଏଠାରେ ଥିବା ମଙ୍ଗାନାସି ପାହାଡ଼ରେ ସ୍ଥାୟୀ ଭାବେ ୪ଟି ଏସି ଟେଣ୍ଟ ଏବଂ ୩ଟି କଟେଜ ନିର୍ମାଣ ରହିଛି । ଏସବୁ ପ୍ରକଳ୍ପ ଗୁଡ଼ିକ ବର୍ଷସାରା ପର୍ଯ୍ୟଟକ ମାନଙ୍କୁ ସେବା ଯୋଗାଇ ଦେଉଛି । ଅନଲାଇନରେ ବାଲୁକା ଶର୍ଯ୍ୟାରେ ଥିବା ଟେଣ୍ଟ ଏବଂ ମଙ୍ଗାନାସି ପାହାଡ଼ରେ ଥିବା ଅନ୍ୟ ପ୍ରକଳ୍ପ ଗୁଡ଼ିକ ପର୍ଯ୍ୟଟକ ମାନେ ବୁକିଙ୍ଗ କରୁଛନ୍ତି । ଏଠାରେ ଆଗନ୍ତୁକ ଅତିଥି ପର୍ଯ୍ୟଟକ ମାନଙ୍କ ନିମନ୍ତେ ଆମୋଦଦାୟକ ରହଣି,ଭୋଜନ ଏବଂ ମନୋରଞ୍ଜନର ବନ୍ଦୋବସ୍ତ ରହିଛି ।





