Friday, January 9, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ ଏକ ଉନ୍ନତ ବିଶ୍ୱବିଦ୍ୟାଳୟ କରିବା ପାଇଁ ବିଭିନ୍ନ ସଂଗଠନ ୧୦୦ ଏକର ଜମି ଦାବି କରି ଆସୁଛନ୍ତି

by ସଞ୍ଜୟ ସ୍ୱାଇଁ
September 2, 2021
in Planning and Development, State
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ ଏକ ଉନ୍ନତ ବିଶ୍ୱବିଦ୍ୟାଳୟ କରିବା ପାଇଁ  ବିଭିନ୍ନ ସଂଗଠନ ୧୦୦ ଏକର ଜମି ଦାବି କରି ଆସୁଛନ୍ତି
28
VIEWS
Share on FacebookShare on Twitter

ବଲାଙ୍ଗିର, (ବାଘୁଆବାର୍ତ୍ତା): ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ ଏକ ଉନ୍ନତ ବିଶ୍ୱବିଦ୍ୟାଳୟ କରିବା ପାଇଁ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ସଂଗଠନ ଦାବି କରିଛନ୍ତି। ବିଶ୍ୱବିଦ୍ୟାଳୟ ନାଁରେ ଜମି ନଥିବାରୁ ୧୦୦ ଏକର ଜମି ବିଶ୍ୱବିଦ୍ୟାଳୟ ନାଁରେ କରିବା ପାଇଁ ରାଜେନ୍ଦ୍ର କଲେଜର ଆଲୁମିନୀ ଆସୋସିଏସନ ଓ ବିଭିନ୍ନ ସଂଗଠନ ଦାବି କରି ଆସୁଛନ୍ତି। ଏଭଳି ସମୟରେ ବିଶ୍ୱବିଦ୍ୟାଳୟର ଷ୍ଟାଟସ୍‌ ଜାଣିବା ପାଇଁ ବଲାଙ୍ଗିର ଗସ୍ତରେ ଆସିଥିଲେ ଉଚ୍ଚ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର। ଉଚ୍ଚ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର, ଜିଲ୍ଲାପାଳ ଓ ଭିସିଙ୍କ ଉପସ୍ଥିତିରେ ବିଶ୍ୱବିଦ୍ୟାଳୟ ବୁଲି ଦେଖିବା ସହିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ଏକ ବିଶ୍ୱସ୍ତରର ବିଶ୍ୱବିଦ୍ୟାଳୟ ପାଇଁ ବର୍ତ୍ତମାନ ବିଶ୍ୱବିଦ୍ୟାଳୟ ଦଖଲରେ ଥିବା ପ୍ରାୟ ପଚାଶ ଏକର ଜମି ଯଥେଷ୍ଟ ବୋଲି କହିଥିଲେ ସଚିବ। ତେଣୁ ଖୁବଶୀଘ୍ର ୫୦ ଏକର ଜମି ବିଶ୍ୱବିଦ୍ୟାଳୟ ନାଁରେ କରାଇ ଦିଆଯିବ, ତା’ ସହିତ ଅଧ୍ୟାପକ ଓ ଅଧ୍ୟାପିକା ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା କହିଛନ୍ତି ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର। କିନ୍ତୁ କେତେକ ସାମ୍ୱାଦିକ ବିଶ୍ୱବିଦ୍ୟାଳୟ ପାଇଁ ଅଧିକ ଜମି ଦରକାର ବୋଲି ପ୍ରଶ୍ନ କରିବାରୁ ସଚିବ କହିଛନ୍ତି, ଅଧିକ ଜମି ନେଇ ଜମିଦାର ହେବାର ନାହିଁ, କମ୍‌ ଜମିରେ ସବୁ ପ୍ରକାର ସୁବିଧା କରାଯିବ ବୋଲି ମଜାକିଆ ଷ୍ଟାଇଲରେ ଉତ୍ତର ଦେଇଥିଲେ ଶ୍ରୀ ମିଶ୍ର।

ବାଲେଶ୍ୱରର ତାତି ନୟାଗଡରେ

ବାଲେଶ୍ୱରର ତାତି ନୟାଗଡରେ

August 29, 2025
ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

August 29, 2025
ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

July 12, 2025
ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

July 1, 2025
ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

July 1, 2025

© 2025 Baghuabarta. Designed & Developed by WHI Digital Pvt. Ltd.

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!