Friday, November 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୧୧ ମାସ ହେବ କେବଳ ରଙ୍ଗ ଓ ନାଁ ବଦଳାରେ ମାତିଛନ୍ତି ରାଜ୍ୟ ସରକାର

by ସଞ୍ଜୟ ସ୍ୱାଇଁ
May 13, 2025
in State
୧୧ ମାସ ହେବ କେବଳ ରଙ୍ଗ ଓ ନାଁ ବଦଳାରେ ମାତିଛନ୍ତି ରାଜ୍ୟ ସରକାର
69
VIEWS
Share on FacebookShare on Twitter

ଭୁବନେଶ୍ବର, (ବାଘୁଆବାର୍ତ୍ତା): ବିଜେପି ଯାହା କହେ ତାହା କରେ ନାହିଁ । କେବଳ ନିର୍ବାଚନ ଜିତିବା ପାଇଁ ଦେଇଥିଲା ମାଳ ମାଳ ନିର୍ବାଚନୀ ପ୍ରତିଶ୍ରୁତି । କିନ୍ତୁ କ୍ଷମତାକୁ ଆସିବା ପରେ ବିଜେପି ସରକାର ରଙ୍ଗ ଓ ନାଁ ପରିବର୍ତ୍ତିନରେ ସୀମିତ ରହିଛନ୍ତି । ଚାଷୀଙ୍କ ଠାରୁ ଯୁବକ, ମହିଳା ଯାଏଁ ସମସ୍ତଙ୍କୁ ପ୍ରତାରଣା କରିଛନ୍ତି । କେବଳ ମିଥ୍ୟା ପ୍ରଚାର କରି ଓଡିଶାବାସୀଙ୍କୁ ଦଳ ଭଣ୍ଡେଇଛି ବୋଲି ଦୁଇ ବିରୋଧୀ ବିଜେଡି ଓ କଂଗ୍ରେସ ଅଭିଯୋଗ କରିଛନ୍ତି । ଓଡିଶା ବିକାଶରେ ଲାଗିଛି ବ୍ରେକ । ୧୧ ମାସ ହେବ ରାଜ୍ୟର ବିକାଶ ପୂରା ଧୀମେଇ ଯାଇଛି । ରଙ୍ଗ ଓ ନାଁ ପରିବର୍ତ୍ତନ ହେଉଛି । ହେଲେ ରାଜ୍ୟର ବିକାଶ ସ୍ଥିତିରେ କୌଣସି ପରିବର୍ତ୍ତନ ହେଉନାହିଁ । ୨୦୨୪ ନିର୍ବାଚନରେ ବିଜେପି ଯେଉଁସବୁ ପ୍ରତିଶ୍ରୁତି ଦେଇ ସରକାରକୁ ଆସିଥିଲା ତାହା ବି ପୂରଣ କରିନାହିଁ । କେବଳ ମିଥ୍ୟା ପ୍ରଚାର, ପ୍ରସାର ଓ ସଭାସମିତିରେ ମାତିଛନ୍ତି ରାଜ୍ୟ ସରକାର । ଧାନରେ କଟନୀ ଛଟନୀ କରି ଚାଷୀଙ୍କୁ ହଇରାଣ କଲେ । ଏବେ ଚାଷୀଙ୍କୁ ସେହି ଟଙ୍କାରୁ କିଛି ଦେଇ ବାହାଦୁରୀ ନେବାକୁ ଚାହୁଁଛନ୍ତି ବୋଲି ପିସିସି ସଭାପତି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । କେତେ ଜମିକୁ ଜଳସେଚନ କଲ, କେତେ ଚାଷୀଙ୍କ ଆୟ ଡବଲ କଲ, କେତେଟି ଶୀତଳ ଭଣ୍ଡାର କରିଛ ? କେତେ ଚାଷୀଙ୍କୁ ମାଗଣାରେ ବିଜୁଳି ଦେଲ ବୋଲି ପ୍ରଶ୍ନ କରିଛନ୍ତି ପିସିସି ସଭାପତି । ସେହିପରି ସୁଭଦ୍ରା ଯୋଜନାରେ ମହିଳାଙ୍କୁ ଭଣ୍ଡାଇ ଦିନକୁ ମାତ୍ର ୨୭ ଟଙ୍କା ଦେଇ ପ୍ରତାରଣା କରିଛନ୍ତି । ଟ୍ରିପଲ ଇଞ୍ଜିନ ସରକାରରେ ମହାନଦୀ ସମସ୍ୟା ଦୂର ହେବା ଦିବାସ୍ବପ୍ନ ପାଲଟିଛି ବୋଲି କଂଗ୍ରେସ କହିଛି । ଅନ୍ୟପଟେ ବିଜେପି ଏହାର ଜବାବରେ କହିଛି ବିରୋଧୀ ଯାହା କହିଲେ ବି ଚାଷୀ ଖୁସି ଅଛନ୍ତି । ସେପଟେ ବିଜେଡି ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ବାଳ କହିଛନ୍ତି, ୧୧ ମାସ ହେବ ରାଜ୍ୟରେ କ’ଣ ବିକାଶ ହୋଇଛି ତାହା କେହି ବି ଅନୁଭବ କରୁନାହାନ୍ତି । ବିକାଶ କାମ କେଉଁଠି ହେଉଛି ତାହା ଖୋଜିଲେ ବି ମିଳୁନାହିଁ । ନବୀନ ପଟ୍ଟନାୟକଙ୍କ ସମୟରେ ଯେଉଁ କିଛି ବିକାଶ ଆରମ୍ଭ ହୋଇଥିଲା ତାହା ବି ସଂପୂର୍ଣ୍ଣ ହୋଇପାରୁନାହିଁ । ରାସ୍ତାଘାଟ ଠାରୁ ଭିତ୍ତିଭୂମି, ସ୍କୁଲ ଓ କଲେଜକୁ ନୂଆ ରୂପ ଦେଇଥିଲେ ନବୀନ । ହେଲେ ବିଜେପି ସରକାର ସମୟରେ ଗ୍ରାଉଣ୍ଡ ଜିରୋରେ କିଛି କାମ ହେଉନାହିଁ । ୨୦୩୬ରେ ଓଡ଼ିଶାସବାସୀଙ୍କୁ ଏକ ବିକଶିତ ଓଡିଶା ଟେକି ଦେବାକୁ ସ୍ବପ୍ନ ଦେଖାଉଥିବା ବେଳେ ୧୧ ମାସର ଡବଲ ଇଞ୍ଜିନ ସରକାର ଗତି କୁଆଡେ ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!