ଖଲ୍ଲିକୋଟ, (ବାଘୁଆବାର୍ତ୍ତା): ଗଞ୍ଜାମ sp କାର୍ଯ୍ୟାଳୟରେ ଆଗରେ ଯୁବକଙ୍କ ଆତ୍ମାହୁତି ଉଦ୍ୟମ। ଦେହରେ ନିଆଁ ଲଗାଇ ଯୁବକ ଜଣଙ୍କ ଆତ୍ମାହୁତି ଉଦ୍ୟମ କରିଛନ୍ତି। ଯୁବକ ଜଣଙ୍କ ରମ୍ଭା ଥାନା ଅଧିନ ବୋରିଗାଁର ବାଦଲ ସାହୁ ବୋଲି ଜଣାପଡିଛି। ଶନିବାର ସଂଧ୍ୟାରେ ଗଞ୍ଜାମ ଏସପି କାର୍ଯ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଛି। ରମ୍ଭା ଥାନା ଅଧିନ ବୋରିଗାଁର ବାଦଲ ସାହୁ ନିଜ ଦେହରେ ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଛନ୍ତି। ନିଆଁରେ ପୋଡି ବାଦଲଙ୍କ ଶରୀର ଅଧିକାଂଶ ଅଂଶ ଜଳି ଯାଇଛି। ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ତାଙ୍କୁ ଛତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଆତ୍ମାହୁତିର କାରଣ ଏବେ ବି ଅସ୍ପଷ୍ଟ ରହିଛି।






