ନୟାଗଡ଼, (ବାଘୁଆବାର୍ତ୍ତା): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସରିଯାଇଥିବା ବେଳେ ଆଜି ଭୋଟ୍ ଗଣତି ପକ୍ରିୟା ଚାଲୁ ରହିଛି । ଭୋଟ ଗଣତିର ପ୍ରଥମ ରାଉଣ୍ଡରେ ଜିଲ୍ଲା ପରିଷଦ ଜୋନ୍ ବିଜେଡ଼ି ପ୍ରାର୍ଥୀ ସୁବାଷ ଚନ୍ଦ୍ର କଅଁର ନିକଟତମ ପ୍ରତିଦ୍ୱନ୍ଦି ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ ସନ୍ତୋଷ କୁମାର ପ୍ରଧାନଙ୍କ ଠାରୁ ଆଗୁଆ ରହିଛନ୍ତି । କଂଗ୍ରେସ ସମସ୍ତଙ୍କ ପଛରେ ପଡିଯାଇଛି । ବିଜେଡ଼ି ପ୍ରାର୍ଥୀ ବର୍ତ୍ତମାନ ସୁଦ୍ଧା ୩ଶହରୁ ଉର୍ଦ୍ଧ ଭୋଟରେ ଆଗୁଆ ରହିଛି । ଉକ୍ତ ଜୋନର କ୍ରିଦାସପୁର ପଞ୍ଚାୟତରେ ବିଜେଡ଼ି ଦବଦବା ଦେଖାଇଛି । ସେହିପରି ଭାବେ ଅନ୍ୟ ପଞ୍ଚାୟତ ଗୁଡିକରେ ବିଜେଡ଼ି ଆଗୁଆ ରହିଥିବା ସୂଚନା ମିଳିଛି ।





