Tuesday, July 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୧୫ ଜଣ ଦାଦନ ଶ୍ରମିକ ଉଦ୍ଧାର, ଗାଡ଼ି ସହ ୨ ଗିରଫ

by ସଞ୍ଜୟ ସ୍ୱାଇଁ
October 8, 2021
in State
୧୫ ଜଣ ଦାଦନ ଶ୍ରମିକ ଉଦ୍ଧାର, ଗାଡ଼ି ସହ ୨ ଗିରଫ
52
VIEWS
Share on FacebookShare on Twitter

ପାଟଣାଗଡ଼, (ବାଘୁଆବାର୍ତ୍ତା): ୧୫ ଜଣ ଦାଦନ ଶ୍ରମିକ ଉଦ୍ଧାର। ବେଳପଡା ପୋଲିସ ପେଟ୍ରୋଲିଙ୍ଗ କରୁଥିବା ସମୟରେ ବନମାଲ ଛକରେ ଏକ ବଲୋରୋ ଗାଡି ଉପରେ ସନ୍ଦେହ ହେବାରୁ ଅଟକାଇଥିଲା। ସେହି ଗାଡିରୁ ୧୫ଜଣ ଦାଦନ ଶ୍ରମିକ ଅନ୍ୟ ରାଜ୍ୟକୁ କାମ କରିବାକୁ ଯାଉଥିଲେ। ଗାଡ଼ିକୁ ଅଟକାଇ ପୋଲିସ ସେମାନଙ୍କୁ ପଚରାଉଚରା କରିବା ପରେ ସମସ୍ତଙ୍କୁ ଥାନାକୁ ଆଣି ଅଧିକ ପଚରାଉଚରା କରିଥିଲା। ସେମାନେ ଆନ୍ଧ୍ରପ୍ରଦେଶର ଏକ ଇଟା ଭାଟିକୁ ଯାଉଥିଲେ ବୋଲି କହିଥିଲେ । ଏହି ସମୟରେ ଶ୍ରମିକମାନଙ୍କୁ ନେଉଥିବା ନିଲାଞ୍ଚଲ ବଛାର ନାମକ ଏକ ସର୍ଦାର ସହ ଗାଡିର ଚାଳକ ଦେବରାଜ ଠେଲାକୁ ପୋଲିସ ଗିରଫ କରିବା ସହ ବଲୋରୋ ଗାଡିକୁ ଜବତ କରିଥିଲା। ଏହାପରେ ଶ୍ରମିକମାନଙ୍କୁ ନିଜ ନିଜ ଘରକୁ ପଠାଇ ଦିଆଯାଇଛି ବୋଲି ଥାନା ଅଧିକାରୀ ବୁଲୁ ମୁଣ୍ଡା ପ୍ରକାଶ କରିଛନ୍ତି। ଉକ୍ତ ଦାଦନ ଶ୍ରମିକମାନେ ହେଲେ ତୁରେକେଲା ଥାନା ଅଞ୍ଚଳର । ବର୍ତ୍ତମାନ ଏହି ଅଞ୍ଚଳରେ ଦାଦନଚାଲାଣ ଋତୁ ଆରମ୍ଭ ହେଉଥିବା ବେଳେ ଏହାକୁ ରୋକିବା ପାଇଁ ପ୍ରଶାସନ କଡାକଡି କରିବା ପାଇଁ ଅଞ୍ଚଳରେ ଦାବି ହେଉଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!