Thursday, April 30, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପ୍ରଚଣ୍ଡ ତାତି ସହ ଗୁଳୁଗୁଳି ନେଇ ୧୧ ଜିଲ୍ଲାକୁ ଆଲର୍ଟ

by ସଞ୍ଜୟ ସ୍ୱାଇଁ
May 22, 2025
in State
ପ୍ରଚଣ୍ଡ ତାତି ସହ ଗୁଳୁଗୁଳି ନେଇ ୧୧ ଜିଲ୍ଲାକୁ ଆଲର୍ଟ
38
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ରାଜ୍ୟରେ ଗରମ ଓ ଗୁଳୁଗୁଳି ଜାରି ରହିଛି । ପାଣିପାଗ ବିଭାଗର ପୂର୍ବାନୁମାନ, ଏଭଳି ସ୍ଥିତି ଏବେ ଲାଗି ରହିବ। ଗୁରୁବାର ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ଗରମ ଓ ଗୁଳୁଗୁଳି ଛଟପଟ କରିପାରେ। ଆସନ୍ତା ୬ ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ। ସମ୍ବଲପୁର, ବଲାଙ୍ଗୀର ଓ ସୋନପୁରରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ ଉପରେ ରହିପାରେ । ବୁଧବାର ସମ୍ବଲପୁର ତାପମାତ୍ରା ୪୧.୨ ଡିଗ୍ରୀ ସେଲସିୟସ୍ ଥିବାବେଳେ ବୌଦ୍ଧ ୪୦.୨, ବଲାଙ୍ଗୀର ୩୯.୮, ହୀରାକୁଦ ୩୯.୬, ଝାରସୁଗୁଡ଼ା ୩୯.୪, ନୟାଗଡ଼ ୩୯.୨, ଅନୁଗୁଳ ୩୮.୭, ବାରିପଦା ୩୮, ସୁନ୍ଦରଗଡ଼ ୩୮.୨, ବରଗଡ଼ ୩୮.୫, ନୂଆପଡ଼ା ୩୮.୫, ଖୋର୍ଦ୍ଧା ୩୮.୫, ଭବାନୀପାଟଣା ୩୮.୨, ଭୁବନେଶ୍ୱର ୩୭.୨, ଡିଗ୍ରୀ ସେଲସିୟସ୍ ଥିଲା । ଦିନ ଭିତରେ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ପାଗ ଆଂଶିକ ମେଘୁଆ ଥିଲା । ମାତ୍ର ସନ୍ଧ୍ୟା ସୁଦ୍ଧା ବର୍ଷାର ଦେଖାନଥିଲା । ରାତି ସାଢେ ୧୨ଟା ବେଳକୁ ରାଜଧାନୀରେ କେତେକ ଅଂଚଳରେ ନିର୍ଦ୍ଧୁମ ବର୍ଷିଛି। ରାଜଧାନୀରେ କିଛି ସମୟ ପାଇଁ ହେଉପଛେ କିଛି ଅଂଚଳରେ ମୂଶଳଧାରାରେ ବର୍ଷା ହୋଇଥିଲା। ଫଳରେ ରାଜଧାନୀବାସୀଙ୍କୁ ତାତିରୁ ତ୍ରାହି ମିଳିଛି । ଲୋକେ ଆଶ୍ୱସ୍ତ ହୋଇଛନ୍ତି। ବଲାଙ୍ଗୀରରେ ୮.୫ ମିଲିମିଟର, ରାୟଗଡ଼ାରେ ୬.୨, ସୋନପୁରର ହାଲୁକା ବର୍ଷା ହୋଇଥିଲା । ପୂର୍ବାନୁମାନ ହେଲା, ଗୁରୁବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ଗରମ ଓ ଗୁଳୁଗୁଳି ଲାଗି ରହିବ । ରାଜ୍ୟର ଅଳ୍ପ କିଛି ସ୍ଥାନରେ ଅପରାହ୍ନ କିମ୍ବା ସନ୍ଧ୍ୟାରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ମୟୂରଭଞ୍ଜ, ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ବରଗଡ଼, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁରରେ ଘଡ଼ଘଡ଼ି, ୪୦ରୁ ୫୦ କିଲୋମିଟର ବେଗରେ ପବନ ଏବଂ ଧୂଳିଝଡ଼ ଆଶଙ୍କା ଅଛି। ୨୩, ୨୪, ୨୫ ତାରିଖରେ ଏଭଳି କାଳବୈଶାଖୀ ଆଶଙ୍କା ରହିଛି କେତେକ ଜିଲ୍ଲାରେ। ୨୬ ଓ ୨୭ ତାରିଖରେ ଅଳ୍ପ କିଛି ଜାଗାରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ। ପାଣିପାଗ ବୈଜ୍ଞାନିକଙ୍କ ପୂର୍ବାନୁମାନ ଅନୁସାରେ, ଚଳିତବର୍ଷ ମୌସୁମୀ ବେଶ୍ ସକ୍ରିୟ ଅଛି । ଆସନ୍ତା ୨୪ କିମ୍ବା ୨୫ ତାରିଖବେଳକୁ ମୌସୁମୀ କେରଳ ଉପକୂଳ ଛୁଇଁପାରେ। ଏବର୍ଷ ଓଡ଼ିଶାକୁ ମଧ୍ୟ ଆଗୁଆ ଆସିପାରେ ମୌସୁମୀ। ସେପର୍ଯ୍ୟନ୍ତ ଗୁଳୁଗୁଳିରୁ ବଡ଼ ଧରଣର ଆଶ୍ୱସ୍ତି ସମ୍ଭାବନା କମ୍।

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୯ତମ ଜୟନ୍ତି ସମାରୋହ:ଏ ଜାତିର କର୍ଣ୍ଣଧାର ଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୯ତମ ଜୟନ୍ତି ସମାରୋହ:ଏ ଜାତିର କର୍ଣ୍ଣଧାର ଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ

April 29, 2026
ଉତ୍କଳ ସାମ୍ବାଦିକ ସଂଘ:ସାମ୍ବାଦିକ ମାନଙ୍କ ୫ଦଫା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର

ଉତ୍କଳ ସାମ୍ବାଦିକ ସଂଘ:ସାମ୍ବାଦିକ ମାନଙ୍କ ୫ଦଫା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର

April 29, 2026
ବୟସ୍କ ବ୍ୟକ୍ତିଙ୍କୁ ଧକ୍କା ଦେଲା ପୋଲିସ ଗାଡ଼ି:ବୟସ୍କ ବ୍ୟକ୍ତି ମୃତ

ବୟସ୍କ ବ୍ୟକ୍ତିଙ୍କୁ ଧକ୍କା ଦେଲା ପୋଲିସ ଗାଡ଼ି:ବୟସ୍କ ବ୍ୟକ୍ତି ମୃତ

April 29, 2026
ନୟାଗଡ଼ ପଞ୍ଚାୟତ ସମିତି ଦ୍ବାଦଶ ସାଧାରଣ ବୈଠକ ଅନୁଷ୍ଠିତ: ଗୁରୁତ୍ୱପୂର୍ଣ୍ଣ ବିଭାଗର କର୍ମଚାରୀ ଅନୁପସ୍ଥିତକୁ ନେଇ ଗୃହରେ ଉଦବେଗ

ନୟାଗଡ଼ ପଞ୍ଚାୟତ ସମିତି ଦ୍ବାଦଶ ସାଧାରଣ ବୈଠକ ଅନୁଷ୍ଠିତ: ଗୁରୁତ୍ୱପୂର୍ଣ୍ଣ ବିଭାଗର କର୍ମଚାରୀ ଅନୁପସ୍ଥିତକୁ ନେଇ ଗୃହରେ ଉଦବେଗ

April 29, 2026
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା

April 28, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!