ନୟାଗଡ଼,(ବାଘୁଆବାର୍ତ୍ତା): କରୋନା ସଂଖ୍ୟା ନୟାଗଡ଼ ଜିଲ୍ଲାରେ ଦିନକୁ ଦିନ ବୃଦ୍ଧିପାଉଥିବାରୁ ପ୍ରଶାସନ ପକ୍ଷରୁ ପରୀକ୍ଷା ସଂଖ୍ୟାକୁ ବୃଦ୍ଧି କରାଯାଇଛି । ଏହି ଉପଲକ୍ଷେ ନୟାଗଡ଼ ମୁନିସିପାଲିଟିର ଜନସାଧାରଣମାନଙ୍କୁ ନେଇ ଆସନ୍ତାକାଲି ଈଶ୍ୱର କଲ୍ୟାଣ ମଣ୍ଡପଠାରେ ୧ହଜାର ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ କରାଯିବ ବୋଲି ଜଣାପଡିଛି । ମୁଖ୍ୟତଃ ଯେଉଁମାନଙ୍କର ଥଣ୍ଡା, କାଶ, ଜ୍ୱର ଲକ୍ଷଣ ଦେଖାଯାଉଥିବ ଏତଦ୍ବ୍ୟତୀତ ସାଧାରଣ ଜନତା ମଧ୍ୟ ନିଜପକ୍ଷରୁ ଏହି ଆଣ୍ଟିଜେନ୍ ପରୀକ୍ଷାରେ ସାମିଲ ହୋଇପାରିବେ । ଆସନ୍ତାକାଲି ସକାଳ ୯ଘଟିକା ସମୟରେ ପୌରପରିଷଦର କର୍ମଚାରୀ ଓ ନୟାଗଡ଼ ମୁଖ୍ୟ ଡାକ୍ତରଖାନାର କର୍ମଚାରୀମାନଙ୍କ ସାହାଯ୍ୟ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିରେ ସାମିଲ ହେବାପାଇଁ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା ସମସ୍ତଙ୍କୁ ନିବେଦନ କରିଛନ୍ତି ।






