Tuesday, September 1, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୧୫ରୁ ଗଡ଼ିଲା ୪ ମୁଣ୍ଡ, ଆଗକୁ ଆହୁରି ଅଛି !

by ସଞ୍ଜୟ ସ୍ୱାଇଁ
December 21, 2019
in Nayagarh
୧୫ରୁ ଗଡ଼ିଲା ୪ ମୁଣ୍ଡ, ଆଗକୁ ଆହୁରି ଅଛି !
27
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : କିଛିଦିନ ହେବ ବାଘୁଆବାର୍ତ୍ତାର ଅନୁମାନ ସଠିକ ହେଉଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ୫ଟି ନଜରରେ ବୋଲି ସୂଚନା ଦେବା ପରେ ମଧ୍ୟ ଅଧିକାରୀମାନେ ନସୁଧୁରିବାରୁ ଭିଜିଲାନ୍ସ ଜାଲରେ ପଡ଼ିଥିଲେ । ଏବେ କିଛି ଦିନ ତଳେ ପୁଣିଥରେ ଜିଲ୍ଲାରେ ୧୫ରୁ ଉର୍ଦ୍ଧ ମୁଣ୍ଡ ଗଡ଼଼ିବ ବୋଲି କୁହାଯାଇଥିଲା । ସେହି ପ୍ରରିପକ୍ଷେିରେ ଆଜି ୪ ଜଣ ପଂଚାୟତ ନିର୍ବାହୀ ଅଧିକାରୀ ନିଲମ୍ବନ ହୋଇଥିବା ସୂଚନା ମିଳିଛି । ନୟାଗଡ଼ ଜିଲ୍ଲାରେ ଅନିୟମିତା ଅଭିଯୋଗରେ ଜିଲ୍ଲାପାଳ ଡ. ପୋମା ଟୁଡୁ ଚାରି ଜଣ ପଂଚାୟତ ନିର୍ବାହୀ ଅଧିକାରୀଙ୍କୁ ନିଲମ୍ବନ କରିଛନ୍ତି । ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଭତ୍ତା ଅନିୟମିତା ପାଇଁ ନିଲମ୍ବନ କରାଯାଇଥିବା ବେଳେ ଜଣଙ୍କୁ ଅର୍ଥ ତୋଷାରପାତ ଅଭିଯୋଗରେ ନିଲମ୍ବନ କରାଯାଇଥିବା ଜଣାପଡ଼ିଛି । ସୂଚନାନୁସାରେ, ଦଶପଲ୍ଲା ବ୍ଲକ ଅନ୍ତର୍ଗତ କଳସାଖମଣ ପଂଚାୟତ ଭତା ହଡ଼ପ ଘଟଣାରେ ନିର୍ବାହୀ ଅଧିକାରୀ ରମେଶ ଚନ୍ଦ୍ର ନାୟକଙ୍କୁ ଆଜି ପ୍ରାଥମିକ ପର୍ଯ୍ୟାୟରେ ନିଲମ୍ବନ କରାଯାଇଥିବା ବେଳେ ଅନ୍ୟମାନଙ୍କ ପାଳି ଆଗାମୀ ଦିନରେ ପଡ଼ିବାର ସମ୍ଭାବନା ରହିଛି । ସେହିଭଳି ନୂଆଗାଁ ବ୍ଲକରେ ଭତ୍ତା ଅନିୟମିତତା ଘଟଣାରେ ଉଦୟପୁର ପଂଚାୟତ ନିର୍ବାହୀ ଅଧିକାରୀ ଡମ୍ବୁରଧର ନାୟକ ଏବଂ ସୋରଡ଼ା ପଂଚୟତ ନିର୍ବାହୀ ଅଧିକାରୀ ପଙ୍କଜିନି ମଲ୍ଲିକଙ୍କୁ ଜିଲ୍ଲାପାଳ ନିଲମ୍ବନ କରିଛନ୍ତି । ଏହି କ୍ରମରେ ଖଣ୍ଡପଡ଼ା ବ୍ଲକ ଶାଳଝରିଆ ପଂଚାୟତ ନିର୍ବାହୀ ଅଧିକାରୀ ରମେଶ ଚନ୍ଦ୍ର ବେହେରାଙ୍କୁ ଅର୍ଥ ତୋଷାରପାତ ଅଭିଯୋଗରେ ନିଲମ୍ବନ କରାଯାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!