ନୟାଗଡ଼, (ବାଘୁଆବାର୍ତ୍ତା): ରାମକୃଷ୍ଣ ମିଶନ, ଭୁବନେଶ୍ୱର ଏବଂ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର, ନୟାଗଡ଼ର ତରଫରୁ ଚାରିଦିନ ହେଲା ନୟାଗଡ଼ ସହର ବିଭିନ୍ନ ବସ୍ତି ଗରିବ ବ୍ରୁଦ୍ଧବ୍ରୁଦ୍ଧାମାନଙ୍କୁ ବିଦ୍ଯାଳୟ ପରିସରରେ କମ୍ବଳ ବଣ୍ଟନ କରାଯାଇ ଥିଲା। ତାପରେ ନୟାଗଡ଼ ଲେଖନପୁର ଠାରେ ଗଢିଉଠିଥିବା ସମର୍ପଣ( ପ୍ରୌଢାଶ୍ରମ)ରେ ରହୁଥିବା ଅନ୍ତେବାସୀ ମାନଙ୍କୁ କମ୍ବଳ ବଣ୍ଟନ କରାଯାଇଥିବା ବେଳେ ନୂଆଗାଁ ବ୍ଳକ୍ ଜାକେଡା ପଞ୍ଚାୟତର ୧୦ ଖଣ୍ଡ ଗାଁର ଗରିବ ଆଦିବାସୀ ଓ ହରିଜନ ଲୋକମାନଙ୍କୁ ପୋଷାକ ବିତରଣ କରାଯାଇଛି। ସେହିପରି ଆଦିବାସୀ ଅଧୁଷିତ ବଣ ଜଙ୍ଗଲ ଘେରା ବାଇଶିପଲ୍ଳୀ ଭିତରେ ରହୁଥିବା ଗରିବ ଆଦିବାସୀ ମାନଙ୍କୁ କମ୍ବଳ ଓ ପୋଷାକ ବିତରଣ କରାଯାଇଛି। ଆଜି ଭାପୁର ବ୍ଳକ୍ ର ୫ଖଣ୍ଡ ଗାଁର ୧୫୦ ଜଣ ଗରିବ ହରିଜନ ଲୋକମାନଙ୍କୁ ପୋଷାକ ବିତରଣ କରାଯାଉଛି। ସର୍ବମୋଟ ୮୧୩ ପୋଷାକ, ୧୦୦ ଜାକେଟ୍ ଓ ୧୦୦ କମ୍ବଳ ବିତରଣ କରାଯାଇଛି। ରାମକୃଷ୍ଣ ମିଶନ, ଭୁବନେଶ୍ୱର ର ସନ୍ଯାସୀ ଶ୍ରୀମତ୍ ସ୍ବାମୀ ଅଦ୍ବୟାନନ୍ଦଜୀ ମହାରାଜାଙ୍କ ନେତୃତ୍ବରେ ଏହି କାର୍ଯ୍ୟକ୍ରମ ପରିଚାଳନା ହୋଇଥିବା ବେଳେ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ର ସଂପାଦକ ସମାଜସେବୀ ଶ୍ରୀଧର ସାହୁ ସଂଯୋଜନା କରିଥିଲେ। ସ୍ବେଛାସେବୀ ମାଧବନନ୍ଦ ଶର୍ମା, ମିହିର ରଂଜନ ତ୍ରୀପାଠୀ, ପ୍ରଫୁଲ୍ଲ ନାୟକ ସହଯୋଗ କରିଥିଲେ। ଗଣିଆ ଉନ୍ନୟନ କମିଟିର କର୍ମଚାରୀମାନେ ମଧ୍ଯ ସହଯୋଗର ହାତ ବଢ଼ାଇଥିଲେ। ସମର୍ପଣ ଗୃହ ରେ ବଣ୍ଟନ ବେଳେ ସମର୍ପଣର ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକ ଓ ସମ୍ପାଦକ ଅରୁଣ ମହାନ୍ତି ଉପସ୍ଥିତ ଥିଲେ।






