ନୟାଗଡ଼,(ବାଘୁଆବାର୍ତ୍ତା) : ନୟାଗଡ଼ ସହରରେ ମାତିଛନ୍ତି ମୋବାଇଲ ଲୁଟେରା । ଗତ କିଛିଦିନ ତଳେ କଲେଜ ରୋଡ଼ ଓ ଡିଆରଡିଏ ରାସ୍ତାରେ ମୋବାଇଲ ଲୁଟେରା ମାନେ ବାଇକରେ ଆସି ମୋବାଇଲ ଛଡ଼େଇ ନେଇ ଯାଉଥିବା ନେଇ ଚହଳ ପଡ଼ିଥିବା ବେଳେ ମଙ୍ଗଳବାର ସଂନ୍ଧ୍ୟାରେ ଦୁଇ ଜଣ ଛାତ୍ରୀ ରାମସାହୁ ଗଳିରେ ଯାଉଥିବା ବେଳେ ତାଙ୍କ ଠାରୁ ଲୁଟ ହୋଇଥିବା ଜଣାପଡ଼ିଛି । ୧୩ ନଂ ୱାର୍ଡ଼ର ବନ୍ଧସାହି ନିକଟରେ ଛାତ୍ରୀ ଦୁଇ ଜଣ ମୋବଇଲରେ କଥା ହୋଇ ଯାଉଥିବା ବେଳେ ପଛରୁ ଏକ ସାଇକେଲ ଆସୁଥିବା ଜଣେ ଦୁର୍ବତ୍ତ ତାଙ୍କ ଠାରୁ ମୋବାଇଲ ଛଙ୍ଗ଼ାଇ ନେଇଛନ୍ତି । ଏହି ସମୟରେ ଛାତ୍ରୀ ଜଣଙ୍କ ଯୁବକଙ୍କୁ ଧରିବାକୁ ଚେଷ୍ଟା କରି ବିଫଳ ହୋଇଥିବା ବେଳେ ଲୁଟେରା ଯୁବକ ଜଣଙ୍କ ନିଜ ସାଇକେଲକୁ ଛାଡ଼ି ବନ୍ଧ ଭିତରକୁ ଦୈାଡ଼ିଥିଲେ । ସ୍ଥାନୀୟ ଲୋକ ରୁଣ୍ଡ ହୋଇ ବହୁ ଖୋଜାଖୋଜି କରି ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଂଚିଲା ବେଳକୁ ଦୁର୍ବୁତ୍ତ ଫେରାର ହୋଇ ସାରିଥିଲେ । ଯୁବକ ଜଣଙ୍କ ନାଲି ଗଞ୍ଜି ଓ ପ୍ୟାଣ୍ଟ ପିନ୍ଧିଥିବାର ପ୍ରତ୍ୟକ୍ଷ ଦର୍ଶୀ ପ୍ରକାଶ କରିଛନ୍ତି ।





