ନୟାଗଡ଼, (ବାଘୁଆବାର୍ତ୍ତା): ବିଷାକ୍ତ ସାପ କାମୁଡାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି l ମୃତ ମହିଳା ଜଣଙ୍କ ହେଲେ ସୁବଳୟା ଗାଁର ଚିନା ନାୟକ l ସୂଚନାନୁସାରେ, ଇଟାମାଟି ଥାନା ଅନ୍ତର୍ଗତ ନାଟୁଗାଁ ପଞ୍ଚାୟତ ଅଧିନରେ ଥିବା ସୁବଳୟା ଗାଁର ଉଛବ ନାୟକଙ୍କ ସ୍ତ୍ରୀ ଚିନା ନାୟକ ଶୁକ୍ରବାର ରାତିରେ ଖାଇବା ପିଇବା ସାରି ସୋଇଥିଲେ l ହେଲେ ବିଳମ୍ବିତ ରାତିରେ ଏକ ବିଷାକ୍ତ ସାପ କାମୁଡି ଥିଲା l ଯାହାଫଳରେ ଚେତା ଚପଟ ବୁଡିଯାଇଥିଲା ତେଣୁ ପରିବାର ଲୋକ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ l ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ମୃତ ଖବର ପରେ ପରିବାର ଲୋକ ଭାଙ୍ଗିପଡ଼ିଥିବା ବେଳେ ଶବ ବ୍ୟବଚ୍ଛେଦ ହେବା ପାଇଁ ଶବ ବ୍ୟବଚ୍ଛେଦ ଗୃହରେ ରଖିଥିବା ଜଣାପଡିଛି l