ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଶରଣକୂଳ ଥାନା ବରସାହି ପଂଚାୟତ ସିଙ୍ଗାରପୁର ନୂଆଗାଁରେ ଆଜି ଗୋଟିଏ ପରିବାର ଅନ୍ୟ ଏକ ପରିବାରକୁ ମାରଣାସ୍ତ୍ର ଯୋଗେ ଆକ୍ରମଣ କରିବା ଫଳରେ ୪ ଜଣ ଗୁରୁତର ହୋଇଛନ୍ତି । ସୂଚନନୁାସାରେ, ଉକ୍ତ ଗ୍ରାମରେ ଗୋକୁଳ ନାୟକ ଏବଂ ତାଙ୍କ ସଂମ୍ପର୍କୀୟମାନେ ରବି ନାୟକଙ୍କ ପରିବାର ଉପରେ ମାରଣାସ୍ତ୍ର ଯୋଗେ ଆକ୍ରମଣ କରିଥିଲେ । ଫଳରେ ରବି ନାୟକ ପରିବାରର ୪ ଜଣ ଗୁରୁତର ଭାବେ ଆହାତ ହୋଇଛନ୍ତି । ଗ୍ରାମବାସୀମାନେ ସେମାନଙ୍କ ଉଦ୍ଧାର କରି ପ୍ରଥମେ ଶରଣକୂଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତୀ କରିଥିବା ବେଳେ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଯାହା ଫଳରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଦୁଇ ଜଣଙ୍କୁ ଭୂବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି ।






