ଖଲୀକୋଟ, (ବାଘୁଆବାର୍ତ୍ତା): ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅଞ୍ଚଳ ବୋରିଗାଁର ବାଦଲ କୁମାର ସାହୁ ଗଞ୍ଜାମ ଏସପିଙ୍କ କାର୍ୟ୍ୟାଳୟ ଆଗରେ ଆତ୍ମହତ୍ୟା ଘଟଣାର ନୁଆ ଟୁଇଷ୍ଟ ଆସିଛି। ପରିବାର ପାଇଁ ଆସି ବାଦଲଙ୍କ ମୃତ୍ୟୁ ହୋଇଛି ବୋଲି ତାଙ୍କ ଭଉଣୀ ଓ ଜ୍ୱାଇଁ ଅଭିଯୋଗ ଆଣିଛନ୍ତି। ଏଥିରେ ଗ୍ରାମବାସୀଙ୍କ କୌଣସି ଭୁଲ ନାହିଁ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ବାଦଲଙ୍କ ଜ୍ବାଇଁ। ଜ୍ବାଇଁ ଓ ଭଉଣୀ ବାଦଲର ମୃତ୍ୟୁ ପରେ ଦେଖିବା ପାଇଁ ଯାଇନଥିଲେ। ମୋତେ ଏବଂ ମୋର ସ୍ତ୍ରୀ ମଙ୍ଗୁଳିକୁ ବାଦଲ ଓ ତାର ବାପା-ମା ଆମକୁ ସବୁବେଳେ ମାରପିଟ କରୁଥିବା କହିଛନ୍ତି ବାଦଲଙ୍କ ଜ୍ବାଇଁ ଲୁଙ୍ଗୁରି ଗ୍ରାମର କବିରାଜ ପଲେଇ। ମୋ ବିବାହ ସମୟରେ ଶଶୁର ଘର ଲୋକ ଦେଇଥିବା ପ୍ରତିଶୃତି ପାଳନ କରୁନଥିଲେ ଫଳରେ ଗ୍ରାମବାସୀମାନେ କହିବା ପରେ ତାଙ୍କ କଥାକୁ ଅବମାନନା କରି ଆସୁଥିଲେ। ୨୦୦୮ ମସିହାରେ ବୋରିଗାଁ ଗାଁ କବିରାଜ ସାହୁଙ୍କ ପ୍ରଥମ ସ୍ତ୍ରୀର ଝିଅ ମଙ୍ଗୁଳି ସହ ବିବାହ ହୋଇଥିଲା। ସେ କଥା କହିପାରୁନଥିଲା କୁ କାନକୁ ତାର କିଛି ଶୁଭୁନଥିଲା ତେଣି ତାର ବିବାହ ସମୟରେ ବୋରିଗାଁ ଓ ଲୁଙ୍ଗିରି ଭର୍ଦ ବ୍ୟକ୍ତି ସମୟ ଦୁଇ ପରିବାରଙ୍କ ସଦଶ୍ୟଙ୍କ ଉପସ୍ଥିତିରେ ୧୦ ଭରଣ ଜାଗା, ୭୫ ହଜାର ଟଙ୍କା,ସୁନା ଅଳଙ୍କାର ଦେବେ ବୋଲି ଏକ ଚୁକ୍ତି ନାମା କରିଥିଲେ। କିୁ ପରବର୍ତୀ ସମୟରେ ତାହା କବିରାଜ ସାହୁ ଦେଇନଥିଲେ । ଏହି ଘଟଣାକୁ ନେଇ କବିରାଜ ପଲେଇ ବୋରିଗାଁ ଗାଁଲୋକଙ୍କୁ କହିଥିଲେ କି ଗାଲୋକଙ୍କ କଥାକୁ କବିରାଜ ସାହୁ ଅବମାନନା କରିଥିଲେ। କବିରାଜ ସାହଙ୍କୁ ଦ୍ବିତୀୟ ସ୍ତ୍ରୀ ଓ ପୁଅ ବାଦଲ ସବୁବେଳେ ଆମକୁ ମାରପିଟ କରୁଥିଲେ। ଏନେଇ ବାଦଲଙ୍କ ଭଉଣୀ ମଙ୍ଗୁଳି ହୁମ୍ବା ଫାଣ୍ଡିରେ ବାଦଲଙ୍କ ନାମରେ ଏକ ଅଭିଯୋଗ କରିଥିଲେ। କଥା କହିପାରୁନଥିଲେ ମଧ୍ୟ ଠାର ମାଧ୍ୟମରେ ବାପା ଓ ଭାଇ ତାକୁ କିପରି ମାରପିଟ କରୁଥିଲେ ତାହା କହିଥିଲେ। ଯାହାକି ହୁମା ଫାଣ୍ଡିରେ ୪୮୩/୨୧ରେ ବାଦଲଙ୍କ ନାମରେ ଏକ ମାମଲା ରୁଜୁ ହୋଇଛି। ଗାଁରେ ସବୁବେଳେ ବାଦଲ ବିଶୃଙ୍ଖଳା କରୁଥିବାରୁ ବୋରିଗାଁ ଗ୍ରାମ କମିଟିର ସଭାପତି ଏକ ଏତଲା ଦେଇଥିଲେ ଯାହାକି ୧୬୨ /୨୨ ନମ୍ୱରରେ ମାମଲା ରୁଜୁ ହୋଇ ପରେ ୪୧ ନମ୍ୱର ନୋଟିସରେ ବାଦଲକୁ ଛଡ଼ା ଯାଇଥିଲା। ଅନ୍ୟପକ୍ଷରେ ଶନିବାର ଦିନ ସଂଧ୍ୟା ସମୟରେ ବାଦଲ ସାହୁ ଗଞ୍ଜାମ ଏସପି କାର୍ୟ୍ୟାଳୟକୁ ଆସିଥିବା ବେଳେ ଏସପିଙ୍କୁ ସାକ୍ଷାତ ନକରିପାରି ନିଜ ଶରୀରରେ ପେଟ୍ରୋଲ ଢାଳି କାର୍ୟ୍ୟାଳୟ ଆଗରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସେଠାରୁ ତାଙ୍କୁ ପୋଲିସ ଉଦ୍ଧାର କରି ଛତ୍ରପୁର, ବ୍ରହ୍ମପୁର ଓ ପରେ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାକୁ ଚିକିତ୍ସା ପାଇଁ ସ୍ଥାନାରିତ କରିଥିଲା। ତାଙ୍କ ଶରୀରରେ ୮୦ ଭାଗ ପୋଡ଼ି ଯାଇଥିବାରୁ ତାଙ୍କର ଦେହାନ୍ତ୦୦ ହୋଇଥିଲା। ଏହି ଘଟଣାକୁ ନେଇ ବାଦଲଙ୍କ ମା ଝୁନୀ ସାହୁ ବୋରିଗାଁର ୭ ଜଣଙ୍କ ନାଁରେ ଏତଲା ଦେଇଥିଲେ। ଏନେଇ ୨୦୩/୨୨ ନମ୍ୱରରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ପୁଲିସ।






