Thursday, June 11, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମହିଳା ଆଇପିଏଲ ଆୟୋଜନ କରିବ ବିସିସିଆଇ

by ସଞ୍ଜୟ ସ୍ୱାଇଁ
November 6, 2021
in Breaking, Sports
ମହିଳା ଆଇପିଏଲ ଆୟୋଜନ କରିବ ବିସିସିଆଇ
68
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)କୁ ଆଇପିଏଲର ଦୁଇ ନୂଆ ଟିମର ଅକ୍ସନରୁ ପାଖାପାଖି ୧୩ ହଜାର କୋଟି ଟଙ୍କା ମିଳିଛି। ଆଇପିଏଲ୍-୨୦୨୨ରେ ୮ ବଦଳରେ ୧୦ ଟିମ୍ ମଇଦାନକୁ ଓହ୍ଲାଇବେ। ଆଇପିଏଲର ବିପୁଳ ସଫଳତା ପରେ ବୋର୍ଡ ଏବେ ମହିଳା ଆଇପିଏଲ୍ ଆରମ୍ଭ କରିବାକୁ ଯୋଜନା କରୁଛି। ପ୍ରତି ଟିମର ଅକ୍ସନରୁ ବୋର୍ଡକୁ ପାଖାପାଖି ୧ହଜାର କୋଟି ଟଙ୍କା ମିଳିପାରିବ। ଅର୍ଥାତ୍ ମୋଟ ୫ହଜାର କୋଟି ଟଙ୍କା ବିସିସିଆଇ ଖାତାକୁ ଯିବ। ଭାରତୀୟ ମହିଳା କ୍ରିକେଟ୍ ଟିମ୍ କ୍ୟାପଟେନ୍ ହରମନପ୍ରୀତ କୌରଙ୍କ ସମେତ କିଛି ବଡ଼ ଖେଳାଳି ମହିଳା ଆଇପିଏଲ୍ ପାଇଁ ଦାବି କରିସାରିଛନ୍ତି। ଏବେ ୩ ଟିମ୍ ମଧ୍ୟରେ ୪ ମ୍ୟାଚ ବିଶିଷ୍ଟ ଟି-୨୦ ଚ୍ୟାଲେଞ୍ଜ ଆୟୋଜନ କରାଯାଉଛି। ଗତ ସିଜନରେ କରୋନା କାରଣରୁ ଏହାକୁ ଆୟୋଜିତ କରାଯାଇନଥିଲା। ତେଣୁ ବିସିସିଆଇ ଏବେ ମହିଳା ଆଇପିଏଲ୍ ଆୟୋଜନ କରିବାକୁ ଯୋଜନା କରୁଥିବା ଜଣାପଡ଼ିଛି। ଓପନ୍ ମାଗାଜିନ୍ ଅନୁଯାୟୀ, ବିସିସିଆଇ ମହିଳା ଆଇପିଏଲର ଯୋଜନା ଉପରେ କାମ ଆରମ୍ଭ କରିଦେଇଛି। ଏଥିରେ ୪ରୁ ୫ ଟିମକୁ ଖେଳିବାକୁ ସୁଯୋଗ ମିଳିପାରେ। ବୋର୍ଡ ପକ୍ଷରୁ ୨୦୧୮ରେ ମହିଳା ଟି-୨୦ ଚ୍ୟାଲେଞ୍ଜ ଆରମ୍ଭ କରାଯାଇଥିଲା। ପ୍ରଥମ ସିଜନରେ କେବଳ ଗୋଟିଏ ମୁକାବିଲା ହୋଇଥିଲା। ତେବେ ୨୦୧୯ ଓ ୨୦୨୦ରେ ୩ ଟିମ୍ ମଧ୍ୟରେ ୪ଟି ଲେଖାଏ ମ୍ୟାଚ୍ ଖେଳାଯାଇଥିଲା। ୨୦୨୦ରେ ଭାରତ ବ୍ୟତୀତ ୭ ଦେଶର ମହିଳା ଖେଳାଳି ଏଥିରେ ସାମିଲ୍ ହୋଇଥିଲେ। ଏଥିରେ ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ବାଂଲାଦେଶ, ଶ୍ରୀଲଙ୍କା, ୱେଷ୍ଟଇଣ୍ଡିଜ୍ ଓ ଥାଇଲ୍ୟାଣ୍ଡର ଖେଳାଳି ଭାଗ ନେଇଥିଲେ। ଅଷ୍ଟ୍ରେଲିଆ ବହୁ ଆଗରୁ ୮ ଟିମକୁ ନେଇ ମହିଳା ବିଗ ବ୍ୟାଶ୍ ଲିଗ୍ ଆୟୋଜନ କରିଆସୁଛି। ଭାରତୀୟ ମହିଳା ଟିମ୍ ଅନ୍ତର୍ଜାତୀୟ ସ୍ତରରେ ଜବରଦସ୍ତ ପ୍ରଦର୍ଶନ କରୁଛି। ଟିମ୍ ୨୦୨୦ରେ ଆୟୋଜିତ ଟି-୨୦ ବିଶ୍ୱକପରେ ଫାଇନାଲରେ ପହଞ୍ଚିଥିଲା। କିନ୍ତୁ ଟିମ୍ ଚାମ୍ପିୟନ୍ ହୋଇପାରିନଥିଲା। ଅନ୍ୟପକ୍ଷରେ ୨୦୧୭ ଦିନିକିଆ ବିଶ୍ୱକପରେ ମଧ୍ୟ ଭାରତୀୟ ମହିଳା ଟିମ୍ ଟାଇଟଲ୍ ମୁକାବିଲାରେ ପହଞ୍ଚିଥିଲା ଏବଂ ରନର୍ସଅପ୍ ହୋଇଥିଲା। ନିକଟରେ ହରମନପ୍ରୀତ କହିଥିଲେ ଯେ ଅନ୍ତର୍ଜାତୀୟ ସ୍ତରରେ ଖେଳିବା ପୂର୍ବରୁ ଆମକୁ ଯଦି ଆଇପିଏଲ୍ ଭଳି ଘରୋଇ ଟୁର୍ଣ୍ଣାମେଣ୍ଟ ଖେଳିବାର ସୁଯୋଗ ମିଳେ, ତାହେଲେ ଏହା ନିଶ୍ଚିତ ଭାବେ ଆମକୁ ଫାଇଦା ଦେବ। ଅଷ୍ଟ୍ରେଲିଆ ମହିଳା ଖେଳାଳି ମାନେ ଅନ୍ତର୍ଜାତୀୟ ମୁକାବିଲା ପୂର୍ବରୁ ମହିଳା ବିବିଏଲ୍ ଖେଳି ଅଭିଜ୍ଞତା ହାସଲ କରିଛନ୍ତି। ଅଷ୍ଟ୍ରେଲିଆ ମହିଳା ଟିମର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଆଲିସା ହିଲି ମଧ୍ୟ କହିଥିଲେ ଯେ ବିସିସିଆଇକୁ ମହିଳା ଆଇପିଏଲ୍ ଆୟୋଜନ ଉପରେ ଧ୍ୟାନ ଦେବାକୁ ପଡ଼ିବ। ଏହାଦ୍ୱାରା ସେମାନଙ୍କ ଖେଳାଳିଙ୍କୁ ବିଶ୍ୱସ୍ତରରେ ଭଲ ପ୍ରଦର୍ଶନ କରିବାରେ ସହାୟକ ହେବ। ମହିଳା ବିବିଏଲରେ ହରମନପ୍ରୀତ କୌର୍, ସ୍ମୃତି ମନ୍ଧାନା, ଶେଫାଳୀ ବର୍ମା, ଦୀପ୍ତି ଶର୍ମାଙ୍କ ସମେତ ଅନେକ ଖେଳାଳି ଭାଗ ନେଉଛନ୍ତି। କିଛି ଖେଳାଳି ଇଂଲଣ୍ଡର ‘ଦି ହଣ୍ଡ୍ରେଡ୍’ରେ ମଧ୍ୟ ଖେଳିବାର ସୁଯୋଗ ପାଇଥିଲେ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!