ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଟାଉନ ଥାନା ପୁଲିସକୁ ମିଳିଛି ବଡ଼ ସଫଳତା । ଜଣେ ଗଞ୍ଜେଇ ବେପାରୀକୁ ଧରିବାରେ ସଫଳ ହୋଇଛନ୍ତି । ସୁଚନାନୁସାରେ ଗତ କାଲି ସନ୍ଧ୍ୟା ସମୟରେ ନୟାଗଡ଼ ଟାଉନ ଥାନା ଅତିରିକ୍ତ ଆଇଆଇସି ଶଙ୍କର ପଣ୍ଡାଙ୍କ ସମେତ ପୁଲିସ ଟିମ ପେଟ୍ରୋଲିଂ କରୁଥିଲେ । ଏହି ସମୟରେ ନୂଆ ବସ ଷ୍ଟାଣ୍ଡଠାଣେ ଜଣେ ବ୍ୟକ୍ତି ଏକ ଜରି ଅଖା ବ୍ୟାଗ ଧରି ଠିଆ ହୋଇଥିଲେ । ପୁଲିସର ସନ୍ଦେହ ହେବାରୁ ତାକୁ ପଚରାଉଚରା କରିଥିଲେ । ଉକ୍ତ ଜରି ବ୍ୟାଗରେ ଗଞ୍ଜେଇ ଥିବା ଜଣା ପଡିଥିଲା । ମାଜିଷ୍ଟ୍ରେଟ ଉପସ୍ଥିତିରେ ଏହାକୁ ଓଜନ କରାଯାଇଥିଲା । ନୟାଗଡ଼ ଟାଉନ ଥାନାରେ କେସ୍ ନଂ-୪୦୬ ରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଖୋର୍ଦ୍ଧା ଜିଲ୍ଲା ହଳଦିଆ ଗ୍ରାମର ଅଧୀର ନାୟକଙ୍କ ପୁଅ ବିଷ୍ଣୁପ୍ରସାଦ ନାୟକଙ୍କୁ ଗିରଫ କରାଯାଇଛି । ଏନଡିପିଏସ ଆକ୍ଟରେ ଅଭିଯୁକ୍ତକୁ କୋର୍ଟ ଫରୁୱାର୍ଡ କରାଯାଇଥିଲା ।





