Sunday, September 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶିକ୍ଷିତ ସମାଜ : ନିଜ ମା’କୁ ହତ୍ୟା କର ନାହିଁ!

by ସଞ୍ଜୟ ସ୍ୱାଇଁ
December 28, 2019
in Lifestyle
ଶିକ୍ଷିତ ସମାଜ : ନିଜ ମା’କୁ ହତ୍ୟା କର ନାହିଁ!
68
VIEWS
Share on FacebookShare on Twitter

ସଂଜୟ କୁମାର ସ୍ୱାଇଁ

ନୟାଗଡ଼, (ବାଘୁଆବାର୍ତ୍ତା) : ସାରା ବିଶ୍ୱରେ ଭାରତ ଏକ ବିକାଶଶୀଳ ଦେଶ ଭାବରେ ଆଧୁନିକତା ଆଡ଼କୁ ଗତି କରୁଛି । ମେକ୍ ଇନ୍ ଇଣ୍ଡିଆ ଯୁଗରେ ଆମେ ପହଂଚିଛେ । ୪-ଜି ଯୁଗ ଶେଷ ହୋଇ ଆସୁଥିବା ବେଳେ କିଛି ରାଷ୍ଟ୍ରରେ ୫ଜି ଯୁଗ ଆରମ୍ଭ ହୋଇଗଲାଣି । ତଥାପି ଆମେ ଅନେକ ମୈାଳିକ କର୍ତ୍ତବ୍ୟ ଉପରେ ସଚେତନ ହୋଇ ପାରୁନାହୁଁ । ଯାହାକୁ ନେଇ ପ୍ରଶାସନ, ସରକାର, ରାଜନେତା, ସାହିତ୍ୟିକ, ସାମ୍ବାଦିକଙ୍କ ସହ ଅନେକ ବର୍ଗର ଲୋକ ସଚେତନତା ସୃଷ୍ଟି କରିବା ପାଇଁ ଅହରହ ସଂଗ୍ରାମ କରୁଛନ୍ତି । ସ୍ୱଚ୍ଛ ଭାରତ ହେଉ, ପ୍ଲାଷ୍ଟିକ ମୁକ୍ତ, ବୃକ୍ଷର ସୁରକ୍ଷା, ପରିବେଶକୁ ନେଇ ଚିନ୍ତା ସହ କନ୍ୟାଭୃଣ, ବେଟି ବଚାଅ ବେଟି ପଢ଼ାଅ, ବାଲ୍ୟ ବିବାହ ପ୍ରଥା ଉପରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ମାତ୍ର ଏହି ସଂଗ୍ରାମର କିଛି ବି ସୁଫଳ ମିଳିବା ଭଳି ଅନୁଭବ ହେଉ ନାହିଁ । ଏଥିପାଇଁ ଦାୟୀ କିଏ? ଶିକ୍ଷିତ ସମାଜ ନା ଅଶିକ୍ଷିତ ସମାଜ?

ଏହା ଆମ ଦେଶ ପାଇଁ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ବିଶେଷ କରି ନୟାଗଡ଼ ଜିଲ୍ଲାପାଇଁ ଏହା ସବୁଠାରୁ ବଡ଼ ସମସ୍ୟା ତଥା ଏକ ବ୍ୟାଧି ପାଲଟିଛି । ଜିଲ୍ଲାରେ ପୁଅ ତୁଳନାରେ ଝିଅଙ୍କ ସଂଖ୍ୟା ବହୁତ କମ ରହିଛି । ଏହା ଏକ ଉଦବେଗର ଘଟଣା । ଯଦି ଆମେ ଜିଲ୍ଲାର କଥା ଚିନ୍ତା କରିବା ଆଦିବାସୀ ଅଧୂଷିତ ଅଂଚଳରେ ପୁଅ ଝିଅ ମଧ୍ୟରେ କୈାଣସି ଫରକ ଥିବା ଭଳି ମନେ ହେଉନାହିଁ । କାରଣ ପୁଅଙ୍କ ତୁଳନାରେ ଝିଅ ସଂଖ୍ୟା ଯେତିକି ରହିଛି, ଜିଲ୍ଲାର ଶିକ୍ଷିତ ସମାଜ ବସବାସ କରୁଥିବା ସହରାଂଚଳ ତଥା ସହରର ନିକଟବର୍ତ୍ତୀ ଅଂଚଳରେ ଏହା ଅତି ଲଜ୍ୟାଜନକ ଭାବେ କମ ରହିଛି । ଆଦିବାସୀ ଅଧିଷିତ ଅଂଚଳରେ ଏକ ହଜାର ପୁଅ ତୁଳନାରେ ନଅଶହରୁ ଉର୍ଦ୍ଧ ଝିଅ ରହିଥିବା ବେଳେ ସହର ନିକଟବର୍ତ୍ତୀ ଅଂଚଳରେ ଏକ ହଜାର ପୁଅ ତୁଳନାରେ ୮ ଶହରୁ ଉର୍ଦ୍ଧ ଝିଅ ରହିଥିବା ସୂଚନାରୁ ଜଣାପଡ଼ିଛି । ଏଥିପାଇଁ ଶିକ୍ଷିତ ସମାଜ ଦାୟୀ ନା ଅଶିକ୍ଷିତ ସମାଜ ଦାୟୀ?

ଗୋଟିଏ ଗାଁର ଅଶିକ୍ଷିତ ପରିବାରର ଦମ୍ପତ୍ତି ଗୋଟିଏ କିମ୍ବା ଦୁଇଟି ଝିଅ ଜନ୍ମ ଦେବା ପରେ ପୁଣି ଗର୍ଭବତୀ ଥିବା ଅବସ୍ଥାରେ କାଳେ ଝିଅ ଜନ୍ମ ନେବ ବୋଲି ତା ମନରେ ସନ୍ଦେହ ଜାତ କରୁଛି କିଏ? ଭୃଣ ଚିହ୍ନଟ କରିବା ବା କରାଇବା ପାଇଁ ତାକୁ ପ୍ରବର୍ତ୍ତାଉଛି କିଏ? ସହରର ଗଳିକନ୍ଦିରେ ଲୁଚାଛପାରେ ଚାଲିଥିବା ଭୃଣହତ୍ୟା କେନ୍ଦ୍ରର ଠିକଣା ବତାଉଛି କିଏ? ସେଠାରେ ଥିବା ଡାକ୍ତର, ନର୍ସ, ସର୍ବୋପରି ପରିଚାଳକ ଶିକ୍ଷିତ ନା ଅଶିକ୍ଷିତ? କିଛି ଟା ଅର୍ଥ ଲୋଭରେ ଚାଲିଥିବା ଏହି ହଜାର ହଜାର ହତ୍ୟାକାଣ୍ଡକୁ ରୋକିବା କ୍ଷେତ୍ରରେ ଆମେ ଅସଫଳ ହେବା ପଛର ରହସ୍ୟ କ’ଣ? ଜନ୍ମ ଦେବାକୁ ଥିବା ପିଲାକୁ ମା’ବାପା ପେଟ ଭିତରୁ ହତ୍ୟା କରୁଛନ୍ତି । ଏଥିପାଇଁ ଆମ ସମାଜର ବ୍ୟବସ୍ଥା ଭୁଲ ନାଁ କଠୋର ଆଇନବ୍ୟବସ୍ଥାରେ ଭୁଲ? ପୁଅଟିଏ ଯେ, ବାପା ମା’କୁ ପାଳିବ, ଯତ୍ନନେବ, ପିଣ୍ଡଦେବ ଏଭଳି ଭାବିବା କେତେଦୂର ଠିକ? କଥା ବା ଶାସ୍ତ୍ରରେ ମଧ୍ୟ ରହିଛି ଅବିବାହିତ ପୁଅ ବାପାମାଆଙ୍କୁ ପିଣ୍ଡ ଦେଇ ପାରେନା! ଗୋଟିଏ ପୁଅ ତା ଜୀବନ ଅତିବାହିତ କରିବା ପାଇଁ ଝିଅଟିଏ ଲୋଡ଼ା କରେ । ଝିଅଟିକୁ ଅର୍ଦ୍ଧାଙ୍ଗିନୀ ଭାବରେ ସ୍ୱୀକାର କରେ । ହେ ମାଆ ବାପା ମାନେ ତୁମେ ମାନେ ଏହାକୁ କ’ଣ ଅସ୍ୱୀକାର କରି ପାରିବ? ଯଦି ନା’ ତେବେ ଝିଅର ଅନାବଶ୍ୟକତା କାହିଁକି? ତୁମ ପୁଅ ପାଇଁ ଝିଅଟିଏ ଆସିବ କେଉଁଠୁ । ଯେଉଁ ପୁଅ ଲୋଭରେ ତୁମେମାନେ ଝିଅକୁ ହତ୍ୟା କରି ଚାଲିଛ । ସେହି ଝିଅ ବିନା ତୁମ ପୁଅ ତୁମକୁ ପିଣ୍ଡଦାନ କରିବ କିପରି? ଆମ ଜିଲ୍ଲାରେ ଝିଅଜନ୍ମ ସଂଖ୍ୟା ଯେତେବେଳେ ଶୂନରେ ପହଂଚିବ ସେବେକାର ଯେଉଁ ଅବସ୍ଥା ସୃଷ୍ଟି ହେବ, ତାହାକୁ ଶିକ୍ଷିତ ସମାଜ ଏବେଠାରୁ ଚିନ୍ତା କରିବା ଆବଶ୍ୟକ । ସମାଜରେ ଏକ ଭିନ୍ନ ସନ୍ତୁଳନ ପରିସ୍ଥିତି ସୃଷ୍ଟି ହେବ । ଯାହାକୁ ନା ପ୍ରଶାସନ, ନା ସରକାର, ନା ରାଜନେତା, ନା ଶିକ୍ଷିତ ସମାଜ, ନା ହତ୍ୟାକାରୀ ବାପା ମାଆମାନେ ସମ୍ଭାଳି ପାରିବେ! ପୂର୍ବରୁ ଆମ ଜିଲ୍ଲାରେ ହୋଇଥିବା ଅହରହ କନ୍ୟାଭୃଣ ହତ୍ୟା କାରଣରୁ ବର୍ତ୍ତମାନ ଏପରି ପରିସ୍ଥିତି ସୃଷ୍ଟି ହୋଇଛି ଯେ, ଆମେ ବାଧ୍ୟବାଧ୍ୟକତାରେ ଝିଅ ଅଭାବ କାରଣରୁ ବାଲ୍ୟବିବାହ ସମସ୍ୟାକୁ ବଢ଼ାଇ ଚାଲିଛେ । ଯାହା ଫଳରେ ୩୫ ବର୍ଷର ଜଣେ ଯୁବକ ସହ ୧୫ ବର୍ଷର ଝିଅକୁ ବିବାହ କରାଯାଉଥିବା ଜଣାପଡ଼ିଛି । ଆଗକୁ ଯେତିକି କନ୍ୟାଭୃଣ ହତ୍ୟା କରିବା ଏହି ବୟସ ତାରତମ୍ୟ ସେତିକି ବଢ଼ି ଚାଲିବ ।

ଆଜିର ଶିକ୍ଷିତ ସମାଜ ତୁମ ଜାଣତରେ ହେଉ ଅବା ଅଜାଣତରେ ହେଉ ପରୋକ୍ଷରେ ତୁମ ତୁମ ମା’ କୁ ହତ୍ୟା କରୁଛ । ଏଥିରେ ସନ୍ଦେହ ନାହିଁ । ସମସ୍ତ ଶିକ୍ଷିତ ସମାଜ ଏହି ପ୍ରକିୟାରେ ଜଡ଼ିତ ନଥିଲେ ମଧ୍ୟ ସମାଜରେ ଘଟୁଥିବା ଘଟଣାରୁ ହୃତବୋଧ ହେଉଛି ଅଧିକାଂଶ ଶିକ୍ଷିତ ସମାଜ ଏଥିପାଇଁ ଦାୟୀ ନୁହେଁ କି? ଆଜିର ଦିନରେ ଆସ ଶପଥ ନେବା, କନ୍ୟାକୁ ମାଆ ଭାବି ମାତୃ ହତ୍ୟାର ଅପରାଧରୁ ନିବୃତ ରହିବା । ଆସ ଆଜି କନ୍ୟାର ଯତ୍ନ ନେବା ସେହି କନ୍ୟା ଦିନେ ରତ୍ନ ହେବ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!