ଭଣ୍ଡାରିପୋଖରୀ, (ବାଘୁଆବାର୍ତ୍ତା): ଭଣ୍ଡାରିପୋଖରୀ ଅଞ୍ଚଳରେ ବେଆଇନ ମଦ କାରବାର ଦିନକୁ ଦିନ ଅହେତୁକ ଭାବେ ବୃଦ୍ଧି ପାଉଛି । ବିଭିନ୍ନ ରାସ୍ତାରେ ଚୋରା ମଦ ଆସି ବିକ୍ରୟ ହେଉଛି । ୧୬ ନଂ ଜାତୀୟ ରାଜପଥର ଆଖୁଆପଦା ନିକଟ ଗଳିପୋଲ ତଳେ ଏକ ବାଇକ୍ରେ ଚୋରା ମଦ ପରିବହନ କରାଯାଉଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି କାର୍ୟ୍ୟରେ ପୁଲିସ ଓ ଅବକାରୀ ବିଭାଗ ବଟି ନେଇ ସହାୟତା କରୁଥିବା କଥା ପରିବହନକାରୀମାନେ ଭିଡିଓରେ ଆକ୍ଷେପ କରୁଥିବା ଜଣାଯାଇଛି । ଭିଡିଓ ଉତ୍ତୋଳନକାରୀଙ୍କୁ ମଧ୍ୟ ପରିବହନକାରୀମାନେ ଧମକ ଦେଉଥିବା ଭିଡିଓରେ ରେକର୍ଡ ହୋଇଛି । ଭିଡିଓ ଉତ୍ତୋଳନକାରୀ ସାହସିକ ଭାବେ ଘଟଣାକୁ ନଜରକୁ ଆଣିଥିବାରୁ ସାଧାରଣରେ ପ୍ରଶଂସା କରାଯିବା ସହ ସେମାନଙ୍କୁ ସୁରକ୍ଷା ଦେବା ଓ ଚୋରା ମଦ ପରିବହନକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବାକୁ ଦାବି ହୋଇଛି ।






