Monday, August 31, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନୟାଗଡ଼ ସାହିତ୍ୟ : ଲେଖା ନାହିଁ ଲେଖକ !

by ସଞ୍ଜୟ ସ୍ୱାଇଁ
December 19, 2019
in Education, Nayagarh, State
ନୟାଗଡ଼ ସାହିତ୍ୟ : ଲେଖା ନାହିଁ ଲେଖକ !
206
VIEWS
Share on FacebookShare on Twitter

କଳା, ସାହିତ୍ୟ ଓ ସଂସ୍କୃତିର ମାଟି ନୟାଗଡ଼ । ଏହି ମାଟିକୁ ପରିଚିତ କରାଇଛନ୍ତି, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, ଉତ୍କଳ ଘଣ୍ଟ ଯଦୁମଣୀ ମହାପାତ୍ର, ପଣ୍ଡିତ ବିନାୟକ ମିଶ୍ର, ଗୋବିନ୍ଦ ଚନ୍ଦ୍ର ଶୂରଦେଓଙ୍କ ଭଳି ଅନେକ ସ୍ରଷ୍ଠା । ସେମାନଙ୍କଠାରୁ ଦୁଇ ପାଦ ଆଗକୁ ନେଇ ଯାଇଛନ୍ତି ସିଦ୍ଧାନ୍ତଦର୍ପଣର ରଚୟିତା ପଠାଣି ସାମନ୍ତ । ନୟାଗଡ଼ ମାଟିକୁ ସାରା ବିଶ୍ୱରେ ପରିଚିତ କରାଇବାରେ ଖଣ୍ଡପଡ଼ା ମାଟିର ସୁଯୋଗ୍ୟ ସନ୍ତାନ ପଠାଣି ସାମନ୍ତଙ୍କ କୃତ୍ତି ଅପାର । ତାଙ୍କ ପରିପିଢ଼ି ଭାବେ ଆମେ ଦଶପଲ୍ଲାର ନାଟ୍ୟକାର ରାମଚନ୍ଦ୍ର ମିଶ୍ର, ନିମାଁଇ ଚରଣ ପଟ୍ଟନାୟକଙ୍କ ଭଳି ଅନେକ ସାହିତ୍ୟିକଙ୍କୁ ସେମାନଙ୍କ ସୃଷ୍ଟି ପାଇଁ ସମ୍ମାନ ଦେଉଥିବା ବେଳେ ନୟାଗଡ଼ର ଗୈାରବ ଭାବେ ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ ଓ ସଂଗ୍ରାହକ ଭାବେ ଦାଶରଥି ପଟ୍ଟନାୟକ ତଥା ଦାଶିଆ ଅଜାଙ୍କୁ ନେଇ ଗର୍ବ କରିଥାଉ । ସେହିଭଳି ନୟାଗଡ଼ ମାଟିରୁ ଜନ୍ମ ଗ୍ରହଣ କରି ସାହିତ୍ୟ ଓ ନାଟ୍ୟକାର ଭାବେ ଖ୍ୟାତି ଅର୍ଜ୍ଜନ କରିଥିବା ଅନେକ ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ନାଟ୍ୟକାର ରାମଚନ୍ଦ୍ର ମିଶ୍ର, ଦାଶ୍ ବେନହୁର୍ ଭଳି ଅନେକ ଲେଖକଙ୍କୁ ସମ୍ମାନ ଦିଆଯାଉଛି । ସାହିତ୍ୟ କ୍ଷେତ୍ରରେ ରାଜ୍ୟ, ଦେଶ ଓ ବିଶ୍ୱ ସ୍ତରରେ ଅନେକ ଯୁବପିଢ଼ୀ ମଧ୍ୟ ସୁନାମ ଅର୍ଜ୍ଜନ କରୁଥିବା ଜଣାପଡ଼େ । ଏବେକାର ସ୍ଥିତିକୁ ଯଦି ତର୍ଜ୍ଜମା କରାଯାଏ, ଏହା ମଧ୍ୟରେ ଅନେକ ଫରକ ଦେଖା ଯାଉଛି । ନୟାଗଡ଼ ପରି ଛୋଟିଆ ସ୍ଥାନଟିରେ ଅନେକ ସାହିତ୍ୟ ଅନୁଷ୍ଠାନ ଗଢ଼ି ଉଠିଛି । ଅନେକ ସଭା ସମିତି ହେଉଛି, ଏହା ମଧ୍ୟ ସାହିତ୍ୟ ପାଇଁ ସୁଲକ୍ଷଣ । ସେହିପରି ସାମାଜିକ ଗଣମାଧ୍ୟମ ଏବଂ ସଭାସମିତି ପାଇଁ କିଛି ସ୍ୱତନ୍ତ୍ର ଲେଖକ ମଧ୍ୟ ସୃଷ୍ଟି ହୋଇଛନ୍ତି । କିଛି ସ୍ୱତନ୍ତ୍ର ଲେଖକଙ୍କୁ ସାହିତ୍ୟ ଅନୁଷ୍ଠାନ ସୃଷ୍ଟି କରୁଥିବାର ଜଣାପଡ଼େ । ଅନୁଷ୍ଠାନର ଟେକ ବଜାୟ ରଖିବା ପାଇଁ ସଦସ୍ୟ ସଂଖ୍ୟା ବଢ଼ାଇବାକୁ ଅଣସାହିତ୍ୟିକଙ୍କୁ ସାମିଲ କରାଯାଉଛି । ସାହିତ୍ୟ କ୍ଷେତ୍ରରେ ଟଙ୍କା ନେଇ ହେଉପଛେ ସମ୍ବଦ୍ଧିତ ପର୍ବ ଜାରି ରହିଛି । ଯାହାବି ହେଉଛି, ସେ ସବୁକୁ ଠିକ ଭାବେ ଧରା ଯାଇପାରେ ମଧ୍ୟ । ଲେଖକର ସାଧନା ନଥାଇ ପୁଳାପୁଳା ସାହିତ୍ୟ ସୃଷ୍ଟି ହେଉଥିବା ବେଳେ ସେ ସବୁର ତର୍ଜ୍ଜମା କରିବାକୁ ଅନୁଷ୍ଠାନ କର୍ମକର୍ତ୍ତା ଦୃଷ୍ଟି ଦେଉନଥିବା ଜଣାପଡ଼ିଛି । ଫଳରେ ପୂର୍ବ ପିଢ଼ି ତଥା ବର୍ତ୍ତମାନର ପିଢ଼ି, ଯେଉଁମାନେ ପ୍ରକୃତ ସାହିତ୍ୟ ସାଧନା କରୁଛନ୍ତି ସେମାନଙ୍କର ଗୁରୁତ୍ୱ କମୁଥିବା ବେଳେ ଅଣସାହିତ୍ୟିକଙ୍କ ପାର୍ଦୃଭାବ ବଢ଼ୁଥିବା ଲକ୍ଷ୍ୟ କରାଯାଉଛି । ଅନେକ କ୍ଷେତ୍ରରେ ସାହିତ୍ୟକୁ ବ୍ୟକ୍ତି କୈନ୍ଦ୍ରିକ କରାଯାଉଥିବାରୁ ସାହିତ୍ୟ ସାଧନା ବଦଳରେ ଗୋଷ୍ଠୀ ସାଧନା ହେଉଛି । ଯାହାର ଏକ କୁତ୍ସିତ ବାର୍ତ୍ତା ସମାଜକୁ ଯାଉଥିବା ବେଳେ ସାହିତ୍ୟିକ ତଥା ଲେଖକଟିଏ ଉଚିତ୍ ସମ୍ମାନ ପାଇବାରୁ ବଂଚିତ ହେଉଛି । ଗୋଡ଼ ଟଣା ନୀତିକୁ ଆପଣାଇଥିବା କିଛି ସାହିତ୍ୟ ମାଫିଆ ନିଜର ପ୍ରଭାବ ବିସ୍ତାର କରିବା ପାଇଁ ଏଭଳି ପରମ୍ପରା ସୃଷ୍ଟି କରୁଥିବା ତଥା କରାଉଥିବାରୁ ନୟାଗଡ଼ର ମର୍ଜ୍ଜଦା ହାନୀ ହେବା ସହ ପୂର୍ବଶୂରୀମାନଙ୍କ ଚନ୍ଦ୍ରମାରେ କାଳୀମା ବୋଳି ହେଉଥିବା, ସେମାନଙ୍କ ଜ୍ଞାତ ହେଉ ନାହିଁ । ଏତଦ୍ ଭିନ୍ନ ସାହିତ୍ୟ କ୍ଷେତ୍ରରେ ରାଜନୈତିକ ବାତାବରଣ ସୃଷ୍ଟି କରୁଥିବା ବା କରାଇବା ପାଇଁ ବାଧ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କଠାରୁ ଦୂରେଇ ରହିବା ପାଇଁ ଅନେକ ସାଧକ ଚୁପ ରହୁଥିବା ବେଳେ ଅନେକ ଚୁପ ରହିବା ପାଇଁ ବାଧ୍ୟ ହେଉଛନ୍ତି । ପ୍ରକାରନ୍ତରେ ନିଜ ସାଧନାକୁ ସିଦ୍ଧିକୁ ମଧ୍ୟ ପରିପ୍ରକାଶ କରାଇବାକୁ କୁଣ୍ଠିତ ବୋଧ କରୁଛନ୍ତି । ପୂର୍ବଶୂରୀମାନେ ନୀରବ ସାଧକ ହୋଇ ନିଜର ସାଧନାକୁ ସଫଳ କରାଇ ଯିବା ସହ ଆମ ପାଇଁ ଯେଉଁ ଅମୁଲ୍ୟ ସଂପଦ ରଖି ଯାଇଛନ୍ତି, ତାହାର ମୁଲ୍ୟକୁ ବୁଝିବା ବର୍ତ୍ତମାନ ସ୍ଥିତିରେ କଷ୍ଟକର ହୋଇପଡ଼ିଛି । ସାହିତ୍ୟରେ ଅଗ୍ରଜଙ୍କ ଅନୁଜକୁ ପ୍ରେରଣା, ସେହ୍ନ, ଭଲପାଇବା, ଶିକ୍ଷାଦେବା, ଭୁଲକୁ ସୁଧାରିବା ଅପରିହାର୍ଯ୍ୟ ହୋଇପଡ଼ୁଥିବା ବେଳେ ସେ ସବୁ ପରମ୍ପରା ନୟାଗଡ଼ରୁ ହଜିବାକୁ ବସିଲାଣି । ସେହି ପ୍ରକାରନ୍ତରେ ଅନୁଜଙ୍କ ଅଗ୍ରଜଙ୍କ ପ୍ରତି ସମ୍ମାନ, ଆନ୍ତରିକତା, ଉପଦେଶକୁ ଗ୍ରହଣ କରିବା ପରିବର୍ତ୍ତେ ‘ଦ୍ୱନ୍ଦ’ ସୃଷ୍ଟି ହୋଇଛି । ଏହି ପରମ୍ପରା, ମାଫିଆ ଗିରି, ସାହିତ୍ୟ କ୍ଷେତ୍ରରେ ଅଣସାହିତ୍ୟିକଙ୍କ ପାଦୃଭାବ, ରାଜନୈତିକ ବାତାବରଣ ନକମିଲେ ଧିରେ ଧିରେ ସାହିତ୍ୟ ବିଲୀନ ହେବା ସହ ନୟାଗଡ଼ ମାଟି କଳା, ସାହିତ୍ୟ ଓ ସଂସ୍କୃତିର ମାଟିଭାବେ ପାଇଥିବା ପରିଚିତ ହରାଇ ବସିବ ବୋଲି ମନେ ହେଉଛି । ବର୍ତ୍ତମାନର ସ୍ଥିତିରେ ବ୍ୟକ୍ତି କୈନ୍ଦ୍ରିକ କୁତ୍ସାରଟନା କେତାକାଂଶରେ କବଳିତ ହୋଇ ରହିଛି । ଏହାଦ୍ୱାରା ସୁସ୍ଥ ସମାଜ ଗଠନ ପାଇଁ ସାହିତ୍ୟର ଯେଉଁ ଭୂମିକା ରହିଛି, ସେଥିରେ ବାଧା ସୃଷ୍ଟି ହେଉଥିବା ସହ ସାହିତ୍ୟର ବିକୃତ୍ତିକରଣ ହେଉଛି । ଏହା ଆଜିର ସୃଷ୍ଟି, ସ୍ରଷ୍ଟା ପାଇଁ ଶୁଭଙ୍କର ନୁହେଁ । ସାହିତ୍ୟ ପାଇଁ ମିଳିମିଶି ସାଧନା କ୍ଷେତ୍ରରେ ଅଗ୍ରସର ହେଲେ ସମାଜ ଏକ ସୁସ୍ଥ ବାତାବରଣ ଦେଇ ଚାଲିବ । ସାଧନାରୁ ସୃଷ୍ଟି ହେଉଥିବା ସାହିତ୍ୟ ଏକ ସୁନ୍ଦର ପୁସ୍ତକ ହୋଇ ନୟାଗଡ଼ର ଟେକ ରଖିବ ।

 

Leave a Reply Cancel reply

Your email address will not be published. Required fields are marked *

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!