Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସୁନାମି ପାଇଁ ୬ ଜିଲାରୁ ଚିହ୍ନଟ ହେବ ୧୦୦ରୁ ଉର୍ଦ୍ଧ୍ୱ ଗାଁ

by ସଞ୍ଜୟ ସ୍ୱାଇଁ
April 30, 2025
in State
ସୁନାମି ପାଇଁ ୬ ଜିଲାରୁ ଚିହ୍ନଟ ହେବ ୧୦୦ରୁ ଉର୍ଦ୍ଧ୍ୱ ଗାଁ
148
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ରାଜ୍ୟ ସରକାରଙ୍କ ପକ୍ଷରୁ ସୁନାମି ପ୍ରସ୍ତୁତି ଚିହ୍ନଟ ପାଇଁ ରାଜ୍ୟର ୬ଟି ଉପକୂଳବର୍ତ୍ତୀ ଜିଲାରୁ ୧୦୦ରୁ ଊଦ୍ଧର୍ବ ଗ୍ରାମ ଚିହ୍ନଟ କରାଯିବ। ଏଥିପାଇଁ ଆଇ୍ଏନ୍ସିିଓଆଇଏସ୍ ପକ୍ଷରୁ ବୈଷୟିକ ସହାୟତା ନିଆଯିବ ବୋଲି ବିପର୍ଯ୍ୟୟ ମୁକାବିଲା ଲାଗି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କାର୍ଯ୍ୟନିର୍ବାହୀ କମିଟିର ଦ୍ବିତୀୟ ବୈଠକରୁ ଜଣାଯାଇଛି। ବୈଠକର ସୂଚନା ଅନୁଯାୟୀ, ଜଳବାୟୁର ପରିବର୍ତ୍ତନକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ପ୍ରାକ୍ ପ୍ରସ୍ତୁତି କରାଯିବ। ଏହିକ୍ରମରେ ସୁନାମି ଭଳି ବିପର୍ଯ୍ୟୟ ଆସିବା ପୂର୍ବରୁ ରାଜ୍ୟ ସରକାର କିଭଳି ଜାଣିବେ ଏବଂ ଏହାର ମୁକାବିଲା ଦିଗରେ ଠୋସ୍ ପଦକ୍ଷେପ ନେଇପାରିବେ ସେଥିପାଇଁ ଭିତ୍ତିଭୂମି ସୁଦୃଢ଼ କରାଯିବ। ୟୁନେସ୍କୋ-ଆଇଓସି ପକ୍ଷରୁ ସୁନାମି ରେଡୀ କାର୍ଯ୍ୟକ୍ରମ ଅଧୀନରେ ରାଜ୍ୟର ୬ ଉପକୂଳ ଜିଲାରୁ ୧୦୦ ଗାଁ ଚିହ୍ନଟ କରାଯିବ ବୋଲି ବୈଠକରୁ ଜଣାଯାଇଛି। ସେହିପରି ବିପର୍ଯ୍ୟୟ ମୁକାବିଲା ଜନସଚେତନତା କାର୍ଯ୍ୟକ୍ରମ ‘ସତର୍କ’କୁ ବ୍ୟାପକ କରାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହି ପ୍ଲାଟଫର୍ମକୁ ବିପର୍ଯ୍ୟୟ ମୁକାବିଲା ଲାଗି ବିକଶିତ କରାଯିବ। ଏହା ମାଧ୍ୟମରେ ସମସ୍ତ ପ୍ରକାର ଜଳବାୟୁ ଓ ପାଣିପାଗ ବିଷୟରେ ଲୋକେ ଯେପରି ଆଗତୁରା ସୂଚନା ପାଇପାରିବେ ସେହିଭଳି ବ୍ୟବସ୍ଥିତ କରାଯିବ ବୋଲି ଜଣାଯାଇଛି। ସେହିପରି ଅଂଶୁଘାତ ମୁକାବିଲା ଲାଗି ରାଜ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବ। ଏଥିପାଇଁ ବୈଦ୍ୟୁତିକ ଓ ଛାପା ଗଣମାଧ୍ୟମର ଉପଯୋଗ କରାଯାଇପାରିବ। ଆବଶ୍ୟକସ୍ଥଳେ କାନ୍ଥ ବାଡ଼ରେ ସଚେତନତା ବାର୍ତ୍ତା ପ୍ରଦର୍ଶିତ ହେବ। ଏହି ଅବସରରେ ମୁଖ୍ୟଶାସନ ସଚିବ ରାଜ୍ୟ ସରକାରଙ୍କ ୨୦୩୬ ବିକଶିତ ଓଡ଼ିଶା ତଥା ବିକଶିତ ଭାରତ ୨୦୪୭ର ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିବା ପାଇଁ କେତେକ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଟିପ୍ପଣୀ ଦେଇଥିଲେ। ଭିଜନ ବିକଶିତ ଓଡ଼ିଶା-୨୦୩୬କୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ବିପର୍ଯ୍ୟୟ ପ୍ରତିରୋଧୀ ସ୍କୁଲ କୋଠା, ଅଙ୍ଗନୱାଡି, ଡାକ୍ତରଖାନା କୋଠା ନିର୍ମାଣକୁ ପ୍ରାଧାନ୍ୟ ଦିଆଯିବ । ରାଜ୍ୟର ସମସ୍ତ ଫାୟାର ଷ୍ଟେଶନରେ ଆବଶ୍ୟକୀୟ ଉପକରଣ ଉପଲବ୍ଧ କରାଇବା ଦ୍ବାରା ଯେକୌଣସି ପ୍ରାକୃତିକ ବିପର୍ଯ୍ୟୟର ତତ୍କ୍ଷଣାତ୍ ମୁକାବିଲା କରାଯାଇ ପାରିବ । ସେହିଭଳି ଉଦ୍ଧାର ପ୍ରକ୍ରିୟାର ପରିଚାଳନା ପାଇଁ ରାଜ୍ୟସ୍ତରୀୟ ସେଣ୍ଟର ଏବଂ ରାଜ୍ୟର ୧୦ଟି ସ୍ଥାନରେ ଉଦ୍ଧାରକାରୀ କୁକୁର ନିୟୋଜିତ ରଖିବା ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି। ପ୍ରାକୃତିକ ବିପର୍ଯ୍ୟୟ ସମୟରେ କମାଣ୍ଡ ସେଣ୍ଟର ଭାବେ କାର୍ଯ୍ୟ କରିବା ପାଇଁ ଗୋଟିଏ ରାଜ୍ୟସ୍ତରୀୟ ସ୍ବାସ୍ଥ୍ୟ ଆପାତ୍କାଳୀନ ପରିଚାଳନା ସେଣ୍ଟର ନିର୍ମାଣ କାର୍ଯ୍ୟ ଜାରି ରହିଛି । ଏଥିଲାଗି କେନ୍ଦ୍ର ସରକାରଙ୍କ ସହ ରାଜ୍ୟର ଏକ ବୁଝାମଣା ସ୍ବାକ୍ଷରିତ ହୋଇଛି । ବୈଠକର ସୂଚନା ଅନୁଯାୟୀ, ରାଜ୍ୟରେ ପ୍ରାକୃତିକ ଏବଂ ସିବିଆର୍ଏନ୍ (କେମିକାଲ ବାୟୋଲୋଜିକାଲ ରେଡିଓଲୋଜିକାଲ ଏବଂ ନ୍ୟୁକ୍ଲିୟର) ବିପର୍ଯ୍ୟୟ ମୁକାବିଲା ଲାଗି ଏକ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯିବ । ଏଥିନେଇ ସମ୍ପୃକ୍ତ ବିଭାଗଗୁଡ଼ିକ ପାଇଁ ଏକ ଷ୍ଟାଣ୍ଡାର୍ଡ ଅଫ୍ ପ୍ରୋସିଡ୍ୟୁଅର(ଏସ୍ଓପି) ପ୍ରସ୍ତୁତ କରାଯିବ । ଏହାକୁ ନେଇ କେନ୍ଦ୍ର ସରକାରଙ୍କ ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟ ଅଧ୍ୟକ୍ଷତାରେ ଗଠିତ ଏକ ଆନ୍ତଃସରକାରୀ ସଂଗଠନ ଆର୍ଆଇଏମ୍ଇଏସ୍(ରିଜିଓନାଲ୍ ଇଣ୍ଟିଗ୍ରେଟେଡ୍ ମଲ୍ଟି-ହାଜାର୍ଡ ଏରଲୀ ଓ୍ବାର୍ନିଂ ସିଷ୍ଟମ) ସହଭାଗିତାରେ ଓସ୍ଡମା ପକ୍ଷରୁ ଏକୀକୃତ କମାଣ୍ଡ କଣ୍ଟ୍ରୋଲ୍ ସିଷ୍ଟମ୍ (ୟୁସିସିଏସ୍) ଆପ୍ଲିକେଶନ କାର୍ଯ୍ୟକାରୀ କରିବାର ପ୍ରକ୍ରିୟା ଆରମ୍ଭ ହୋଇଛି । ୟୁସିସିଏସ୍ ବିପର୍ଯ୍ୟୟ ପରିଚାଳନା ସମୟରେ ତଥ୍ୟ ସଂଗ୍ରହ, କ୍ଷୟକ୍ଷତି ଆକଳନ ଏବଂ ସ୍ଥିତି ଅନୁଧ୍ୟାନ ଭଳି କାର୍ଯ୍ୟକୁ ସୁଗମ କରିବ । ଏହି ବ୍ୟବସ୍ଥା ରାଜ୍ୟ, ଜିଲା ଏବଂ ବ୍ଲକସ୍ତରୀୟ ଜରୁରିକାଳୀନ କେନ୍ଦ୍ରର ତଥ୍ୟକୁ ଏକୀକୃତ କରିବାରେ ସହଯୋଗ ହେବ ବୋଲି ବୈଠକରୁ ଜଣାଯାଇଛି। ବୈଠକରେ ଉନ୍ନୟନ ଆୟୁକ୍ତ ଅନୁ ଗର୍ଗ ଓ ଏସ୍ଆର୍ସି ଡି. କେ. ସିଂହ ଓ ସଂପୃକ୍ତ ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!