ନୟାଗଡ଼, (ବାଘୁଆବାର୍ତ୍ତା): ଓଡ଼ିଶାରେ ଓଏଏସ ସ୍ତରରେ ପୁନଃ ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର l ତେବେ ଏହାରି ଭିତରେ ଭାପୁର ବିଡ଼ିଓଙ୍କୁ ରଞ୍ଜିତ କୁମାର ମଲ୍ଲିକଙ୍କୁ ଯାଜପୁର ଜିଲ୍ଲା ଦାନଗଡ଼ି ତହସିଲଦାର ଭାବେ ବଦଳି କରାଯାଇଛି l ସେହିପରି ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟି କଲେକ୍ଟର ଅଭିଜିତ ଷଡ଼ଙ୍ଗୀଙ୍କୁ ନିମାପଡ଼ା ବିଡ଼ିଓ ଭାବେ ବଦଳି କରାଯାଇଛି l ନିମାପଡ଼ା ବିଡ଼ିଓ ଭୁବନାନନ୍ଦ ପଟ୍ଟନାୟକଙ୍କୁ ନୟାଗଡ଼ ଡେପୁଟି କଲେକ୍ଟର ନିଯୁକ୍ତ କରାଯାଇଛି l ସେହିପରି ଗୋପ ତହସିଲଦାର ରଞ୍ଜନ କୁମାର ପରିଡାଙ୍କୁ ମଧ୍ୟ ନୟାଗଡ଼ ଡେପୁଟି କଲେକ୍ଟର ଭାବେ ନିଯୁକ୍ତ କରାଯାଇଛି ଏବଂ ରଣପୁର ତହସିଲର ଅତିରିକ୍ତ ତହସିଲଦାର ପ୍ରଦୀପ କୁମାର ମହାରଣାଙ୍କୁ ବିଡ଼ିଓ ଭାବେ ପଦୋନ୍ନତି ଦିଆଯାଇଛି l ତେବେ ଭାପୁର ବିଡ଼ିଓଙ୍କୁ ବଦଳି କରାଯାଇଥିବା ବେଳେ ତାଙ୍କ ସ୍ଥାନରେ କାହାକୁ ନିଯୁକ୍ତ କରାଯାଇ ନାହିଁ କି ପ୍ରଦୀପ କୁମାର ମହାରଣାଙ୍କୁ ବିଡ଼ିଓ ଭାବେ ପଦୋନ୍ନତି ମିଳିଥିଲେ ମଧ୍ୟ କୌଣସି ବ୍ଲକରେ ନିଯୁକ୍ତ କରାଯାଇ ନଥିବା ଜଣାପଡିଛି l ତେବେ ଆସନ୍ତା 22ତାରିଖରେ ଭାପୁର ବ୍ଲକ ଅଧ୍ୟକ୍ଷା ପଦ ପାଇଁ ନିର୍ବାଚନ ହେବାକୁ ଥିବା ବେଳେ ତା ପୂର୍ବରୁ ଭାପୁର ବିଡ଼ିଓଙ୍କୁ ବଦଳି କରାଯିବା କିଛି ଆଶଙ୍କା ସୃଷ୍ଟି ହେଉଛି l






