Sunday, May 31, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଏଥର ଶ୍ରଦ୍ଧାଳୁ ଦେଖିବେ ସ୍ନାନଯାତ୍ରା

by ସଞ୍ଜୟ ସ୍ୱାଇଁ
May 19, 2022
in State
ଏଥର ଶ୍ରଦ୍ଧାଳୁ ଦେଖିବେ ସ୍ନାନଯାତ୍ରା
52
VIEWS
Share on FacebookShare on Twitter

ପୁରୀ, (ବାଘୁଆବାର୍ତ୍ତା): କରୋନା ଯୋଗୁ ଦୀର୍ଘ ଦୁଇବର୍ଷ ହେଲା ଭକ୍ତ ବିନା ଶ୍ରୀଜଗନ୍ନାଥଙ୍କ ସ୍ନାନ ଓ ରଥ ଯାତ୍ରା ସମ୍ପନ୍ନ ହେଉଥିବା ବେଳେ ଏଥର ଏହି ନିୟମକୁ କୋହଳ କରାଯାଇଛି। ଏଥର ଶ୍ରଦ୍ଧାଳୁଙ୍କ ସମାଗମରେ ହେବ ସ୍ନାନ ଓ ରଥଯାତ୍ରା। ଆଜି ବସିଥିବା ଶ୍ରୀମନ୍ଦିର ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ଦଇତାପତି ନିଯୋଗ ଓ ଅନ୍ୟ ସେବାୟତ ନିଯୋଗ ଉପସ୍ଥିତ ଥିଲେ। ନିଷ୍ପତ୍ତି ମୁତାବକ, ସ୍ନାନ ମଣ୍ଡପ ତଳେ ଛିଡ଼ା ହୋଇ ଭକ୍ତମାନେ ସ୍ନାନ ଯାତ୍ରା ଦେଖିପାରିବେ। ଶୃଙ୍ଖଳିତ ପହଣ୍ଡି, ହାତୀ ବେଶ ବେଳେ କିପରି ସେବାୟତ ମଣ୍ଡପରେ ରହିବେନି ସେ ଦିଗରେ ମଧ୍ୟ ଆଜି ବୈଠକରେ ଆଲୋଚନା ହୋଇଥିଲା। ସ୍ନାନ ଓ ରଥ ଯାତ୍ରା ସମୟରେ ଭକ୍ତମାନେ ପୁରୀକୁ ଆସିଲେ କିପରି ଶୃଙ୍ଖଳିତ ଦର୍ଶନ କରିପାରିବେ ସେ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଆଲୋଚନା କରିଛନ୍ତି ବରିଷ୍ଠ ସେବାୟତ। ଏହି ବୈଠକରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ପ୍ରସ୍ତାବ ଦେଇଛନ୍ତି ସେବାୟତ। ହାତୀବେଶ ପରେ ୨ରୁ ୩ ଘଣ୍ଟା ପାଇଁ ଭକ୍ତମାନଙ୍କୁ ସ୍ନାନ ମଣ୍ଡପ ପାଖକୁ ଯିବାକୁ ଅନୁମତି ମିଳିବ। ଯେପରି ପୂର୍ବ ଭଳି ଶ୍ରଦ୍ଧାଳୁ ଶ୍ରୀମନ୍ଦିରରୁ ଭିତରୁ ହୋଇ ସ୍ନାନ ମଣ୍ଡପ ତଳୁ ଦର୍ଶନ କରୁଥିଲେ ସେଭଳି କରିବାକୁ ପରାମର୍ଶ ଦିଆଯାଇଛି। ଏହାସହ ୨ରୁ ୩ ଘଣ୍ଟା ପାଇଁ ସାହାଣମେଲା ଦର୍ଶନ ପାଇଁ ବି ଛତିଶା ନିଯୋଗ ପ୍ରସ୍ତାବ ଦେଇଛି। ଆସନ୍ତାକାଲି ମଧ୍ୟ ରଥଯାତ୍ରା ସମନ୍ୱୟ କମିଟି ବୈଠକ ବସିବ। ଏହା ଉପରେ କ’ଣ ନିଷ୍ପତ୍ତି ନିଆଯିବ ତା’ ଉପରେ ସମସ୍ତଙ୍କ ଆଖି ରହିଛି। ବରିଷ୍ଠ ଦଇତାପତି ନିଯୋଗ ରାମଚନ୍ଦ୍ର ଦାସ ମହାପାତ୍ର କହିଛନ୍ତି, ଭକ୍ତମାନଙ୍କୁ ନେଇ ସ୍ନାନ ପୂର୍ଣ୍ଣିମା ଓ ରଥ ଯାତ୍ରା କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଆଜି ବସିଥିବା ବୈଠକରେ ଏହି ବିଷୟରେ ଆଲୋଚନା କରାଯାଇଥିଲା। ସ୍ନାନ ପୂର୍ଣ୍ଣିମା ଓ ରଥ ଯାତ୍ରା ଶୃଙ୍ଗଳିତ ଭାବେ କରିବା ନେଇ ମୁଖ୍ୟ ପ୍ରଶାସକଙ୍କ ସହ ଆଲୋଚନା କରାଯାଇଥିଲା। ବିଶେଷ କରି ପହଣ୍ଡି ସମୟରେ ଅଧିକ ସଂଖ୍ୟାର ସେବାୟତ ରହୁଛନ୍ତି, ସେ ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!